fbpx

ଜବତ ହେଲା ୩ କୋଟିର ବ୍ରାଉନସୁଗର: ଜଣେ ଗିରଫ, ୨ ଅଟକ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପ୍ରଶାସନ ପକ୍ଷରୁ ଯେତେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଗଲେ ମଧ୍ୟରେ ରାଜ୍ୟରେ ଧଳା ଜହରର କାରବାର ବଢ଼ିବାରେ ଲାଗିଛି । ଇତିମଧ୍ୟରେ ପୁରୀରୁ ୩ କୋଟି ଟଙ୍କା ମୂଲ୍ୟର ବ୍ରାଉନସୁଗର ଜବତ ହୋଇଛି । ଏହି ମାମଲାରେ ବ୍ରାଉନସୁଗର ବେପାରୀ ଗିରଫ ହୋଇଥିବା ବେଳେ ଅନ୍ୟ ୨ ଜଣଙ୍କୁ ଅଟକ ରଖାଯାଇଛି । ବିପୁଳ ପରିମାଣର ବ୍ରାଉନସୁଗର ଜବତ ନେଇ ପୁରୀ ଏସପି ସୂଚନା ଦେଇଛନ୍ତି ।

ଜଣାପଡ଼ିଛି ଯେ, ପୁରୀର ମଙ୍ଗଳଘାଟ ଛକରୁ ୩ କେଜି ବ୍ରାଉନସୁଗର ଜବତ କରାଯାଇଥିଲା । ବାସେଳିସାହି ପୋଲିସ ଚଢ଼ାଉ କରି ଏହି ଧଳାଜହରକୁ ଜବତ କରିଥିଲା । ଜବତ ହୋଇଥିବା ବ୍ରାଉସୁଗରର ଆନୁମାନିକ ମୂଲ୍ୟ ୩ କୋଟି ଟଙ୍କା ହେବ ବୋଲି ଜଣାପଡ଼ିଛି । ବିପୁଳ ପରିମାଣର ଧଳା ଜହର ଜବତ ହେବା ପୋଲିସର ଚିନ୍ତା ବଢ଼ାଇ ଦେଇଛି ।

ସୂଚନାଯୋଗ୍ୟ ଯେ, ଗତ ମାସରେ ମଧ୍ୟ ପୁରୀରୁ ୧୧ ଲକ୍ଷ ଟଙ୍କାର ବ୍ରାଉନସୁଗର ଜବତ ହୋଇଥିଲା । ଉକ୍ତ ମାମଲାରେ ଜଣେ ନାବାଳକ ସମେତ ୨ ଜଣଙ୍କୁ ଗିରଫ କରାଯାଇଥିଲା । ଏସଟିଏଫ ଟିମ୍ ଓ ବାସେଳିସାହି ପୋଲିସ ମିଳିତ ଭାବେ ଚଢ଼ାଉ କରି ଧଳା ଜହର ବେପାରୀଙ୍କୁ ଧରିବାରେ ସକ୍ଷମ ହୋଇଥିଲେ । ଦିନକୁ ଦିନ ବିଶେଷ କରି ପୁରୀରେ ବ୍ରାଉନସୁଗରର କାରବାର ବଢ଼ିବାରେ ଲାଗିଛି । ତେଣୁ ଏନେଇ ପ୍ରଶାସନ ପକ୍ଷରୁ ବିହିତ ପଦକ୍ଷେପ ନେବାକୁ ବିଭିନ୍ନ ମହଲରୁ ଦାବି ହେଉଛି ।

Get real time updates directly on you device, subscribe now.