fbpx

High Blood Pressureକୁ ରୋକିପାରିବ ପାଣି: ଜାଣନ୍ତୁ ଏହାର ଉପଚାର ବିଧି, କ’ଣ କହୁଛି ମେଡିକାଲ ସାଇନ୍ସ

ହାଇ ବ୍ଲଡ ପ୍ରେସର ଆଜିକାଲି ଲୋକଙ୍କ ଜୀବନଶୈଳୀର ଏକ ଅଂଶ ପାଲଟିଗଲାଣି । ପ୍ରତି ତିନି ଜଣଙ୍କ ମଧ୍ୟରୁ ଜଣେ ହାଇ ବିପିରେ କଲବଲ ହେୁଛି । ଯୁବବର୍ଗଙ୍କଠାରୁ ଆରମ୍ଭ କରି ବୃଦ୍ଧ ପର୍ଯ୍ୟନ୍ତ ସମସ୍ତଙ୍କଠାରେ ହାଇ ବ୍ଲଡ ପ୍ରେସର ସମସ୍ୟା ଦେଖିବାକୁ ମିଳୁଛି । ଯେ କୌଣସି ବୟସରେ ଆପଣଙ୍କୁ ହାଇ ବିପି ସଂକ୍ରମିତ କରିପାରେ । ଅଧିକ ବୟସରେ ହାଇ ବିପି ସମସ୍ୟା ରହିବା ଦ୍ୱାରା ଆପଣଙ୍କଠାରେ ହୃଦ ସମସ୍ୟା ବୃଦ୍ଧି ହୋଇପାରେ ।

ତେବେ ବ୍ଲଡ୍ ପ୍ରେସରକୁ କଣ୍ଟ୍ରୋଲ କରିବା ପାଇଁ ହେଲଦୀ ଡାଏଟକୁ ଫଲୋ କରିବା ପାଇଁ ପରାମର୍ଶ ଦିଆଯାଇଥାଏ । ତେବେ ଆପଣ ଜଳ ଦ୍ୱାରା ନିଜର ହାଇ ବ୍ଲଡ ପ୍ରେସରକୁ ମଧ୍ୟ କଣ୍ଟ୍ରୋଲ କରିପାରିବେ । ଏହି କଥାଟି ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିବ । ପର୍ଯ୍ୟାପ୍ତ ମାତ୍ରାରେ ପାଣି ପିଇଲେ ଶରୀରରେ ବ୍ଲଡ ସର୍କୁଲେସନ ସଠିକ୍ ଭାବରେ ହୋଇଥାଏ । ହେଲଦୀ ଡାଏଟ ସହିତ ପାଣି ପିଇବା ଓ ହାଇଡ୍ରେଟେଡ ରହିବା ଦ୍ୱାରା ହାଇ ବ୍ଲଡ ପ୍ରେସରକୁ ହ୍ରାସ କରାଯାଇପାରେ ।

ଜଣାପଡ଼ିଛି, ଡିହାଇଡ୍ରେସନ ଓ ବ୍ଲଡ ପ୍ରେସର ମଧ୍ୟରେ ଏକ ସଂଯୋଗ ରହିଛି । ଯଦି ଆମେ ସଠିକ୍ ମାତ୍ରାରେ ପାଣି ପିଇବା ତେବେ ଆମର ବଡି ହାଇଡ୍ରେଟେଡ ରହିବ । ଶରୀର ହାଇଡ୍ରେଟେଡ ରହିବା ଦବାରା ଆମର ହାର୍ଟ ଠିକ୍ ଭାବେ କାର୍ଯ୍ୟ କରିପାରିବ । ଏହାଦ୍ୱାରା ଆମର ରକ୍ତର ସର୍କୁଲେସନ ମଧ୍ୟ ଠିକ୍ ଭାବେ ହୋଇପାରିବ । ଡିହାଇଡ୍ରେସନର ସ୍ଥିତିରେ ଆମର ହାଟକୁ ପମ୍ପ କରିବାରେ ଅଧିକ ପରିଶ୍ରମ କରିବାକୁ ପଡ଼ିଥାଏ ।

ଡାର୍ଡିଓଭାସ୍କୁଲାର ସ୍ୱାସ୍ଥ୍ୟରେ ସୁଧାର ଆଣିବାକୁ ହେଲେ ଆମକୁ ଉଚିତ ମାତ୍ରାରେ ପାଣି ପିଇବାକୁ ପଡ଼ିବ । ଏକ ରିସର୍ଚ୍ଚ ମୁତାବକ, ପାଣିରେ କ୍ୟାଲସିୟମ ଓ ମ୍ୟାଗ୍ନେସିୟମ ମିଶାଇ ପିଇଲେ ଏହା ହାଇ ବ୍ଲଡ ପ୍ରେସରକୁ କଣ୍ଟ୍ରୋଲ କରିବାରେ ସହାୟକ ହେବ । ଆପଣ ପାଣିରୁ ଭିଟାମିନ, ମ୍ୟାଗ୍ନେସିୟମ ପାଇବାକୁ ହେଲେ ସେଥିରେ ପୁଦିନା, ଖୀରା, ଲେମ୍ବୁ ଓ ଜାମୁନ ମିଶାଇ ପିଇପାରିବେ ।

Get real time updates directly on you device, subscribe now.