fbpx
BJD SKY
BJD SKY

କ୍ୟାରିୟରରେ ବିକାଶ ପାଇଁ ବାଧକ ସାଜିଥାଏ ଏହି ସବୁ…ସଫଳତା ପାଇଁ ଆପଣାନ୍ତୁ ଏହି ଟିପ୍ସ

BJD

ଓଡ଼ିଶା ଭାସ୍କର: ପ୍ରାୟ ସମସ୍ତେ ନୂତନ ଚିନ୍ତାଧାରା ଓ ସଂକଳ୍ପକୁ ନେଇ ନୂତନ ବର୍ଷର ଆରମ୍ଭ କରିଥାନ୍ତି । କିନ୍ତୁ କେତେକ କ୍ଷେତ୍ରରେ ପରିସ୍ଥିତି କାରଣରୁ ଏହି ସବୁ ସଂକଳ୍ପ ଧରାଶାୟୀ ହୋଇଯାଏ । ଫଳରେ ବ୍ୟକ୍ତି ନିରାଶ ହୋଇ ଅସଫଳତାକୁ ଜୀବନର ଲକ୍ଷ୍ୟ ବୋଲି ଭାବିନିଏ । ଜୀବନରେ ପ୍ରଗତି ନିମନ୍ତେ ଚେଷ୍ଟା କରିବାକୁ ଭୁଲିଯାଏ । ପରବର୍ତ୍ତୀ ସମୟରେ ବ୍ୟକ୍ତିଗତ ଜୀବନର ଭୟ ବୃତ୍ତିଗତ ଜୀବନ ଉପରେ ପ୍ରଭାବ ପକାଇଥାଏ । ଏହା ସହ ଆତ୍ମବିଶ୍ୱାସ କ୍ଷୀଣ ହେବା ସହ ବ୍ୟକ୍ତିତ୍ୱର ବିକାଶରେ ବାଧା ସୃଷ୍ଟି କରିଥାଏ । ତେବେ ଆସନ୍ତୁ ଜାଣିବା କେଉଁ ଜୀବନରେ ଭୟକୁ କିପରି ଦୂର କରି ଅତ୍ମବିଶ୍ୱାସକୁ ଦୃଢ଼ କରିବା:

୧. ଭୟକୁ ଚିହ୍ନିବା: ନିଜ ଭୟ ଉପରେ ନିୟନ୍ତ୍ରଣ ରଖିବାର ପ୍ରଥମ ପାହାଚ ହେଉଛି ଆପଣ ଭୟ କରୁଥିବା ଜିନିଷକୁ ନେଇ ଅଧିକ ଚିନ୍ତିତ ରୁହନ୍ତୁ ନାହିଁ । ତାକୁ ଚିହ୍ନନ୍ତୁ ଏବଂ ସ୍ୱିକାର କରନ୍ତୁ । ନିଜ ଭିତରେ ଥିବା ଭୟର ସାମ୍ନା କରିବା ପାଇଁ ଚେଷ୍ଟା କରନ୍ତୁ । ପାଠ ପଢ଼ା, ଅସଫଳତା, ଲୋକ ଲଜ୍ଜ୍ୟା ଇତ୍ୟାଦିର ଭୟ ବ୍ୟକ୍ତିର ଆତ୍ମବିଶ୍ୱାସ ଉପରେ ପ୍ରଭାବିତ କରିଥାଏ ।

୨. ନିଜକୁ ଚ୍ୟାଲେଞ୍ଜ କରନ୍ତୁ: ବେଳେ ବେଳେ ଜୀବନରେ ନୂତନ ଚ୍ୟାଲେଞ୍ଜ ସ୍ୱୀକାର କରନ୍ତୁ । ନକାରାତ୍ମକ ଚିନ୍ତାଧାରା ଠାରୁ ଦୂରେଇ ସକାରାତ୍ମକ ଚିନ୍ତାଧାରା ଉପରେ ଗୁରୁତ୍ୱାରୋପ କରନ୍ତୁ ।

୩. ଛୋଟ ଛୋଟ ପଦକ୍ଷେପ ନିଅନ୍ତୁ: ନିଜ ଲକ୍ଷ୍ୟକୁ ପୁରା କରିବା ଦିଗରେ ଛୋଟ ଛୋଟ ପଦକ୍ଷେପ ନିଅନ୍ତୁ । ଏହା ଦ୍ୱାରା ଆତ୍ମବିଶ୍ୱାସ ବୃଦ୍ଧି ହେବା ସହ ଭୟ ଧିରେ ଧିରେ କ୍ଷୀଣ ହୋଇଥାଏ ।

୪. ଶିଖିବା ବନ୍ଦ କରନ୍ତୁ ନାହିଁ: ଜୀବନରେ ପ୍ରତ୍ୟେକ ଅନୁଭୂତିରୁ ବ୍ୟକ୍ତି କିଛି ନା କିଛି ଶିଖିଥାଏ । ଅନୁଭୂତି ଭଲ ବି ହୋଇପାରେ ଏବଂ ଖରାପ ବି । ତେବେ ଅଧିକାଂଶ ବ୍ୟକ୍ତି ଖରାପ ଅନୁଭୂତିକୁ ନେଇ ସବୁବେଳେ ଚିନ୍ତିତ ରହିଥାନ୍ତି ଏବଂ ଚେଷ୍ଟା କରିବା ବନ୍ଦ କରି ଦିଅନ୍ତି । ସବୁବେଳେ ମନେ ରଖିବା ଉଚିତ ଯେ ଚେଷ୍ଟା କରିବା ବନ୍ଦ କରିବା ମାନେ ଜୀବନର ପ୍ରଗତି ପଥକୁ ଅବରୋଧ କରିବା ।

୫. ରିସ୍କ ନିଅନ୍ତୁ: ବ୍ୟକ୍ତିଗତ ବିକାଶ ପାଇଁ ନିଜ କମ୍ଫର୍ଟ ଜୋନରୁ ବାହାରିବା ନିହାତି ଆବଶ୍ୟକ । ତେଣୁ ନିଜ କ୍ଷମତା ପରଖିବା ପାଇଁ ନୂତନ ସୁଯୋଗକୁ କେବେ ବି ହାତ ଛଡ଼ା କରନ୍ତୁ ନାହିଁ ।

Get real time updates directly on you device, subscribe now.