fbpx

ଆକ୍ଟିଭ ରୋଗୀ ଥିବାରୁ ରେଡ଼ ଜୋନରେ ଭୁବନେଶ୍ୱର

ଭୁବନେଶ୍ୱର, ୪ା୫(ଓଡ଼ିଶା ଭାସ୍କର): କରୋନା ସମ୍ପର୍କିତ ଖବର ଦେଇଛନ୍ତି ଆଇଇସି ମୁଖ୍ୟ ସୁବ୍ରତ ବାଗଚୀ । ସେ କହିଛନ୍ତି ଯେ ପ୍ରବାସୀମାନେ ବାହାରୁ ଫେରିବା ଆଗରୁ ଜଣାଇବାକୁ ପଡ଼ିବ ଏବଂ ସେମାନଙ୍କ ପାଇଁ ପଞ୍ଜୀକରଣ ବାଧ୍ୟତାମୂଳକ କରାଯାଇଛି । ଯିଏ ଫେରିବେ ଆଉ ୧୪ଦିନ ତ୍ୟାଗ ସ୍ୱୀକାର କରିବାକୁ ପଡ଼ିବ । ବିଶୃଙ୍ଖଳା ସୃଷ୍ଟି କରିଲେ ଅଭାବନୀୟ ପରିସ୍ଥିତି ସୃଷ୍ଟି ହେବ ବୋଲି ସେ କହିଛନ୍ତି । ଦେଶରେ କରୋନା ମୃତ୍ୟୁରେ ବୃଦ୍ଧଙ୍କ ହାର ୬୩% ରହିଛି । ଦିନରାତି କାମ କରୁଛନ୍ତି ଡାକ୍ତର, ନର୍ସ ଓ ସ୍ୱାସ୍ଥ୍ୟକର୍ମୀ ସେମାନଙ୍କୁ ସହଯୋଗ କରିବା ଆବଶ୍ୟକ । କ୍ୱାରେଣ୍ଟିନ୍ ଭାଙ୍ଗି ଚାଲିଯାଇ ପାରନ୍ତି କିନ୍ତୁ ଖସି ଯିବାର ବାଟ ନାହିଁ । ଯିଏ ଫେରୁଛନ୍ତି ଶୃଙ୍ଖଳିତ ଆଚରଣ କରନ୍ତୁ ଏବଂ ଭଲରେ ରୁହନ୍ତୁ ।
ଗ୍ରୀନ ଜୋନ ହେଉଛି ଯେଉଁ ଜିଲ୍ଲାରେ ୨୧ଦିନରେ କରୋନା ରୋଗୀ ନଥିବେ । ଭୁବନେଶ୍ୱରରେ ଆକ୍ଟିଭ ରୋଗୀ ଥିବାରୁ ରେଡ଼୍ ଜୋନରେ ରଖାଯାଇଛି । କେବଳ ମେଡ଼ିକାଲ ସାଜସରଞ୍ଜାମ ଆଣିବାକୁ ବିମାନ ଚଳାଚଳ କରିବ । ଅନ୍ତଃରାଜ୍ୟ ଟ୍ରେନ୍ ଓ ବସ୍, ଗାଡ଼ି ଚଳାଚଳ କରିପାରିବ ନାହିଁ । କେବଳ ସରକାରୀ ଅନୁମତି ପ୍ରାପ୍ତ ଟେନ୍ ଗୁଡ଼ିକ ଚାଲିବ । ମନ୍ଦିରରେ ନୀତିକାନ୍ତି ହେବ ମାତ୍ର ସର୍ବସାଧାରଣଙ୍କ ପାଇଁ ବନ୍ଦ ରହିବ । କଣ୍ଟେନମେଣ୍ଟ ଜୋନରେ ସମସ୍ତ ପ୍ରକାର କଟକଣା ଲାଗୁ ରହିବ । ଏହାସହ କଣ୍ଟେନମେଣ୍ଟ ଜୋନରେ ଅତ୍ୟାବଶ୍ୟକ ସାମଗ୍ରୀ ଓ ସେବା ମିଳିବ । ରେଡ଼୍ ଜୋନ୍ ଜିଲ୍ଲାରେ ଅଟୋରିକ୍ସା ଓ ଟାକ୍ସି ଚାଲିବନି । ରେଡ଼ ଜୋନରେ ଥିବା ଶିଳ୍ପାଞ୍ଚଳରେ ନିୟମ ଅନୁଯାୟୀ କାମ ଚାଲିବ । ଏହାସହ ଗ୍ରାମାଞ୍ଚଳରେ ଥିବା ଶିଳ୍ପାଞ୍ଚଳଗୁଡ଼ିକରେ ମଧ୍ୟ କାମ ଚାଲିପାରିବ ।

Get real time updates directly on you device, subscribe now.