fbpx

ଖାଲି ହୋଇପାରେ ବ୍ୟାଙ୍କ ଆକାଉଣ୍ଟ: Video ମାଧ୍ୟମରେ ଚେତାବନୀ ଦେଲା SBI

Advertisement

ନୂଆଦିଲ୍ଲୀ: ଲୋକମାନେ ପ୍ରାୟତଃ ବ୍ୟାଙ୍କିଂ ଠକେଇର ଶିକାର ହେଉଥିବା ଦେଖିବାକୁ ମିଳିଛି । ଠକମାନେ ଲୋକମାନଙ୍କୁ ଲୁଟିବାର ଅନେକ ନୂଆ ନୂଆ ପଦ୍ଧତି ଅବଲମ୍ବନ କରୁଛନ୍ତି । ଏଥିରେ ଅନଲାଇନ ବ୍ୟାଙ୍କିଂ ଫ୍ରଡ ମଧ୍ୟ ସାମିଲ ରହିଛି । ଏହା ଅଧିନରେ ଠକମାନେ ଲୋକମାନଙ୍କୁ ଡରାଉଛନ୍ତି ଓ ଟଙ୍କାର ଲାଳସା ଦେଖାଇ ଜାଲରେ ଫସାଉଛନ୍ତି । ଏହାପରେ ଠକମାନେ ବ୍ୟକ୍ତିଗତ ସୂଚନା ନେଇ ଲୋକମାନଙ୍କୁ ଚୂନ ଲଗାନ୍ତି ଓ ତାଙ୍କୁ ପ୍ରତାରଣ କରନ୍ତି । ତେବେ ବ୍ୟାଙ୍କ ଠକେଇ ସମ୍ପର୍କରେ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ (ଏସବିଆଇ) ଗ୍ରାହକଙ୍କୁ ସତର୍କ କରାଇଛି ।

ଏସବିଆଇ ନିଜ ଟ୍ୱିଟର ଆକାଉଣ୍ଟରେ ଏକ ଟ୍ୱିଟ୍ କରି ଲୋକଙ୍କୁ କହିଛି କି, ଭୁଲ ନମ୍ବରକୁ ବୁଝ । କେବେ ବି କଲ୍ ବ୍ୟାକ୍ କରନ୍ତୁ ନାହିଁ କି କୌଣସି ମେସେଜର ଉତ୍ତର ଦିଅନ୍ତୁ ନାହିଁ । କାହିଁକି ନା ଏପରି କରି ସେମାନେ ଆପଣଙ୍କ ବ୍ୟକ୍ତିଗତ ଓ ଆର୍ଥିକ ସୂଚନା ପାଇଯାଆନ୍ତି । ଏହି ଡାଟା ମାଧ୍ୟମରେ ସେ ଆପଣଙ୍କ ଆକାଉଣ୍ଟକୁ ଖାଲି କରିଥାନ୍ତି । ଏହା ସହ ଏସବିଆଇ ଏକ ଭିଡିଓ ମଧ୍ୟ ଜାରି କରିଛି ।

ଲୋକମାନେ କିପରି ନକଲି ଏସଏମଏସ ମାଧ୍ୟମରେ ଠକନ୍ତି, ତାହା ଏହି ଭିଡିଓ ମାଧ୍ୟମରେ ଏସବିଆଇ କହିଛି । ଏସବିଆଇ କହିଛି ଯେ, କୌଣସି ନକଲି ବାର୍ତ୍ତା ଆସିବା ପରେ କିଛି ଜିନିଷ ଉପରେ ଧ୍ୟାନ ଦେବା ଉଚିତ୍ । ଯଦି ଭୁଲ ନମ୍ବରରୁ ଏକ ମେସେଜ୍ ପଠାଯାଇଛି, ତେବେ ଯାଞ୍ଚ କରନ୍ତୁ ଯେ ଏହା ଏକ ଫୋନ୍ ନମ୍ବରରୁ ନା କୌଣସି ଅଫିସିଆଲ୍ ଆଇଡିରୁ ପଠାଯାଇଛି । ଏହା ବ୍ୟତୀତ ଏହିପରି ମେସେଜ କରିବା ପରେ ଯଦି କେହି କଲ୍ କରନ୍ତି ଏବଂ ଯଥାଶୀଘ୍ର ଆକ୍ସନ ନେବାକୁ କୁହନ୍ତି, ତେବେ ଏଥିପ୍ରତି ଧ୍ୟାନ ଦିଅନ୍ତୁ ନାହିଁ । ଏହା ସହ ଯଦି କେହି ଆପଣଙ୍କୁ ଏକ ମେସେଜ ପଠାଇ ଶୀଘ୍ର ପେମେଣ୍ଟ କରିବାକୁ କୁହନ୍ତି, େତେବେ ସଠାରେ ମଧ୍ୟ ସାବଧାନ ରୁହନ୍ତୁ ।

Get real time updates directly on you device, subscribe now.