fbpx

ଟୁଇନ୍ସିଟିରେ କୋହଳ ହେବନି କଟକଣା

ଭୁବନେଶ୍ୱର, ୧୯ା୪ (ଓଡ଼ିଶା ଭାସ୍କର) : ଦେଶର ବିଭିନ୍ନ ସ୍ଥାନରେ ଲକଡାଉନ କଟକଣା କୋହଳ କରିବା ପାଇଁ କେନ୍ଦ୍ର ସରକାର ଘୋଷଣା କରିଥିବାବେଳେ ଭୁବନେଶ୍ୱର ଓ କଟକରେ କଟକଣା କୋହଳ ହେବନାହିିଁ ବୋଲି ବିଏମ୍ସି ଓ କମିଶନରେଟ ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି । ପରବର୍ତ୍ତୀ ସମୀକ୍ଷା ଓ ନିର୍ଦ୍ଦେଶ ପର୍ଯ୍ୟନ୍ତ ଲକଡାଉନ ଜାରି ରହିବ ବୋଲି ବିଏମ୍ସି ପକ୍ଷରୁ ଟୁଇଟ କରି କୁହାଯାଇଥିବାବେଳେ ରାଜଧାନୀବାସୀ ଏହି ନିୟମର ଅନୁପାଳନରେ ସହଯୋଗ କରିବାକୁ ଅନୁରୋଧ କରାଯାଇଛି । ସେହିପରି ପୋଲିସ କମିଶନର ଡ. ସୁଧାଂଶୁ ଷଡ଼ଙ୍ଗୀ କହିଛନ୍ତି ଯେ ଆଇଟି ଓ ଏ ସମ୍ବନ୍ଧୀୟ ସମସ୍ତ କମ୍ପାନୀର କର୍ମଚାରୀମାନେ ପୂର୍ବଭଳି ୨୫ ପ୍ରତିଶତ ଉପସ୍ଥାନ ବଜାୟ ରଖିବେ । ରାସ୍ତାରେ ଗଲାବେଳେ ନିଜର ପରିଚୟପତ୍ର ଦେଖାଇ ଗନ୍ତବ୍ୟ ସ୍ଥଳକୁ ଯାଇପାରିବେ । ସେହିପରି ଭୁବନେଶ୍ୱରରେ ଥିବା ରାଜ୍ୟ ସରକାରଙ୍କ ଅଧୀନସ୍ଥ ଅଫିସଗୁଡ଼ିକରେ କାର୍ଯ୍ୟରେ ଯୋଗଦେବାକୁ ଯାଉଥିବା କର୍ମଚାରୀମାନେ ନିଜର ପରିଚୟପତ୍ର ଦେଖାଇପାରିବେ । ଏଥିପାଇଁ କୌଣସି ୍ଗାଡ଼ି ପାସ୍ର ଆବଶ୍ୟକତା ପଡ଼ିବ ନାହିଁ । ସାର, କୀଟନାଶକ, କୃଷି ଯନ୍ତ୍ରପାତି, ଗୋଖାଦ୍ୟ ଆଦି ବିକ୍ରୟ କରୁଥିବା ଦୋକାନଗୁଡ଼ିକ ପୂର୍ବଭଳି ବନ୍ଦ ରହିବ । ସେହିପରି ସିମେଣ୍ଟ, ରଙ୍ଗ, ଲୁହାଛଡ଼ ଦୋକାନ, ମରାମତି କରାଯାଉଥିବା ଦୋକାନ ଆଦି ପୂର୍ବଭଳି ବନ୍ଦ ରହୁଥିବାବେଳେ ଜରୁରିକାଳୀନ ଏସି ଓ ରେଫ୍ରିଜେରେଟର ମେକାନିକମାନେ ୧୦୦ ଡାଏଲ କରି ସାମୟିକ ପାସ୍ ନେଇପାରିବେ । ମାର୍ଚ୍ଚ ୨୨ ତାରିଖରୁ ଜାରି ରହିଥିବା ଲକଡାଉନ ପରବର୍ତ୍ତୀ ନିଷ୍ପତ୍ତି ପର୍ଯ୍ୟନ୍ତ ବଳବତ୍ତର ରହୁଥିବାରୁ ଏପ୍ରିଲ ୨୦ ତାରିଖରେ ଭୁବନେଶ୍ୱର ପୋଲିସଜିଲ୍ଲା ଅନ୍ତର୍ଗତ ସମସ୍ତ ଅଞ୍ଚଳର ଜନସାଧାରଣମାନେ ଲକଡାଉନ ନିୟମକୁ ପୂର୍ବଭଳି ପାଳନ କରିବାକୁ କମିଶନର ଶ୍ରୀ ଷଡ଼ଙ୍ଗୀ ଅନୁରୋଧ କରିଛନ୍ତି ।

Get real time updates directly on you device, subscribe now.