fbpx

ପାକିସ୍ତାନ ଗସ୍ତରେ ଯିବାକୁ ପ୍ରସ୍ତୁତ ଭାରତୀୟ ଦଳ: ଅନୁମତି ଦେଲା ବିସିସିଆଇ, ସରକାର ନେବେ ନିଷ୍ପତି

ମୁମ୍ବାଇ: ପାକିସ୍ତାନ ଗସ୍ତରେ ଯିବ ଭାରତ। ଆସନ୍ତା ୨୦୨୩ରେ ହେବାକୁ ଥିବା ଏସିଆ କପରେ ପାକିସ୍ତାନ ଅଯଇପାରେ ଭାରତୀୟ ଟିମ୍। ଏଥିପାଇଁ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ ବିସିସିଆଇ ରାଜୋ ହୋଇଥିବା ସୂଚନା ମିଳିଛି। ପାକିସ୍ତାନ ଏସିଆ କପ୍ ୨୦୨୩ ଆୟୋଜନ କରିବାର ସୁଯୋଗ ପାଇଛି ଏବଂ ବିସିସିଆଇ ଏହି ଟୁର୍ନାମେଣ୍ଟ ପାଇଁ ପାକିସ୍ତାନ ଯିବାକୁ ପ୍ରସ୍ତୁତ ଥିବା କହିଛି। ତେବେ ଚୂଡାନ୍ତ ନିଷ୍ପତ୍ତି ସରକାରଙ୍କର ହେବ। ଯଦି ସରକାର ଅନୁମୋଦନ ଦିଅନ୍ତି, ତେବେ ୨୦୦୮ ପରେ ଭାରତ ଆସନ୍ତା ବର୍ଷ ପାକିସ୍ତାନ ଗସ୍ତ କରିପାରିବ।

କ୍ରିକବଜ୍ ରିପୋର୍ଟ ଅନୁଯାୟୀ ପାକିସ୍ତାନ ଗସ୍ତ ନିଷ୍ପତି ସରକାରଙ୍କ ଅନୁମୋଦନ ଅନୁଯାୟୀ ହେବ, କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ଏହା କ୍ରିକେଟ୍ ବୋର୍ଡ ଅଫ୍ ଇଣ୍ଡିଆ (ବିସିସିଆଇ) ର ଏଜେଣ୍ଡା ଉପରେ ରହିଛି। ୨୦୨୩ ର ଦ୍ୱିତୀୟାର୍ଦ୍ଧରେ ପାକିସ୍ତାନ ୫୦ ଓଭର ଏସିଆ କପ୍ ଆୟୋଜନ କରିବ, ଯାହା ପରେ ଭାରତରେ ବିଶ୍ୱକପ୍ ଅନୁଷ୍ଠିତ ହେବ।

ରାଜନୈତିକ ସମସ୍ୟା ହେତୁ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଦ୍ୱିପାକ୍ଷିକ ସିରିଜ୍ ଦୀର୍ଘ ସମୟ ଧରି ଖେଳାଯାଇ ନାହିଁ। ବର୍ତ୍ତମାନ ଦୁଇ ପାରମ୍ପରିକ ପ୍ରତିଦ୍ବନ୍ଦୀ ନିଜେ ବହୁରାଷ୍ଟ୍ରୀୟ ଟୁର୍ନାମେଣ୍ଟରେ ପରସ୍ପର ବିପକ୍ଷରେ ଖେଳୁଥିବା ଦେଖାଯାଉଛି। ଯଦି ସରକାର ଆସନ୍ତା ବର୍ଷ ଏସିଆ କପ୍ ପାଇଁ ଭାରତୀୟ ଦଳକୁ ପାକିସ୍ତାନ ଯିବାକୁ ଅନୁମତି ଦିଅନ୍ତି, ତେବେ ନିଶ୍ଚିତ ହେବ ଯେ ଦୁଇ ଦେଶ ମଧ୍ୟରେ ସମ୍ପର୍କ ସୁଦୃଢ଼ ହେବ। ଏସିଆ କପ୍ ବ୍ୟତୀତ ପାକିସ୍ତାନ ମଧ୍ୟ ଆଗାମୀ ସମୟରେ ଚାମ୍ପିଅନ୍ସ ଟ୍ରଫି ଆୟୋଜନ କରିବ।

ତେବେ କିଛି ମାସ ମଧ୍ୟରେ ତୃତୀୟ ଥର ପାଇଁ ଏହି ଦୁଇ ଦଳ ପରସ୍ପରକୁ ମୁହାଁମୁହିଁ ହେବାକୁ ଯାଉଛନ୍ତି। ଏସିଆ କପ୍ ୨୦୨୨ ରେ ଦୁଇଟି ମ୍ୟାଚ୍ ରେ ପରସ୍ପରକୁ ମୁହାଁମୁହିଁ ହେବା ପରେ ଭାରତ ଏବଂ ପାକିସ୍ତାନର ଦଳ ଟି -୨୦ ବିଶ୍ୱକପ ୨୦୨୨ ରେ ଭେଟିବାକୁ ଯାଉଛନ୍ତି। ୨୩ ଅକ୍ଟୋବରରୁ ଏହି ମେଗା ଇଭେଣ୍ଟରେ ଉଭୟ ଦଳ ନିଜର ଅଭିଯାନ ଆରମ୍ଭ କରିବେ। ଗତ ବର୍ଷ ଟି -୨୦ ବିଶ୍ୱକପରେ ପାକିସ୍ତାନ ଭାରତକୁ ପରାସ୍ତ କରିଥିବାବେଳେ ଏସିଆ କପରେ ମଧ୍ୟ ଦୁଇ ଦଳ ମଧ୍ୟରେ କଡ଼ା ମୁକାବିଲା ହୋଇଥିଲା।

Get real time updates directly on you device, subscribe now.