fbpx

ଟଚ୍ ଫ୍ରି ହେବ ଭୁବନେଶ୍ୱର ଏୟାରପୋର୍ଟ

ଭୁବନେଶ୍ୱର, ୨୧ା୫(ଓଡ଼ିଶା ଭାସ୍କର): ଆସନ୍ତା ୨୫ରୁ ଦେଶରେ ଘରୋଇ ବିମାନ ସେବା ଆରମ୍ଭ ହେବ । ରାଜଧାନୀ ଭୁବନେଶ୍ୱର ସ୍ଥିତ ଏୟାରପୋର୍ଟ ପ୍ରସ୍ତୁତ ଥିବା କହିଛନ୍ତି ନିର୍ଦ୍ଦେଶକ ଭି.ଭି ରାଓ । ବିିମାନ ସେବା ଆରମ୍ଭ ହେବା ସହ କେନ୍ଦ୍ର ସରକାରଙ୍କ ସମସ୍ତ ଗାଇଡ଼ ଲାଇନକୁ ପାଳନ କରାଯିବ । ଏହାସହ ଆଜି ସନ୍ଧ୍ୟା ସୁଦ୍ଧା କେଉଁ ଅଞ୍ଚଳକୁ ବିମାନ ଉଡ଼ିବ ତାହା ଜଣାପଡ଼ିବ । ବିମାନ ବନ୍ଦରକୁ ସମ୍ପୂର୍ଣ୍ଣ ଟଚ୍ ଫ୍ରି କରାଯିବ ବୋଲି ନିର୍ଦ୍ଦେଶକ କହିଛନ୍ତି ।

କେନ୍ଦ୍ର ପକ୍ଷରୁ ଜାରି ହୋଇଥିବା ଗାଇଡ଼ଲାଇନ ଅନୁସାରେ  ସବୁ ଯାତ୍ରୀଙ୍କୁ  ନିଜ ମୋବାଇଲରେ ଆରୋଗ୍ୟ ସେତୁ ଆପ୍ ଡାଉନଲୋଡ କରିବାକୁ ପଡିବ । ଏହା ସହ ବିମାନବନ୍ଦରରେ ୨ ଘଣ୍ଟା ପୂର୍ବରୁ ଯାତ୍ରୀ ପହଞ୍ଚିବେ । ଯାତ୍ରୀଙ୍କ ପାଇଁ ମାସ୍କ ଓ ଗ୍ଲୋଭସ୍ ପିନ୍ଧିବା ବାଧ୍ୟତାମୂଳକ । ୧୪ ବର୍ଷରୁ କମ୍ ବୟସ ପିଲାଙ୍କ ପାଇଁ ଆରୋଗ୍ୟ ସେତୁ ଆପ୍ ଡାଉନଲୋଡ୍ କରିବା ଆବଶ୍ୟକ ନାହିଁ ।

Get real time updates directly on you device, subscribe now.