fbpx

ଆଜିଠାରୁ ଲଗାତର ୩ ଦିନ ପାଇଁ ବନ୍ଦ ରହିବ ବ୍ୟାଙ୍କ, ଶାଖାକୁ ଯିବା ପୂର୍ବରୁ ଚେକ୍ କରି ନିଅନ୍ତୁ ଛୁଟି ଲିଷ୍ଟ

ନୂଆଦିଲ୍ଲୀ: ଯଦି ଚଳିତ ସପ୍ତାହରେ ଆପଣଙ୍କର ବ୍ୟାଙ୍କ ସମ୍ବନ୍ଧୀୟ କୌଣସି ଜରୁରୀ କାର୍ଯ୍ୟ ରହିଛି, ତେବେ ପ୍ରଥମେ ଏକ ଗୁରୁତ୍ୱପୂର୍ଣ୍ଣ ଅପଡେଟ୍ ଜାଣିନିଅନ୍ତୁ । ଚଳିତ ମାସରେ ଅନେକ ଦିନ ପାଇଁ ବ୍ୟାଙ୍କ ବନ୍ଦ ରହିବ । ହୁଏତ ଏହି ସମୟ ମଧ୍ୟରେ ଆପଣଙ୍କର ଜରୁରୀ କାର୍ଯ୍ୟ ବ୍ୟାହତ ହୋଇପାରେ । ସେଥିପାଇଁ ଆପଣମାନେ ପ୍ରଥମେ ବ୍ୟାଙ୍କ ଛୁଟି ଦିବସଗୁଡ଼ିକୁ ଭଲ ଭାବେ ଚେକ୍ କରିନେବା ଉଚିତ୍ ।

ଖବର ମୁତାବକ, ଆଜିଠାରୁ ଲଗାତର ୩ ଦିନ ପାଇଁ ବ୍ୟାଙ୍କ ବନ୍ଦ ରହିବ । ଚଳିତ ମାସରେ ମୋଟ ୧୧ଟି ବ୍ୟାଙ୍କିଂ ଛୁଟିଦିନ ରହିଛି । ଆଜି ମାସର ଦ୍ୱିତୀୟ ଶନିବାର ହୋଇଥିବାରୁ ଓ ଆସନ୍ତାକାଲି ରବିବାର ସକାଶେ ବ୍ୟାଙ୍କ ବନ୍ଦ ରହିବ । ୧୬ ତାରିଖରେ ବୁଦ୍ଧ ପୂର୍ଣ୍ଣିମା ପଡ଼ୁଥିବାରୁ ଦେଶର କିଛି ରାଜ୍ୟରେ ବ୍ୟାଙ୍କ ବନ୍ଦ ରହିବ ।

ତେବେ ମୋଟାମୋଟି ଭାବେ କହିବାକୁ ଗଲେ ଲଗାତର ୩ ଦିନ ପାଇଁ ବ୍ୟାଙ୍କ ବନ୍ଦ ରହୁଥିବାରୁ ଏହି ସମୟରେ ଆପଣଙ୍କର କୌଣସି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ପ୍ରଭାବିତ ହୋଇପାରେ । ଚେକ, ଟ୍ରାଞ୍ଜାକସନ, ଅର୍ଥ ଉଠାଣ ଓ ଜମା, ଲୋନ ସମ୍ବନ୍ଧୀୟ କାର୍ଯ୍ୟ ପାଇଁ ଆପଣ ନାନା ସମସ୍ୟାର ଶିକାର ହୋଇପାରନ୍ତି । ଛୁଟି ସରିବା ପରେ ଆସନ୍ତା ୧୭ ତାରିଖ ମଙ୍ଗଳବାର ଦିନ ବ୍ୟାଙ୍କ ଖୋଲିବ ।

Get real time updates directly on you device, subscribe now.