fbpx

କିନ୍ନରଙ୍କ ଉପରେ ପ୍ରଭୁ ଶ୍ରୀରାମଙ୍କ ଥିଲା ବିଶେଷ ଆଶୀର୍ବାଦ, ପ୍ରଭୁଙ୍କ ପ୍ରାଣ ପ୍ରତିଷ୍ଠା ଦିନ କିନ୍ନରଙ୍କ ରହିଛି ବଡ ଯୋଜନା

ବରେଲୀ: ୨୨ଜାନୁୟାରୀରେ ଅଯୋଧ୍ୟାରେ ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ ସାରା ଦେଶରେ ବେଶ୍ ଉତ୍ସାହ ସହ ପାଳନ କରାଯିବ । ଏହିଦିନକୁ ସ୍ୱତନ୍ତ୍ର ଭାବରେ ମନାଇବାକୁ ସମସ୍ତେ ଯୋଜନା ପ୍ରସ୍ତୁତ କରିଛନ୍ତି । ଏଥିରେ ବରେଲୀର କିନ୍ନର ସମାଜ ବି ସାମିଲ ଅଛନ୍ତି । ବରେଲୀ କିନ୍ନର ସମାଜ ଘୋଷଣା କରିଛନ୍ତି କି ୨୨ ଜାନୁୟାରୀରେ ଜନ୍ମ ନେଇଥିବା ଶିଶୁଙ୍କ ଲାଗି ସେମାନେ ଆଗମନୀ ସଙ୍ଗୀତ ତ ଗାଇବେ କିନ୍ତୁ ସେମାନଙ୍କ ମାତାପିତାଙ୍କ ଠାରୁ କୌଣସି ପଇସା ନେବେ ନାହିଁ ।

ବରେଲୀ କିନ୍ନର ସମୁଦାୟର ଜଣେ କିନ୍ନର ଶାରଦା କହିଛନ୍ତି ଆମେ ବଡ ଭାଗ୍ୟଶାଳୀ କି ନିଜ ଜୀବନ କାଳ ମଧ୍ୟରେ ରାମ ମନ୍ଦିରର ଦର୍ଶନ କରିପାରିବୁ । ସେ କହିଛନ୍ତି ୨୨ ଜାନୁୟାରୀରେ ଯେଉଁ ପରିବାରରେ ସନ୍ତାନ ଜନ୍ମକୁ ନେଇ ସେମାନେ ଗୀତ ଗାଇବାକୁ ଯିବେ ସେଠାରୁ ସେମାନେ କିଛି ପଇସା ଦାବୀ କରିବେ ନାହିଁ । ଆମକୁ ଯାହା ମିଳିବ ତାହା ଖୁସିରେ ଖୁସିରେ ଆଣିବୁ ଆଉ କିଛି ନ ମିଳିଲେ ବି ପିଲାକୁ ଆଶୀର୍ବାଦ କରି ଆସିବୁ ।

ଶାରଦା କହିଛନ୍ତି ଯେତେବେଳେ ପ୍ରଭୁ ଶ୍ରୀରାମ ବନବାସ ଯାଉଥିଲେ ସେତେବେଳେ ଅଯୋଧ୍ୟାର ସମସ୍ତ ନରନାରୀଙ୍କ ସହିତ କିନ୍ନରମାନେ ବି ତାଙ୍କ ପଛରେ ଯାଉଥିଲେ । ପ୍ରଭୁଙ୍କ ନିବେଦନ ପରେ ସମସ୍ତେ ଅଯୋଧ୍ୟା ଫେରି ଆସିଥିଲେ କିନ୍ତୁ କିନ୍ନରମାନେ ଆସି ନ ଥିଲେ । ତମସା ନଦୀ ନିକଟରେ ୧୪ ବର୍ଷ ପର୍ଯ୍ୟନ୍ତ ପ୍ରଭୁଙ୍କ ଗୁଣଗାନ ଓ ପୂଜାଅର୍ଚ୍ଚନା କରିଥିଲେ । ବନବାସ ପରେ ଯେତେବେଳେ ପ୍ରଭୁ ଫେରିଥିଲେ ସେତେବେଳେ ସେ ଏମାନଙ୍କ ସମର୍ପଣ ଭାବ ଦେଖି ପ୍ରସନ୍ନ ହୋଇଥିଲେ ଓ ଆଶୀର୍ବାଦ ଦେଇଥିଲେ କି କାହା ଘରେ ସନ୍ତାନ ଜନ୍ମ ହେଲେ କିନ୍ନରମାନେ ଆଗମନୀ ସଙ୍ଗୀତ ଗାଇ ଆଶୀର୍ବାଦ ଦେବେ ଓ ଏହାଦ୍ୱାରା ସେମାନଙ୍କ ଗୁଜୁରାଣ ଭଲରେ ମେଣ୍ଟିପାରିବ ।

ଶାରଦା କହିଛନ୍ତି ୨୨ ଜାନୁୟାରୀ ପରେ ଆମେ ରାମଲଲାଙ୍କ ଦର୍ଶନ ପାଇଁ ଅଯୋଧ୍ୟା ଯିବୁ । କିନ୍ନର ନୈନା ଦେବୀ କହିଛନ୍ତି ୨୨ ଜାନୁୟାରୀ ପରେ ଆମେ ଅଯୋଧ୍ୟା ଯିବୁ ଓ ସେଠାରେ ଶ୍ରୀରାମଙ୍କ ଦର୍ଶନ କରିବା ସହିତ ରାମ ମନ୍ଦିର ନିର୍ମାଣ କାର୍ଯ୍ୟରେ ସହଯୋଗ କରିବୁ । ଅନ୍ୟଜଣେ କିନ୍ନର ସରସ୍ୱତୀ ଦେବୀ କହିଛନ୍ତି ୨୨ ଜାନୁୟାରୀ ଦିନ ଆମେ ନିଜ ଅଞ୍ଚଳରେ ଜନ୍ମନେଇଥିବା ସବୁ ଶିଶୁଙ୍କୁ ଆଶୀର୍ବାଦ ଦେବା ସହିତ ମାଗଣାରେ ଘରେ ଘରେ ଦୀପ ବାଣ୍ଟିବୁ । ଏହିଦିନ ଆମେ ପ୍ରାୟ ୧ହଜାର ଦୀପ ବାଣ୍ଟିିବାକୁ ଲକ୍ଷ୍ୟ ରଖିଛୁ । ଏହାସହିତ କିଛି କିନ୍ନର ଏହିଦିନ ଟ୍ରେନରେ ଶ୍ରୀରାମ ଭଜନ ଗାଇବାକୁ ଯୋଜନା କରିଛନ୍ତି ।

Get real time updates directly on you device, subscribe now.