fbpx

କରୋନା ଆକ୍ରାନ୍ତ ବ୍ୟକ୍ତିଙ୍କ ସହ ଅପ୍ରାକୃତିକ ଯୈାନସମ୍ପର୍କ ରଖି ପୁରୁଷ ଡାକ୍ତର ଗିରଫ

ଭୁବନେଶ୍ୱର :୬ ।୫(ଓଡିଶା ଭାସ୍କର):କରୋନା ଆକ୍ରାନ୍ତଙ୍କ ସହ ଅପ୍ରାକୃତିକ ଯୈାନ ସମ୍ପର୍କ ଉଦ୍ୟମ । ଗିରଫ ହେଲେ ଡାକ୍ତର । ମୁମ୍ବାଇର ଏକ ମେଡିକାଲରେ ନୂଆ ଡାକ୍ତରଙ୍କୁ ନିଯୁକ୍ତି ଦିଆଯାଇଥିଲା । ୩୪ ବର୍ଷୀୟ ଡାକ୍ତର ଜଣଙ୍କ ଏଥିପାଇଁ ନୂଆ ପୋଷ୍ଟି ପାଇଥିଲେ । କିନ୍ତୁ ପୋଷ୍ଟିଂ ପାଇବାର ପରଦିନ ଘଟାଇଲେ ଲଜ୍ଜ୍ୟାଜନକ କାଣ୍ଡ । ରିପୋର୍ଟ ଅନୁଯାୟୀ ଦିନ ୯ଟା ୩୦ ସମୟରେ ଡାକ୍ତର ଜଣକ ୪୪ ବର୍ଷୀୟ କରୋନା ଆକ୍ରାନ୍ତ ରୋଗୀଙ୍କ ରୁମକୁ ଯାଇଥିଲେ । ଆଇ.ସି.ୟୁରେ କେହି ନଥିବା ସୁଯୋଗ ନେଇ ରୋଗୀଙ୍କ ସହ ଅପ୍ରାକୃତିକ ଯୈାନ ସମ୍ବନ୍ଧ ରଖିବାକୁ ଚେଷ୍ଠା କରିଥିଲେ ।

କିନ୍ତୁ ରୋଗୀ ଜଣକ ପାଟି କରିବାରୁ ମେଡିକାଲର ଅନ୍ୟ କର୍ମଚାରୀମାନେ ଆସିଯାଇଥିଲେ । ପରେ ରୋଗୀଙ୍କ ଅଭିଯୋଗ ଓ ମେଡିକାଲ ଏଚ.ଆର ମ୍ୟାନେଜରଙ୍କ ରିପୋର୍ଟ ଆଧାରରେ ପୋଲିସ ମାମଲା ରୁଜ୍ଜୁ କରିଛି । ତାଛଡା କରୋନା ରୋଗୀଙ୍କ ସଂସ୍ପର୍ଷରେ ଆସିଥିବାରୁ ତାଙ୍କ ସ୍ୱାବ ପରୀକ୍ଷା ପାଇଁ ପଠାଯାଇଛି । ତାଙ୍କ ବିରୋଧରେ ଆଇପିସିର ଧାରା ୩୭୭ ବା ଅପ୍ରାକୃତିକ ସମ୍ପର୍କ ଓ ଧାରା ୨୬୯,୨୭୦ ଲଗାଯାଇଛି ।

Get real time updates directly on you device, subscribe now.