fbpx

କାଲି ପାଳନ ହେବ ପ୍ରଭୁ ରାମଙ୍କ ଜନ୍ମୋତ୍ସବ, ଜାଣନ୍ତୁ ରାମ ନବମୀର ଶୁଭ ମୂହୁର୍ତ୍ତ ଏବଂ ପୂଜା ବିଧି

ଓଡ଼ିଶା ଭାଷ୍କର: ଦେଶ ସାରା ଶ୍ରୀରାମଙ୍କ ଜନ୍ମୋତ୍ସବ ୧୭ ଏପ୍ରିଲ ୨୦୨୪ରେ ପାଳନ କରାଯିବ । ଚୈତ୍ର ନବରାତ୍ରିର ନବମୀ ତିଥିରେ ରାଜା ଦଶରଥଙ୍କ ଘରେ ଚାରି ପୁତ୍ର ରାମ, ଲଷ୍ମଣ, ଭରତ ଏବଂ ଶତ୍ରୁଘ୍ନଙ୍କ ଜନ୍ମ ହୋଇଥିଲା ଯେଉଁଥିରେ ବିଷ୍ଣୁ ରାମଙ୍କ ରୂପରେ ନିଜର ୭ମ ଅବତାର ନେଇଥିଲେ ।

ରାମ ନବମୀର ଅଭିଜିତ ମୁହୁର୍ତ୍ତରେ ରାମଲଲାଙ୍କୁ ପୂଜା କରାଯିବ । ଏହି ସମୟରେ କାଲି ରାମ ଲଲାଙ୍କର ସୂର୍ଯ୍ୟ ତିଲକ ହେବ । ଭକ୍ତମାନେ ସୂର୍ଯ୍ୟଦୋୟରୁ ସୂର୍ଯ୍ୟାସ୍ତ ପର୍ଯ୍ୟନ୍ତ ବ୍ରତ ପାଳନ କରିବେ । ଏଥିରେ ଶୁଭ ଫଳ ପ୍ରାପ୍ତ ହେବ । ଜାଣନ୍ତୁ ରାମ ନବମୀରେ ପୂଜାର ମୁହୁର୍ତ୍ତ, ବିଧି ସହ ଅନେକ ସୂଚନା ।

ବାଲ୍ମୀକ ରାମାୟଣ ମୁତାବକ ଭଗବାନ ରାମ କର୍କଟ ଲଗ୍ନରେ ଦ୍ୱିପ୍ରହର ୧୨ଟାରେ ଜନ୍ମ ହୋଇଥିଲେ । ଏଥିରେ ଶ୍ରୀରାମଙ୍କ ଜନ୍ମୋତ୍ସବ ଅଭିଜିତ ମୁହୁର୍ତ୍ତରେ ପାଳନ ହେବା ଶୁଭ ହୋଇଥାଏ । ଏଥର ରାମଙ୍କ ପୂଜା ପାଇଁ ୨ ଘଣ୍ଟା ୩୫ ମିନିଟର ଶୁଭ ମୁହୁର୍ତ୍ତ ହେଉଛି ।

ପୂଜା ସମୟ:
-ସକାଳ ୧୧.୦୩ରୁ ଦ୍ୱିପ୍ରହର ୧.୩୮
-ଚୈତ୍ର ଶୁକ୍ଳ ନବମୀ ତିଥିର ଆରମ୍ଭ-୧୬ ଏପ୍ରିଲ ୨୦୨୪ ଦ୍ୱିପ୍ରହର ୦୧.୨୩
-ଚୈତ୍ର ଶୁକ୍ଳ ନବମୀ ତିଥି ସମାପ୍ତ ୧୭ ଏପ୍ରିଲ ଦ୍ୱିପ୍ରହର ୦୩ଟା ୧୪ ମିନିଟ

ରାମ ନବମୀର ଶୁଭ ଯୋଗ:
ଏଥର ରାମ ନବମୀରେ ପୂଜାର ସମୟ କେଦାର, ଗଜକେଶରୀ, ପାରିଜାତ, ଅମଳା, ଶୁଭ ରାଶି, ସରଳ, କାହଲ ଏବଂ ରବି ଯୋଗ ସୃଷ୍ଟି ହେବ । ଏହି ୯ଟି ଶୁଭ ଯୋଗରେ ରାମଲଲାଙ୍କ ପୂଜା ବିଶେଷ ଲାଭ ଦେବ ।

କିପରି କରିବେ ପୂଜା:
-ରାମଙ୍କ ଫଟୋ, ହଳଦୀ, କୁମକୁମ, ଚନ୍ଦନ, ଫୁଲ, ପଞ୍ଚାମୃତ, ଅକ୍ଷତ, କର୍ପୁର, ସିନ୍ଦୁର, ଅଭୀର, କେସର, ଅଭିଷେକ ପାଇଁ କ୍ଷୀର, ଦହି, ଘିଅ, ମିଶ୍ରି, ଗଙ୍ଗାଜଳ, ପାନ, ଗୁଆ, ଲବଙ୍ଗ, ଗୁଜରାତି, ହଳଦିଆ ରଙ୍ଗର ବସ୍ତ୍ର, ମିଠା, ଦୀପ, କଳସ, ତୁଳସୀ ଜଟା, ପଞ୍ଚାମୃତ, ନଡିଆ, ପାଞ୍ଚ ଫଳ, ଭୋଗ ପାଇଁ କ୍ଷୀରି, ହାଲୁଆ ଯାହା ବି ବନେଇ ପାରିବେ ।
-ଏହି ଦିନ ପ୍ରଭୁ ରାମଙ୍କର ପିଲା ରୂପ ପୂଜା କରାଯାଇଥାଏ । ତେବେ ରାମଙ୍କ ମୂର୍ତ୍ତି କିମ୍ବା ଫଟୋରେ ପ୍ରଥମେ କ୍ଷୀର, ଦହି, ଘିଅ, ମହୁ, ମିଶ୍ରିରେ ଅଭିଶେକ କରାଇ ସ୍ୱଚ୍ଛ ପାଣିରେ ସ୍ନାନ କରାନ୍ତୁ ।
-ଶ୍ରୀରାମଙ୍କୁ ହଳଦୀ, କୁମକୁମ, ଚନ୍ଦନ ଚାଉଳ ଅର୍ପଣ କରିବା ସହ ସୁଗନ୍ଧିତ ପୁଷ୍ପ ଆଜି ପୂଜା ସାମଗ୍ରୀ ରାମଙ୍କ ସହ ସୀତା, ହନୁମାନଙ୍କୁ ମଧ୍ୟ ଅପର୍ଣ କରନ୍ତୁ ।
-ଏହି ଦିନ ଶ୍ରୀରାମଙ୍କ ଜନ୍ମ କାହାଣୀ ଶୁଣିବା ନିହାତି ଆବଶ୍ୟକ । ଏହି ସମୟରେ ହାତରେ ଗହମ, ବାଜରା ବା ଅନ୍ୟ କୌଣସି ଅନ୍ନକୁ ହାତରେ ଧରନ୍ତୁ । ଏହି କାହାଣୀ ପୂରା ହେବା ପରେ ଏହାସହିତ ଆହୁରି ଶସ୍ୟ ମିଶାଇ ଗରିବ ଲୋକଙ୍କୁ ଦାନ କରନ୍ତୁ ।
-ପୂଜା ସମୟରେ ଘିଅର ଦୀପ ଜଳାନ୍ତୁ ଏବଂ କ୍ଷୀରି ବା ଅନ୍ୟାନ୍ୟ ମିଷ୍ଟାନ୍ନ ଭୋଗ ଲଗାନ୍ତୁ ଏବଂ ପୁଣି ଆରତୀ କରନ୍ତୁ । ଏହି ଦିନ ସୁନ୍ଦରକାଣ୍ଡ ବା ରାମାୟଣ ପାଠ କରିବା ଶୁଭ ହୋଇଥାଏ ।

Get real time updates directly on you device, subscribe now.