fbpx

ଠକେଇ ଅଭିଯୋଗରେ ମୁହଁ ଖୋଲିଲେ ବର୍ଷା! ଜାଣନ୍ତୁ କଣ କହିଲେ..

ଭୁବନେଶ୍ୱର: ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ପୁଣି ଥରେ ଚର୍ଚ୍ଚାରେ । ଜଣେ ମହିଳା ବର୍ଷାଙ୍କ ବିରୋଧରେ ଠକେଇ ଅଭିଯୋଗ ଆଣିଛନ୍ତି । ଅଭିଯୋଗ ଆଣିଥିବା ମହିଳା ଜଣକ ହେଲେ ଭୁବନେଶ୍ବର ସତ୍ୟକାଳୀ ବସ୍ତିର କଲ୍ୟାଣୀ ନାୟକ । ଏନେଇ କଲ୍ୟାଣୀ ବର୍ଷାଙ୍କ ବିରୋଧରେ ସହିଦ ନଗର ଥାନାରେ ଏକ ଏତଲା ଦେଇଛନ୍ତି । ସେ ତାଙ୍କ ଏତାଲାରେ ଦର୍ଶାଇଛନ୍ତି ଯେ, ବର୍ଷା ଭୁବନେଶ୍ବରର ଏକ ସୁନା ଦୋକନାରେ ତାଙ୍କୁ ଚାକିରୀ କରାଇ ଦେବାକୁ କହି ୩୦ ହଜାର ଟଙ୍କା ନେଇଛନ୍ତି। ଟଙ୍କା ନେବା ପରେ ବର୍ଷା କି ତାଙ୍କ ସହଯୋଗୀ ଆୟୁଷୀ ପ୍ରିୟଦର୍ଶିନୀ ଫୋନ ଉଠାଉ ନାହାନ୍ତି । ତେଣୁ ସେ ବାଧ୍ୟ ହୋଇ ଥାନାର ଦ୍ବାରସ୍ତ ହୋଇଛନ୍ତି ।

କିନ୍ତୁ ଏହି ଘଟଣାରେ ଏବେ ପାଟି ଖୋଲିଛନ୍ତି ବର୍ଷା । ବର୍ଷା କହିଛନ୍ତି ଏହି ଅଭିଯୋଗ ସମ୍ପୁର୍ଣ୍ଣ ମିଥ୍ୟା । ମୋର ସ୍ୱର ଚାପିବା ପାଇଁ ଏହା କରାଯାଉଛି ବୋଲି କହିଛନ୍ତି ବର୍ଷା । ବର୍ଷା କହିଛନ୍ତି ଏହି ଅଭିଯୋଗ ସମ୍ପୁର୍ଣ୍ଣ ମିଥ୍ୟା । ମୋର ସ୍ୱର ଚାପିବା ପାଇଁ ଏହା କରାଯାଉଛି ବୋଲି କହିଛନ୍ତି ବର୍ଷା । ଏହାସହିତ ବର୍ଷା କହିଛନ୍ତି ପ୍ରଭୁ ଶ୍ରୀଜଗନ୍ନାଥଙ୍କର ଉପରେ ମୋର ବିଶ୍ୱାସଅଛି ।

ଏହା ସହିତ ବର୍ଷ କହିଛନ୍ତି ଏହି ଘଟଣାରେ କୌଣସି ସତ୍ୟତା ନାହିଁ । ବିନା କୌଣସି ତଥ୍ୟ ଆଧରରେ ହିଁ ଖବର ପରିବେଷଣ କରାଯାଉଛି । ଏହା ଏକ ଚକ୍ରାନ୍ତ ଅଟେ । ତେଣୁ ଏହି ଘଟଣାରେ ମୁଁ କୋର୍ଟର ଦ୍ୱାରସ୍ଥ ହେବି ଏହା ସହିତ ଦୋଷୀଙ୍କୁ ଉପଯୁକ୍ତ ଦଣ୍ଡ ମଧ୍ୟ ମିଳିବ ବୋଲି ସୂଚନା ଦିଆଯାଇଛି । ବର୍ଷ ଏହା ମଧ୍ୟ କହିଛନ୍ତି ଯେ ମୁଁ ଜଣେ ସାଧାରଣ ମଣିଷ , ମୋର ନିର୍ମଳ ହୃଦୟ । ମୋ ବିରୁଦ୍ଧରେ ଯେତେ ଯାହା ଚକ୍ରାନ୍ତ ହେଲେ ମଧ୍ୟ ମୁଁ କେବେ ଭାଙ୍ଗି ପଡିବି ନାହିଁ । ବର୍ଷା ତାଙ୍କର ବିରୁଦ୍ଧ ହୋଇଥିବା ଅଭିଯୋଗକୁ ନେଇ ପ୍ରତିକ୍ରିୟା ପ୍ରକାଶ କରିବା ସହିତ ସୋସିଆଲ ମିଡିଆରେ ସ୍ପଷ୍ଟିକରଣ ରଖିଛନ୍ତି ।

Get real time updates directly on you device, subscribe now.