fbpx

(Video) ବର୍ଷା ଛାଡ଼ିଲେ ଶାଶୂଘର, ପୋଲିସ ସହାୟତା ମାଗିଲେ ଅନୁଭବ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଲିଉଡ୍ ଷ୍ଟାର ଦମ୍ପତି ଅନୁଭବ ମହାନ୍ତି ଓ ବର୍ଷା ପ୍ରିୟଦର୍ଶିନୀଙ୍କୁ ନେଇ ଆସିଛି ନୂଆ ଅପଡେଟ୍ । ଅଭିନେତ୍ରୀ ବର୍ଷା ତାଙ୍କର ଶାଶୂଘର ଛାଡ଼ିଛନ୍ତି । ଅନ୍ୟପଟେ ପୋଲିସ ଉପସ୍ଥିତିରେ ଅନୁଭବ ଘରେ ପ୍ରବେଶ କରିବା ପାଇଁ ପୁରୀଘାଟ ଥାନାରେ ଲିଖିତ ଭାବେ ନିବେଦନ କରିଛନ୍ତି । ବର୍ଷା ଶାଶୂଘର ଛାଡ଼ି ଅନ୍ୟତ୍ର ରହିବା ନେଇ ଅନୁଭବଙ୍କ ପକ୍ଷରୁ ଏସଡିଜେଏମ କୋର୍ଟରେ ମାମଲା ଦାୟର କରାଯାଇଥିଲା । ଉକ୍ତ ଆବେଦନକୁ କୋର୍ଟ ଗ୍ରହଣ କରିବା ସହ ଘରଭଡ଼ା ବାବଦକୁ ବର୍ଷାଙ୍କୁ ମାସିକ ୩୦ ହଜାର ଟଙ୍କା ଦେବାକୁ ଅନୁଭବଙ୍କୁ ନିର୍ଦ୍ଦେଶ ଦେଇଥିଲେ । ସେହିପରି ଏକ ମାସ ମଧ୍ୟରେ ଘର ଛାଡ଼ିବାକୁ କୋର୍ଟ ବର୍ଷାଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

ତେବେ ଏସଡିଜେଏମଙ୍କ ନିର୍ଦ୍ଦେଶକୁ ଚ୍ୟାଲେଞ୍ଜ କରି ବର୍ଷା ଜିଲ୍ଲା ଜଜ୍ କୋର୍ଟ ଯାଇଥିଲେ । ମାମଲାର ପ୍ରାରମ୍ଭିକ ଶୁଣାଣି କରି ଜିଲ୍ଲା ଜଜ ସ୍ଥିଗିତାଦେଶ ଦେଇଥିଲେ । ଶାଶୂଘର ଛାଡ଼ିବା ପାଇଁ ବର୍ଷା ଜିଲ୍ଲା ଜଜ୍ କୋର୍ଟରେ ଜଣାଇବା ପରେ ଉକ୍ତ ମାମଲାର ଅନ୍ତ ଘଟିଥିଲା । ଦୁହିଁଙ୍କ ମାମଲା କୋର୍ଟରେ ବିଚାରାଧୀନ ଥିବାରୁ ସୋସିଆଲ ମିଡ଼ିଆରେ କୌଣସି ପୋଷ୍ଟ ଶେୟାର ନ କରିବାକୁ କୋର୍ଟ ଉଭୟଙ୍କୁ ପୂର୍ବରୁ ନିର୍ଦ୍ଦେଶ ଦେଇଥିଲେ ।

ଗତ ମାସ ୨୭ ତାରିଖ ମଧ୍ୟରେ ପାରିବାରିକ ବିବାଦକୁ ନେଇ ବର୍ଷା-ଅନୁଭବଙ୍କୁ କାଉନସେଲିଂ କରାଯାଇଥିଲା । ଦୁହିଁଙ୍କ ମଧ୍ୟରେ ମଧ୍ୟସ୍ଥତା ପାଇଁ ଫ୍ୟାମିଲି କୋର୍ଟ ବିଚାରପତି ପ୍ରୟାସ କରିଥିଲେ ହେଁ ତାହା ବିଫଳ ହୋଇଥିଲା । ମଧ୍ୟସ୍ଥତା ସପକ୍ଷରେ ନଥିବା ନେଇ ଅନୁଭବ କହିଥିଲେ । ସେହିପରି କୋର୍ଟଙ୍କ ନିଷ୍ପତ୍ତିରେ ସହଯୋଗ କରିବେ ବୋଲି ବର୍ଷା କହିଥିଲେ ।

Get real time updates directly on you device, subscribe now.