fbpx
BJD SKY
BJD SKY

ବିସିସିଆଇର ଚିନ୍ତା ବଢାଇଲା କରୋନା, ବିଦେଶରେ ଆୟୋଜିତ ହେବ IPL !

BJD

ନୂଆଦିଲ୍ଲୀ: ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ) ଉପରେ ପୁଣି ଥରେ କରୋନା ସଙ୍କଟର ବାଦଲ। ଆଇପିଏଲ ୨୦୨୦ର ଆୟୋଜନ କୋଭିଡ୍ ସଙ୍କଟ କାରଣରୁ ୟୁଏଇରେ ହୋଇଥିଲା। ପୁଣି ୨୦୨୧ ସଂସ୍କରଣ ଭାରତରେ ହୋଇଥିଲେ ମଧ୍ୟ କରୋନା କେସ୍ ବଢିବାରୁ ଏହାର ଦ୍ଵିତୀୟ ଭାଗ ସେପ୍ଟେମ୍ବର-ଅକ୍ଟୋବରରେ ୟୁଏଇରେ ଆୟୋଜନ କରିବାକୁ ପଡିଥିଲା। ଏବେ ପୁଣି ଥରେ ଦେଶରେ କରୋନା କାୟା ମେଲାଇ ଚାଲିଛି। ତେଣୁ ପ୍ରଶ୍ନ ଉଠିଲାଣି ଯେ, କଣ ୨୦୨୨ ସଂସ୍କରଣ ଭାରତ ବାହାରେ ଆୟୋଜନ ହେବ ?
ଗତ ବର୍ଷ ବିସିସିଆଇକୁ ଟି-୨୦ ବିଶ୍ଵ କପ୍ର ଆୟୋଜନ ମଧ୍ୟ ୟୁଏଇ-ଓମାନରେ କରିବାକୁ ପଡିଥିଲା। ଭାରତରେ ପୁଣି ଥରେ କୋଭିଡ୍-୧୯ ସ୍ଥିତି ବିଗିଡିବାରେ ଲାଗିଛି। ଦେଶରେ ପ୍ରତିଦିନ ଲକ୍ଷେରୁ ଉର୍ଦ୍ଧ୍ଵ ସଂକ୍ରମିତ ଚିହ୍ନଟ ହେଉଛନ୍ତି। ଭାରତର ଅନେକ ରାଜ୍ୟରେ ସ୍ଥିତି ଚିନ୍ତାଜନକ ରହିଛି। ସଂକ୍ରମଣର ପ୍ରଭାବ କ୍ରିକେଟ୍ ଉପରେ ମଧ୍ୟ ପଡିଛି। ବିସିସିଆଇ ପ୍ରଥମରୁ ଅନେକ ଘରୋଇ ଟୁର୍ଣ୍ଣାମେଣ୍ଟ ରଦ୍ଦ କରି ସାରିଛି ଏବଂ କୋଭିଡ୍ର ପ୍ରଭାବ ଆଇପିଏଲ ୨୦୨୨ ଉପରେ ମଧ୍ୟ ପଡିପାରେ।
ବିସିସିଆଇ ଆଶା କରିଛି ଯେ, ଆଗାମୀ ସମୟରେ ଦେଶରେ କରୋନା ସ୍ଥିତିରେ ସୁଧାର ଆସିବ। ଯଦି ସ୍ଥିତି ଆହୁରି ବିଗିଡେ ତେବେ ଟୁର୍ଣ୍ଣାମେଣ୍ଟକୁ ବିଦେଶରେ ଆୟୋଜନ କରିବାକୁ ବୋର୍ଡ ପ୍ରସ୍ତୁତ। ଇଣ୍ଡିଆ ଟୁଡେର ରିପୋର୍ଟ ଅନୁଯାୟୀ, ସଂପ୍ରତି ବିସିସିଆଇ ଟୁର୍ଣ୍ଣାମେଣ୍ଟକୁ ଭାରତରେ କରାଇବା ବିଷୟରେ ଚିନ୍ତା କରୁଛି। ବୋର୍ଡ ସମସ୍ତ ବିକଳ୍ପ ଉପରେ ବିଚାର ବିମର୍ଶ ଚଳାଇଛି। ଏବେ ବିସିସିଆଇର ପ୍ରାଥମିକତା ଖେଳାଳିଙ୍କ ନିଲାମ ଉପରେ ରହିଛି, ଯାହା ଉପରେ ଶୀଘ୍ର ନିଷ୍ପତ୍ତି ନିଆଯିବ।

Get real time updates directly on you device, subscribe now.