fbpx

ବହୁ ପ୍ରତିକ୍ଷୀତ ଫିଲ୍ମ ‘ଲାଲ ସିଂହ ଚଢା’ର ରିଲିଜ୍‌ ତାରିଖ ଘୋଷଣ, ଏହି ଦିନ ବଡ଼ ପରଦାରେ ଦେଖିପାରିବେ ଦର୍ଶକ

ମୁମ୍ବାଇ: ବଲିଉଡ଼ର ମିଷ୍ଟର ପରଫେକ୍ଟ ଭାବେ ପରିଚିତ ଅମୀର ଖାନ । ପ୍ରତିଟି ଫିଲ୍ମ ତାଙ୍କର ବକ୍ସ ଅଫିସରେ ସୁପର ହିଟ୍‌ ହୋଇଥାଏ । ଫ୍ୟାନ୍ସମାନେ ବହୁ ପ୍ରତିକ୍ଷାର ସହ ତାଙ୍କ ଫିଲ୍ମକୁ ଅପେକ୍ଷା କରିଥାନ୍ତି । ପ୍ରାୟ କିଛି ବର୍ଷ ହେବ ଅମିରଙ୍କ ଫ୍ୟାନ୍ସମାନେ ନିରୁତ୍ସାହିତ ଅଛନ୍ତି । କାହିଁକି ନା ବହୁ ଦିନରୁ ଅମୀରଙ୍କ କିଛି ଫିଲ୍ମ ପରଦାକୁ ଆସିନି । ମାତ୍ର ଏବେ ଅମୀରଙ୍କ ଫ୍ୟାନ୍ସମାନଙ୍କ ଲାଗି ଖୁସି ଖବର । ତାଙ୍କର ବହୁ ପ୍ରତିକ୍ଷୀତ ଫିଲ୍ମ ‘ଲାଲ ସିଂହ ଚଢା’ ରିଲିଜ୍‌ ହେବାକୁ ଯାଉଛି । ଏହା ପୂର୍ବରୁ ‘ଲାଲ ସିଂହ ଚଢାର କାହାଣୀ’ ନାମରେ ସେ ନିଜର ଏକ ପୋଡ଼କାଷ୍ଟ ଆରମ୍ଭ କରିଛନ୍ତି । ସେ ଏହା ମାଧ୍ୟମରେ ନିଜର ଅପକମିଂ ‘ଫିଲ୍ମ ଲାଲ ସିଂହ ଚଢା’ର ନିର୍ମାଣ ବିଷୟରେ କହୁଛନ୍ତି । ସେହିଭଳି କିଛି ଦିନ ପୂର୍ବରୁ ରିଲିଜ ହୋଇଥିବା ଗୀତ ‘କହାନୀ’ସହ ଯୋଡ଼ି ହୋଇଥିବା କେତେକ ଆଶ୍ଚର୍ଯ୍ୟର କଥା କହିଛନ୍ତି ।

ଅମୀର ଖାନ ଅଦ୍ୱୈତ ଚନ୍ଦନଙ୍କ ନିର୍ଦ୍ଦେଶନାରେ ନିର୍ମାଣ ହୋଇଥିବା ଫିଲ୍ମ ‘ଲାଲ ସିଂହ ଚଢା’କୁ ପ୍ରତି ସ୍ତରରେ ପ୍ରଚାର ପ୍ରସାର କରୁଛନ୍ତି । ଅମୀର ପ୍ରଥମେ ଫିଲ୍ମରେ ଥିବା ଗୀତ କହାନୀ ସହ ଯୋଡ଼ି ହୋଇଥିବା କେତେକ ଘଟଣା ବିଷୟରେ କହିଛନ୍ତି । ଫିଲ୍ମକୁ ନେଇ ଅମୀର କହିଛନ୍ତି କି ଏହାକୁ ନିର୍ମାଣ କରିବାକୁ ବହୁ ବର୍ଷ ଲାଗିଛି । ଚଳିତ ଜୁନ-ଜୁଲାଇକୁ ଏହାକୁ ୧୪ବର୍ଷ ପୂରିବ । ପ୍ରଥମେ କିଛି ବର୍ଷ ଆମେ ଫିଲ୍ମର ରାଇଟ୍ସ ପାଇବା ଲାଗି ଦୌଡ଼ିଥିଲୁ । ଅମୀରଙ୍କ ଏହି ଫିଲ୍ମ କିରଣ ରାଓ ଏବଂ ୱାୟଫର୍ମ୧୮ ଷ୍ଟୁଡ଼ିଓ ମିଶି ପ୍ରଯୋଜନା କରିଛନ୍ତି । ୨୦୨୨ ଅଗଷ୍ଟ ୧୧ରେ ଏହା ରିଲିଜ ହେବାକୁ ପ୍ରସ୍ତୁତ ହେଉଛି । ତାଙ୍କର ଫ୍ୟାନ୍ସମାନେ ଏହାକୁ ଉତ୍କଙଋାର ସହ ଅପେକ୍ଷା କରିଛନ୍ତି ।

Get real time updates directly on you device, subscribe now.