fbpx

ବଡ଼ଗଡ଼ରେ ଝାଡ଼ାବାନ୍ତି ଆତଙ୍କ: ୨୫ରୁ ଅଧିକ ଆକ୍ରାନ୍ତ, ୧୫ଟା ଗ୍ରାମ ପ୍ରଭାବିତ

ଗଞ୍ଜାମ (ଭାସ୍କର ନ୍ୟୁଜ୍‌): ସୋରଡା ବ୍ଲକ ବଡ଼ଗଡ଼ରେ ଝାଡ଼ାବାନ୍ତି ଆତଙ୍କ । ପ୍ରତିଦିନ ବଡ଼ଗଡ଼ ମେଡିକାଲରେ ଭର୍ତ୍ତି ହେଉଛନ୍ତି ୨୫ରୁ ଉର୍ଦ୍ଧ ରୋଗୀ । ବଡଗଡ଼ ଓ ଏହାର ଆଖପାଖ ଅଞ୍ଚଳ ସିଙ୍ଗିପୁର, ସିଦ୍ଧପୁର, ଗାଙ୍ଗପୁର, ବାଟଶାସନ, ଲୋକାମାରି ଭଳି ୧୫ ଗୋଟି ଗ୍ରାମରୁ ଦୁଇ ସପ୍ତାହ ହେଲା ଝାଡ଼ାବାନ୍ତି ଆତଙ୍କ ଦେଖାଦେଇଛି । ବଡ଼ଗଡ଼ରେ ଦୂଷିତ ପାଣି ଯୋଗାଣ ହେଉଥିବାରୁ ସେହି ପାଣିକୁ ପିଇବା ଦ୍ୱାରା ଅଧିକାଂଶ ଝାଡାବାନ୍ତିରେ ଆକ୍ରାନ୍ତ ହେଉଥିବା ଅଭିଯୋଗ ହୋଇଛି । ବର୍ତ୍ତମାନ ସୁଦ୍ଧା କେଉଁ କାରଣରୁ ରୋଗ ବ୍ୟାପୁଛି ତାହା ଜଣାପଡିନଥିବା ବେଳେ ଅତ୍ୟଧିକ ଗରମରେ ଭୋଜିଭାତ ଖାଇବା ଓ ଦୂଷିତ ପାଣି ପିଇବା କାରଣରୁ ରୋଗ ବ୍ୟାପୁଥିବା ପ୍ରାଥମିକ ତଦନ୍ତରୁ ଡାକ୍ତର ଅନୁମାନ କରୁଛନ୍ତି । ସେହିରି ଅଧିକା ରୋଗୀ ମେଡିକାଲକୁ ଆସୁଥିବାରୁ ଚିକିତ୍ସାରେ ଅବହେଳା କରାଯାଉଥିବା ରୋଗୀଙ୍କ ସମ୍ପର୍କୀୟ ଅଭଯୋଗ କରିଛନ୍ତି ।

ଅନ୍ୟପଟେ ମେଡିକାଲରେ ୧୦ ଜଣ ଡାକ୍ତର ପଦବୀ ରହିଥିବା ବେଳେ ମାତ୍ର ତିନି ଜଣ ଡାକ୍ତର ରାତିଦିନ ରୋଗୀସେବା ଯୋଗାଇ ଆସୁଛନ୍ତି । ସେହିରି ଷ୍ଟାଫନର୍ସ ଛଅ ଜଣ ରହିବା ପରିବର୍ତ୍ତେ ତିନିଜଣ ରହିଛନ୍ତି । ପ୍ରତିଦିନ ବଡଗଡ଼ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆଖପାଖ ଅଞ୍ଚଳର ୧୫ଟି ପଂଚାୟତର ୨୦୦ରୁ ଉର୍ଦ୍ଧ ରୋଗୀ ଆସିଥାନ୍ତି । ଡାକ୍ତର ଓ କର୍ମଚାରୀ ଅଭାବରୁ ସଠିକ ରୋଗୀ ସେବା ମିଳୁନଥିବା ସ୍ଥାନୀୟ ଲୋକେ ଅଭିଯୋଗ ମଧ୍ୟ କରିଛନ୍ତି ।

Get real time updates directly on you device, subscribe now.