fbpx

ଲକଡାଉନରେ ଚୁଟି ନକାଟିବାରୁ ଭଣ୍ଡାରୀକୁ ଗୁଳି

ଭୁବନେଶ୍ୱର :୬ ।୫(ଓଡିଶା ଭାସ୍କର):ଲକ ଡାଉନରେ ଚୁଟିକାଟିବାକୁ ମନା କରିବାରୁ ଭଣ୍ଡାରୀ କୁ ଗୁଳିମାଡ । ଘଟଣା ସ୍ଥଳରେ ଭଣ୍ଡାରୀର ମୃତ୍ୟୁ ହୋଇଛି । ମୃତକଙ୍କ ସ୍ତ୍ରୀର ଅଭିଯୋଗ ପାଇଁ ପୁଲିସ ୩ ଜଣଙ୍କୁ ଗିରଫ କରିଛି । ହେଲେ ମୁଖ୍ୟ ଆସମାୀ ବିପିନ ଦାଶ ଫେରାର ରହିଛି । ଏଭଳି ଘଟଣା ଘଟିଛି ବିହାରର ଅମରପୁର ଥାନା ଅଧୀନରେ ।

ଗାଁରେ ସେଲୁନ କରିଥିବା ଦିନେଶ ଠାକୁର ଲକ ଡାଉନ ପାଇଁ ତା ଦୋକାନ ବନ୍ଦ ରଖିଥିଲା । ହେଲେ ଗାଁ ଲୋକ ତାକୁ ଦୋକନ ଖୋଲିବାକୁ ବାଧ୍ୟ କରୁଥିଲେ । ଦିନେଶ ମନା କରିବାରୁ ଆସାମୀ ବିପିନ ତାକୁ ଲୋକ ପଠାଇ ଡକାଇ ଥିଲା । ଦିନେଶ ଘରୁ ଯାଇଥିଲେ ବି ଆଉ ଫେରିନଥିଲା ।ବରଂ ତାର ମୃତ ଦେହ ଠାବ ହୋଇଥିଲା । ପୁଲିସ ଘଟଣାର ଅଧିକ ଅନୁସନ୍ଧାନ ଜାରୀ ରଖିଛି ।

Get real time updates directly on you device, subscribe now.