fbpx

ନିର୍ବାଚନ ପାଇଁ ଏପ୍ରିଲ ୧୯ରେ ଦେଶର ଅନେକ ସହରରେ ବ୍ୟାଙ୍କ ବନ୍ଦ ରହିବ: ଦେଖନ୍ତୁ ଲିଷ୍ଟ

ନୂଆଦିଲ୍ଲୀ: ଆସନ୍ତା ୧୯ ତାରିଖରୁ ଦେଶରେ ୭ଟି ପର୍ଯ୍ୟାୟରେ ଲୋକସଭା ନିର୍ବାଚନ ଆରମ୍ଭ ହେବ । ସେହିପରି ଓଡ଼ିଶା, ଆନ୍ଧ୍ରପ୍ରଦେଶ, ସିକିମ ଓ ଅରୁଣାଚଳ ପ୍ରଦେଶରେ ବିଭିନ୍ନ ପର୍ଯ୍ୟାୟରେ ବିଧାନସଭା ନିର୍ବାଚନ ହେବ । ତେବେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ କାରଣରୁ କିଛି ରାଜ୍ୟରେ ଏପ୍ରିଲ ୧୯ରେ ବ୍ୟାଙ୍କ ବନ୍ଦ ରହିବ । ଏହିଦିନ ଯେଉଁସବୁ ସହରମାନଙ୍କରେ ମତଦାନ ଗ୍ରହଣ କରାଯିବ ସେଠାରେ ଉଭୟ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ବନ୍ଦ ରହିବ ।

ସୂଚନା ମୁତାବକ, ଏପ୍ରିଲ ୧୯ରେ ଲୋକସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମତଦାନ, ଅରୁଣାଚଳ ପ୍ରଦେଶର ବିଧାନସଭା ନିର୍ବାଚନ, ତାମିଲନାଡ଼ୁର କନ୍ୟାକୁମାରୀରେ ବିଲବନକୋଡରେ ଉପନିର୍ବାଚନ ହେବ । ଏଥିସହିତ ଉତ୍ତରାଖଣ୍ଡ, ଆସାମ ଓ ନାଗାଲାଣ୍ଡରେ ମଧ୍ୟ ସାଧାରଣ ନିର୍ବାଚନ ହେବ । ଭୋଟ ପାଇଁ ଉତ୍ତରାଖଣ୍ଡ ଓ ତାମିଲନାଡ଼ୁ ସରକାର ଏପ୍ରିଲ ୧୯କୁ ପବ୍ଲିକ ହଲି ଡେ’ ଘୋଷଣା କରିଛନ୍ତି । ସେହି କାରଣରୁ ଡେରାଡୁନ, ଚେନ୍ନାଇ, ଇଟାନଗର, ଜୟପୁର, କୋହିମା, ନାଗପୁର ଓ ଶିଲିଂ ଆଦି ସହରରେ ବ୍ୟାଙ୍କ ଛୁଟି ରହିବ ।

ସେହିପରି ଆସନ୍ତା ୧୯ରେ ଆସାମ, ବିହାର, ଛତିଶଗଡ଼, ମଧ୍ୟପ୍ରଦେଶ, ମଣିପୁର, ମିଜୋରାମ, ସିକିମ, ଉତ୍ତରପ୍ରଦେଶ, ପଶ୍ଚିବଙ୍ଗ, ଜମ୍ମୁ-କଶ୍ମୀର, ଲାକ୍ଷାଦ୍ୱୀପ, ପୁଡ଼ୁଚେରୀ, ଆଣ୍ଡାମାନ ଓ ନିକୋବର ଦ୍ୱୀପରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ହେବ । ତେବେ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ପକ୍ଷରୁ ଏହି ସମସ୍ତ ରାଜ୍ୟମାନଙ୍କରେ ବ୍ୟାଙ୍କ ଛୁଟି ନେଇ ବର୍ତ୍ତମାନ ସୁଦ୍ଧା କୌଣସି ବୟାନ ଜାରି କରାଯାଇନାହିଁ । ପ୍ରତି ବର୍ଷ ଆରମ୍ଭରୁ ଆରବିଆଇ ପକ୍ଷରୁ ବ୍ୟାଙ୍କ ଛୁଟିର ଏକ କ୍ୟାଲେଣ୍ଡର ଜାରି କରାଯାଇଥାଏ । ସେହି ଅନୁସାରେ ବର୍ଷ ସାରା ବ୍ୟାଙ୍କ ବନ୍ଦ ରହିଥାଏ । ଯଦି ସେହି ଛୁଟିରେ କୌଣସି ପରିବର୍ତ୍ତନ କରାଯାଏ, ତେବେ ସେନେଇ କେନ୍ଦ୍ରୀୟ ବ୍ୟାଙ୍କ ପକ୍ଷରୁ ନୋଟିଫିକେସନ ଜାରି କରି ସୂଚନା ଦିଆଯାଇଥାଏ ।

Get real time updates directly on you device, subscribe now.