fbpx

BCCI media rights: ବାଜି ମାରିନେଲା ମୁକେଶ ଅମ୍ବାନୀଙ୍କ କମ୍ପାନୀ, ଭାୟକମ୍-୧୮ ଜିତିଲା ଉଭୟ ଟିଭି ଏବଂ ଡିଜିଟାଲ ରାଇଟ୍ସ

ନୂଆଦିଲ୍ଲୀ: ଭାରତର ବିଶିଷ୍ଟ ଶିଳ୍ପପତି ମୁକେଶ ଅମ୍ବାନୀଙ୍କ ଭାୟକମ୍-୧୮ ବିସିସିଆଇର ଉଭୟ ଟିଭି ଏବଂ ଡିଜିଟାଲ ରାଇଟ୍‌ସ। ଅନୁଷ୍ଠିତ ହୋଇଥିବା ନିଲାମୀରେ ଭାୟକମ୍-୧୮ ଆଗାମୀ ପାଞ୍ଚବର୍ଷ(୨୦୨୩-୨୦୨୮) ପର୍ଯ୍ୟନ୍ତ ବିସିସିଆଇର ସମସ୍ତ ଆନ୍ତର୍ଜାତୀୟ ମ୍ୟାଚ୍ ପ୍ରସାରଣ କରିବାର ଅଧିକାର ପାଇଛି। ଟିଭିରେ ଏବେ ଦର୍ଶକମାନେ ସ୍ପୋର୍ଟ ୧୮ ମାଧ୍ୟମରେ ଭାରତର ସମସ୍ତ ଆନ୍ତର୍ଜାତୀୟ ଏବଂ ଘରୋଇ ମ୍ୟାଚ୍ ଦେଖି ପାରିବେ। ସେହିପରି ଓଟିଟି ପ୍ଲାର୍ଟଫର୍ମ ‘ଜିଓ ସିନେମା’ରେ ଦର୍ଶକମାନେ କ୍ରିକେଟ୍‌ର ମଜା ନେଇ ପାରିବେ।

ଭାୟକମ୍‌୧୮ ପଞ୍ଚ ବର୍ଷ ପାଇଁ ୫,୯୬୬ କୋଟି ଟଙ୍କା ବ୍ୟୟରେ ଏହି ଅଧିକାର ପାଇଛି । ଯାହା ଦ୍ୱାରା ବିସିସିଆଇ ପ୍ରତ୍ୟେକ ମ୍ୟାଚ୍ ପାଇଁ ୮୭ କୋଟି ଟଙ୍କା ପାଇବ । ଏହି ନୂଅ ଚୁକ୍ତି ଅନୁଯାୟୀ ଚଳିତ ବର୍ଷ ସେପ୍ଟେମ୍ବର ମାସରୁ ଆରମ୍ଭ ହୋଇ ୨୦୨୮ ମାର୍ଚ୍ଚ ପର୍ଯ୍ୟନ୍ତ ଭାୟକମ୍ ୧୮ ମ୍ୟାଚ୍ ପ୍ରସାରଣ କରିବ । ଏହି ସମୟ ମଧ୍ୟରେ ଭାରତ ୮୮ ଦ୍ୱିପାକ୍ଷିକ ସିରିଜ ଖେଳିବ(ଯେଉଁଥିରେ ୧୦୨ ମ୍ୟାଚ୍ ଖେଳାଯାଇପାରେ) । ଏଥିରେ ୨୫ ଟେଷ୍ଟ, ୨୭ ଦିନିକିଆ ଏବଂ ୩୬ ଟି୨୦ ମ୍ୟାଚ୍ ରହିବ ।

ବିସିସିଆଇର ମିଡିଆ ରାଇଟ୍ସ ପାଇଁ ୩୧ ଅଗଷ୍ଟରେ ହୋଇଥିବା ଅନଲାଇନ୍ ନିଲାମୀରେ ଡିସନେ ଷ୍ଟାର୍‌, ସୋନୀ ପିକ୍‌ଚର୍ସ ନେଟୱାର୍କ ଇଣ୍ଡିଆ ଏବଂ ଭାୟକମ୍‌୧୮ ତିନି ପ୍ରତିଯୋଗି ଅଂଶ ଗ୍ରହଣ କରିଥିଲେ । ପୁର୍ବରୁ ୨୦୧୮ ରେ ଡିସନେ ଷ୍ଟାର୍ ୬,୧୩୮(୬୦ କୋଟି ପ୍ରତି ମ୍ୟାଚ୍‌)ଟଙ୍କାରେ ପାଞ୍ଚବର୍ଷ ପାଇଁ ମିଡିଆ ରାଇଟ୍ସ ପାଇଥିଲା ।

ଗଲା ବର୍ଷ ଆଇପିଏଲ୍ ମିଡିଆ ରାଇଟ୍ସ ପାଇଁ ବିସିସିଆଇ ମୋଟା ଅଙ୍କର ଟଙ୍କା ରୋଜଗାର କରିଥିଲା । ଏଥିରେ ୨୦୨୩ ରୁ ୨୦୨୭ ପର୍ଯ୍ୟନ୍ତ ଡିଜିଟାଲ ଏବଂ ଟିଭି ରାଇଟ୍ସ ପାଇଁ ବିସିସିଆଇକୁ ୪୮,୯୪୦ କୋଟି ଟଙ୍କା ମିଳିଥିଲା । ଯାହା ଆଇପିଏଲ୍‌ର ପ୍ରତ୍ୟେକ ମ୍ୟାଚ୍ ୧୧୮ କୋଟି ଟଙ୍କା ମୂଲ୍ୟ ଥିଲା । ଯେଉଁଥିରେ ଭାୟକମ୍‌୧୮ ଡିଜିଟାଲ ରାଇଟ୍ସ ଜିତିଥିବା ବେଳେ ଷ୍ଟାର୍ ଡିଭି ରାଇଟ୍ସ ଜିତିଥିଲେ ।

Get real time updates directly on you device, subscribe now.