fbpx

୨ ଓଡିଆ କ୍ରିକେଟରଙ୍କୁ ବାସନ୍ଦ କଲା ବିସିସିଆଇ

କଟକ,୨୬ ।୧୨(ଓଡିଶା ଭାସ୍କର): କଟକ ଓସିଏରେ ପୁଣି ବୟସ ଜାଲିଆତି ଘଟଣା ସାମନାକୁ ଆସିଛି । ଏଥିରେ ସଂପୃକ୍ତ ଥିବା ୨ ଓଡିଆ କ୍ରିକେଟରଙ୍କୁ ୨ ବର୍ଷ ପାଇଁ ବାସନ୍ଦ କରିଛି ବିସିସିଆଇ । ବାସନ୍ଦ ହୋଇଥିବା ୨ ଓଡିଆ କ୍ରିକେଟରଙ୍କ ମଧ୍ୟରୁ ଜଣଙ୍କ ନାମ ସୌଭାଗ୍ୟ ରଞ୍ଜନ ମିଶ୍ର ହୋଇଥିବା ବେଳେ ଅନ୍ୟ ଜଣକ ନାମ ଜମଳା ଭଞ୍ଜନ ମହାମାତ୍ର । ତେବେ ଗତ ୨ ବର୍ଷରେ ପ୍ରାୟ ୨୦ ଖେଳାଳି ଏହି ବୟସ ଜାଲିଆତି ଜାଲରେ ଫସିଛନ୍ତି ।

ପୂର୍ବରୁ ବୟସର ଜାଲିଆତ୍‌ ପ୍ରମାଣ ପତ୍ର ଦେଇଥିବା ନୟାଗଡ଼ର ରାଜେଶ ମହାନ୍ତି ଓ ରାଉରକେଲାର କ୍ରିଷ୍ଣା ପଲେଇଙ୍କୁ ଦୁଇ ବର୍ଷ ଲେଖାଏଁ ବାସନ୍ଦ କରିଥିଲା ବିସିସିଆଇ ।

Get real time updates directly on you device, subscribe now.