fbpx

ଶିଶୁ ପୁତ୍ରକୁ ଜନ୍ମ ଦେଲେ ନୁସରତ୍

ନୂଆଦିଲ୍ଲୀ: ଟିଏମସି ସାଂସଦ ତଥା ବେଙ୍ଗଲୀ ଅଭିନେତ୍ରୀ ନୁରସତ ଜହାନ୍ ଏକ ଶିଶୁ ପୁତ୍ରକୁ ଜନ୍ମ ଦେଇଛନ୍ତି । ଗୁରୁବାର ଦିନ ନୁସରତ ଏକ ଶିଶୁ ପୁତ୍ରକୁ ଜନ୍ମ ଦେଇଥିବା ନେଇ ସୂଚନା ଦେଇଛନ୍ତି ନୁସରତଙ୍କ ସାଥୀ କଳାକାର ୟଶ ଦାସଗୁପ୍ତା । ଉଭୟ ମା’ ଓ ଶିଶୁଙ୍କ ସ୍ୱାସ୍ଥ୍ୟାବସ୍ଥା ଠିକ୍ ରହିଥିବା ନେଇ ୟଶ ସୂଚନା ଦେଇଛନ୍ତି । ବୁଧବାର ପ୍ରସବ ବେଦନା ପରେ ୟଶ ନିଜ କାରରେ ନୁସରତଙ୍କୁ ନେଇ ଏକ ହସ୍ପିଟାଲରେ ଭର୍ତ୍ତି କରିଥିଲେ ।

ବୁଧବାର ନେଓତିଆର ଏକ ଘରୋଇ ହସ୍ପିଟାଲରେ ନୁସରତଙ୍କୁ ଭର୍ତ୍ତି କରାଯାଇଥିବା ବେଳେ ଗୁରୁବାର ସେ ନିଜର ପ୍ରଥମ ସନ୍ତାନକୁ ଜନ୍ମ ଦେଇଛନ୍ତି । ଶିଶୁର ଜନ୍ମ ସମୟରେ ୟଶ ହିଁ ନୁସରତଙ୍କ ପାଖରେ ରହିଥିଲେ । ପ୍ରଥମ ଶିଶୁ ଜନ୍ମ ପରେ ନୁସରତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମିମି ଚକ୍ରବର୍ତ୍ତୀ । ଅନ୍ୟତମ ଟିଏମସି ସାଂସଦ ମିମି କହିଛନ୍ତି, ପାଖରେ ରହି ଆଲିଙ୍ଗନ କରିବାକୁ ଚାହୁଁଛି । ଉଲ୍ଲେଖଯୋଗ୍ୟ ଯେ, ନୁସରତ ଜୁନ୍ ୨୦୧୯ରେ ବ୍ୟବସାୟୀ ନିଖିଲ ଜୈନଙ୍କ ବିବାହ କରିଥିଲେ । ତେବେ ଝଗଡା ପରେ ଉଭୟ ନଭେମ୍ବର ୨୦୨୦ରୁ ଅଲଗା ରହିଛନ୍ତି ।

Get real time updates directly on you device, subscribe now.