fbpx

ସେପ୍ଟେମ୍ବରରେ ୧୨ ଦିନ ବନ୍ଦ ରହିବ ବ୍ୟାଙ୍କ, ଜାଣନ୍ତୁ କେଉଁ କେଉଁ ଦିନ

ନୂଆଦିଲ୍ଲୀ: ସେପ୍ଟେମ୍ବର ମାସରେ ୧୨ ଦିନ ବନ୍ଦ ରହିବ ବ୍ୟାଙ୍କ । ତେଣୁ ଏଥିରେ ଯେପରି କୌଣସି ଗ୍ରାହକ ସମସ୍ୟାର ସମ୍ମୁଖୀନ ନ ହୁଅନ୍ତି, ଏହାକୁ ଦୃଷ୍ଟିରେ ରଖ ବ୍ୟାଙ୍କ ପ୍ରତି ମାସରେ ଛୁଟି ତାଲିକା ପୂର୍ବରୁ ହିଁ ଘୋଷଣା କରିଥାଏ। ଅଗଷ୍ଟ ମାସ ସରିବାକୁ ବସିଲାଣି। ଏଣୁ ରିଜର୍ଭ ବ୍ୟାଙ୍କ ପକ୍ଷରୁ ସେପ୍ଟେମ୍ବରର ଛୁଟି ତାଲିକା ପ୍ରକାଶ ପାଇଛି। ଏହି ତାଲିକା ମୁତାବକ, ସେପ୍ଟେମ୍ବରରେ ୧୨ ଦିନ ବନ୍ଦ ରହିବ ବ୍ୟାଙ୍କ। ଏଣୁ ଯଦି କିଛି ଜରୁରୀ କାମ ଥାଏ, ତେବେ ଛୁଟି ପୂର୍ବରୁ ସାରି ଦେବାକୁ ବ୍ୟାଙ୍କ ପକ୍ଷରୁ ପରାମର୍ଶ ଦିଆଯାଇଛି।

ସେପ୍ଟେମ୍ବରରେ ଏହିସବୁ ଦିନ ବନ୍ଦ ରହିବ ବ୍ୟାଙ୍କ:

୫ ସେପ୍ଟେମ୍ବର ୨୦୨୧- ରବିବାର
୮ ସେପ୍ଟେମ୍ବର ୨୦୨୧- ଶ୍ରୀମନ୍ତ ଶଙ୍କରଦେବଙ୍କ ତିଥି
୯ ସେପ୍ଟେମ୍ବର ୨୦୨୧- ତିଜ(ହରିତାଲିକା)
୧୦ ସେପ୍ଟେମ୍ବର ୨୦୨୧- ଗଣେଶ ଚତୁର୍ଥୀ
୧୧ ସେପ୍ଟେମ୍ବର ୨୦୨୧- ଦ୍ୱିତୀୟ ଶନିବାର
୧୨ ସେପ୍ଟେମ୍ବର ୨୦୨୧- ରବିବାର
୧୭ ସେପ୍ଟେମ୍ବର ୨୦୨୧- କର୍ମ ପୂଜା
୧୯ ସେପ୍ଟେମ୍ବର ୨୦୨୧- ରବିବାର
୨୦ ସେପ୍ଟେମ୍ବର ୨୦୨୧- ଇନ୍ଦ୍ର ଯାତ୍ରା
୨୧ ସେପ୍ଟେମ୍ବର ୨୦୨୧- ଶ୍ରୀ ନାରାୟଣ ଗୁରୁ ସମାଧି ଦିବସ
୨୫ ସେପ୍ଟେମ୍ବର ୨୦୨୧- ଚତୁର୍ଥ ଶନିବାର
୨୬ ସେପ୍ଟେମ୍ବର ୨୦୨୧- ରବିବାର

 

Get real time updates directly on you device, subscribe now.