fbpx

(Video) ପ୍ରେମିକ ବିକ୍ରମ ଉପରେ କ’ଣ ପାଇଁ ରାଗିଛନ୍ତି ରାଣୀ ପଣ୍ଡା: ସବୁ ଗୁମର ଖୋଲିଲେ ବେଷ୍ଟ ଫ୍ରେଣ୍ଡ ସୁରଜ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଯାତ୍ରା ଅଭିନେତ୍ରୀ ରାଣୀ ପଣ୍ଡା ସବୁବେଳେ ଚର୍ଚ୍ଚାରେ ରହିଥାଆନ୍ତି । ନିଜର ରୋକଠୋକ୍ ବୟାନ ପାଇଁ ହେଉ ବା ଅନ୍ୟମାନଙ୍କୁ ବିପଦ ସମୟରେ ସାହାଯ୍ୟ କରି ହେଉ ରାଣୀ ସର୍ବଦା ସିଧା କଥା କହିବାକୁ ପସନ୍ଦ କରିଥାନ୍ତି । ତେବେ ନିକଟରେ ରାଣୀ ତାଙ୍କର ପ୍ରେମିକ ବିକାଶ ବିକ୍ରମ ଓରଫ କାହ୍ନାଙ୍କ ବିରୋଧରେ ମହିଳା ଥାନାରେ ମାମଲା ଦାୟର କରିଥିଲେ । ଦୀର୍ଘ ୭ ବର୍ଷ ଧରି ରିଲେନଶିପରେ ରହିବା ପରେ ତାଙ୍କୁ ଧୋକ୍କା ଦେଇଥିଲେ ବିକ୍ରମ । ତେଣୁ ନ୍ୟାୟ ପାଇବା ପାଇଁ ରାଣୀ ଥାନାର ଦ୍ୱାରସ୍ଥ ହେବା ସହ ସବୁ ସତ ସାମ୍ନାକୁ ଆଣିଥିଲେ । ଯଦି ରାଣୀଙ୍କ ବିଷୟରେ ବିକ୍ରମ ସବୁ କଥା ଜାଣିଥିଲେ ତେବେ ବର୍ଷ ବର୍ଷ ଧରି କ’ଣ ପାଇଁ ରିଲେସନଶିପରେ ରହୁଥିଲେ ବୋଲି ରାଣୀ ପ୍ରଶ୍ନ କରିଥିଲେ ।

ତେବେ ଏହା ମଧ୍ୟରେ ରାଣୀଙ୍କ ବେଷ୍ଟ ଫ୍ରେଣ୍ଡ ସୁରଜ ରାଣୀ-ବିକ୍ରମଙ୍କ ପ୍ରେମ କାହାଣୀକୁ ନେଇ ସବୁ ସତ ଖୋଲି କହିଛନ୍ତି । ସେ କହିଛନ୍ତି, ରାଣୀ ବିକ୍ରମଙ୍କୁ ବହୁତ ଭଲ ପାଉଥିଲେ । ସମ୍ପର୍କ ଭାଙ୍ଗିବା କଥାକୁ ରାଣୀ ସହଜରେ ଗ୍ରହଣ କରିପାରିନଥିଲେ । ବିକ୍ରମ ଯଦି ରାଣୀଙ୍କ ବିଷୟରେ ସବୁ ଜାଣିଥିଲେ ତେବେ କ’ଣ ପାଇଁ ତାଙ୍କ ସହ ଏତେ ବର୍ଷ ଧରି ସମ୍ପର୍କରେ ରହୁଥିଲେ? ସମ୍ପର୍କରେ ଫାଟ ସୃଷ୍ଟି ହେବା ପରେ ବିକ୍ରମ ରାଣୀଙ୍କୁ ଭୁଲ୍ ମାଗିପାରିଥାନ୍ତେ, ଥରେ କଲ କରିପାରିଥାନ୍ତେ, ରାଣୀଙ୍କୁ ବୁଝାଇ ପାରିଥାନ୍ତେ । ମାତ୍ର ବିକ୍ରମ ସେପରି କରିନଥିଲେ । ତେଣୁ ରାଣୀ ଅଧିକ କ୍ରୋଧାନ୍ୱିତ ହୋଇଯାଇଥିଲେ । ଗୋଟେ ଝିଅ ଗୋଟିଏ ପୁଅକୁ ବର୍ଷ ବର୍ଷ ଧରି ଭଲ ପାଇବା ପରେ ତାଙ୍କୁ ଧୋକ୍କା ଦେଲେ ନିଶ୍ଚିତ ଭାବେ ଲୁହ ପଡ଼ିବ ।

Get real time updates directly on you device, subscribe now.