fbpx

ବ୍ୟାଙ୍କରେ SO ପଦବୀରେ ନିଯୁକ୍ତି ସୁଯୋଗ, ଗ୍ରାଜୁଏଟ୍ କରିଥିଲେ ତୁରନ୍ତ କରନ୍ତୁ ଆବେଦନ

AAKASH

ନୂଆଦିଲ୍ଲୀ: ୟୁନିୟନ ବ୍ୟାଙ୍କ ଅଫ୍ ଇଣ୍ଡିଆ (ୟୁବିଆଇ) ରେ ସ୍ପେଶାଲିଷ୍ଟ ଅଫିସର (ଏସଓ) ପଦବୀରେ ନିଯୁକ୍ତି ପାଇଁ ଆବେଦନ ପ୍ରକ୍ରିୟା ଜାରି ରହିଛି । ଏହି ନିଯୁକ୍ତି ଅଭିଯାନ ମାଧ୍ୟମରେ ୪୨ ଟି ପଦବୀ ପୂରଣ ହେବ ।

ଏହି ପଦବୀରେ ନିଯୁକ୍ତି ପାଇବାକୁ ଚାହୁଁଥିବା ପ୍ରାର୍ଥୀମାନେ ୟୁବିଆଇର ଅଫିସିଆଲ୍ ୱେବସାଇଟ୍ unionbankofindia.co.inକୁ ଯାଇ ଅନଲାଇନ୍ ମୋଡ୍ ରେ ଆବେଦନ କରିପାରିବେ । ଜାନୁଆରୀ ୨୩ ରେ ପଞ୍ଜୀକରଣ ପ୍ରକ୍ରିୟା ଆରମ୍ଭ ହୋଇଛି ଏବଂ ଆବେଦନ କରିବାର ଶେଷ ତାରିଖ ହେଉଛି ୧୨ ଫେବୃଆରୀ ୨୦୨୩ ।

ଏହି ପୋଷ୍ଟଗୁଡିକରେ ନିଯୁକ୍ତି କରାଯିବ :-
ଚିଫ୍ ମ୍ୟାନେଜର (ଚାର୍ଟାର୍ଡ ଆକାଉଣ୍ଟାଣ୍ଟ): ୩ ଟି ପୋଷ୍ଟ ।
ସିନିୟର ମ୍ୟାନେଜର (କ୍ରେଡିଟ୍ ଅଫିସର): ୩୪ ଟି ପୋଷ୍ଟ ।
ମ୍ୟାନେଜର (କ୍ରେଡିଟ୍ ଅଫିସର): ୫ ଟି ପୋଷ୍ଟ ।
ମୋଟ: ୪୨ ଟି ପୋଷ୍ଟ ।

କିଏ ଆବେଦନ କରିପାରିବେ ?
ସମସ୍ତ ପୋଷ୍ଟରେ ଆବେଦନ କରିବା ପାଇଁ ନିର୍ଦ୍ଧାରିତ ଯୋଗ୍ୟତା ଅଲଗା ରହିଛି । ମ୍ୟାନେଜର୍ ପଦବୀ ପାଇଁ ଆବେଦନ କରିବାକୁ ଚାହୁଁଥିବା ପ୍ରାର୍ଥୀଙ୍କୁ ଯେକୌଣସି ବିଷୟରେ ଗ୍ରାଜୁଏଟ୍ ହୋଇଥିବା ଆବଶ୍ୟକ । କିନ୍ତୁ ଅନ୍ୟ ପଦବୀ ପାଇଁ ନିର୍ଦ୍ଦିଷ୍ଟ ଅଭିଜ୍ଞତା ମଧ୍ୟ ଆବଶ୍ୟକ । ସମସ୍ତ ପୋଷ୍ଟଗୁଡିକ ପାଇଁ ବୟସ ସୀମା ମଧ୍ୟ ଅଲଗା ଭାବରେ ନିର୍ଦ୍ଦିଷ୍ଟ କରାଯାଇଛି, ଯାହାର ସୂଚନା ବିଜ୍ଞପ୍ତିରେ ଦିଆଯାଇଛି ।

ଚୟନ ପ୍ରକ୍ରିୟା :-
ଆବେଦନ ସଂଖ୍ୟା ଉପରେ ନିର୍ଭର କରି ଚୟନ ପ୍ରକ୍ରିୟା ଅନଲାଇନ୍ ପରୀକ୍ଷା, ଗ୍ରୁପ୍ ଡିସ୍କସନ୍ କିମ୍ବା ପର୍ସନାଲ ଇଣ୍ଟରଭ୍ୟୁକୁ ନେଇ ଗଠିତ ହୋଇପାରେ । ପ୍ରାର୍ଥୀଙ୍କୁ ବିଭାଗ ଦ୍ୱାରା ନିର୍ଦ୍ଧାରିତ ସମସ୍ତ ପରୀକ୍ଷା ଦେବାକୁ ପଡିବ । ସଂରକ୍ଷିତ ବର୍ଗ ପ୍ରାର୍ଥୀଙ୍କ ପାଇଁ ଆବେଦନ ଶୁଳ୍କ ହେଉଛି ୮୫୦ / – ଏବଂ ସଂରକ୍ଷିତ ବର୍ଗ ପ୍ରାର୍ଥୀଙ୍କ ପାଇଁ ୧୫୦ଟଙ୍କା । ପଦ ଅନୁସାରେ ବୟସ ସୀମା ଓ ଶିକ୍ଷାଗତ ଯୋଗ୍ୟତା ବିଷୟରେ ସମସ୍ତଙ୍କ ସୂଚନା ବିଜ୍ଞପ୍ତିରେ ମିଳିଯିବ ।

Get real time updates directly on you device, subscribe now.