fbpx

ନାବାଳିକାକୁ ବିବାହ କରି ସହମତିରେ ଶାରୀରିକ ସମ୍ପର୍କ ରଖିବା ବି ‘ଦୁଷ୍କର୍ମ’: ହାଇକୋର୍ଟ

ନୂଆଦିଲ୍ଲୀ: ନାବାଳିକା ଝିଅର ବିବାହକୁ ନେଇ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି ଆହ୍ଲାବାଦ ହାଇକୋର୍ଟ । ହାଇକୋର୍ଟଙ୍କ କହିବା ମୁତାବକ, ଯଦି ଜଣେ ନାବାଳିକା ନିଜ ଘର ଛାଡ଼ି କାହା ସହ ବିବାହ କରନ୍ତି ଓ ନିଜ ଇଛାରେ ଶାରୀରିକ ସମ୍ବନ୍ଧ ରଖନ୍ତି, କିନ୍ତୁ ନାବାଳିକାଙ୍କର ଏହି ଇଛାର କିଛି ମହତ୍ତ୍ୱ ନାହିଁ । ଏହି ଆଧାରରେ ଜଷ୍ଟିସ ରାଧା ରାଣୀ ଠାକୁର ଆଲିଗଡ଼ର ପ୍ରବାଣ କଶ୍ୟମ ନାମକ ଜଣେ ବ୍ୟକ୍ତିଙ୍କ ଜାମିନ ଆବେଦନକୁ ଖାରଜ କରିଛନ୍ତି । ପ୍ରବୀଣ ଜଣେ ନାବାଳିକାଙ୍କୁ ବିବାହ କରିଥିଲେ ଏବଂ ଉଭୟ ସ୍ୱାମୀ ଏବଂ ସ୍ତ୍ରୀ ଭାବରେ ରହୁଥିଲେ ।

ଆବେଦନକାରୀଙ୍କ ଓକିଲ ଯୁକ୍ତି କରିଛନ୍ତି ଯେ, ସିଆରପିସିର ଧାରା ୧୬୧ ଏବଂ ୧୬୪ ଅନୁଯାୟୀ ପୀଡିତା ଦେଇଥିବା ବୟାନ ଅନୁଯାୟୀ, ସେ ନିଜ ଇଚ୍ଛାରେ ଘର ଛାଡି ବିବାହ କରିଥିଲେ । ସେ କହିଛନ୍ତି ଯେ, ଆବେଦନକାରୀ ୪ ଜୁନ୍ ୨୦୨୨ରୁ ଜେଲରେ ଅଛନ୍ତି, ତେଣୁ ତାଙ୍କ ଜାମିନ ମଞ୍ଜୁର ହେବା ଉଚିତ୍ ।

ଜୁନ୍ ମାସରୁ ଜେଲରେ ବନ୍ଦ ନାବାଳିକାର ସ୍ୱାମୀ:-
ଏଥି ସହିତ ଅତିରିକ୍ତ ସରକାରୀ ଆଡଭୋକେଟ୍ ହାଇକୋର୍ଟରେ ଜାମିନ ଆବେଦନକୁ ବିରୋଧ କରି କହିଛନ୍ତି ଯେ, ଆଲିଗଡର ନହରୌଲା ଖୈର ସ୍ଥିତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ପ୍ରଧାନଶିକ୍ଷକଙ୍କ ଦ୍ୱାରା ଦିଆଯାଇଥିବା ପ୍ରମାଣପତ୍ର ଅନୁଯାୟୀ, ପୀଡିତାଙ୍କ ଜନ୍ମ ତାରିଖ ୧୦ ମେ ୨୦୦୬ରେ ହୋଇଥିଲା ଏବଂ ଘଟଣାର ଦିନ ୨ ଜୁନ୍ ୨୦୨୨ ରେ ଝିଅଟି ନାବାଳିକା ଥିଲେ । ଏଥିପାଇଁ ତାଙ୍କର ଇଛାକୁ ଗୁରୁତ୍ୱ ଦିଆଯିବ ନାହିଁ ।

ନାବାଳିକାର ସ୍ୱାମୀଙ୍କ ଜାମିନ ଆବେଦନ ଖାରଜ:-
ଏଥି ସହିତ ବୁଧବାର ଆହ୍ଲାବାଦ ହାଇକୋର୍ଟଙ୍କ ଶୁଣାଣି ପରେ କହିଛନ୍ତି ଯେ, ସମ୍ପୃକ୍ତ ପକ୍ଷଙ୍କ ଓକିଲଙ୍କ ଯୁକ୍ତି ଶୁଣିବା ପରେ ଏବଂ ଏହି ମାମଲାର ସତ୍ୟତା ଏବଂ ପରିସ୍ଥିତିକୁ ବିଚାର କରିବା ପରେ ଜାମିନକୁ ମଞ୍ଜୁରୀ ଦେବା ଉଚିତ୍ ନୁହେଁ । ନାବାଳିକା ସହ ଶାରୀରିକ ସମ୍ବନ୍ଧ ମାମଲାରେ ତାଙ୍କର ସହମତିର କୌଣସି ମହତ୍ତ୍ୱ ନାହିଁ ବୋଲି କୋର୍ଟ କହିଛନ୍ତି । ନାବାଳିକା ସହ ବିବାହ କରି ସହମତିରେ ବି ତାଙ୍କ ସହ ଶାରୀରିକ ସମ୍ବନ୍ଧ ରଖିବା ବି ଭୁଲ ବୋଲି କୋର୍ଟ କହିଛନ୍ତି ।

Get real time updates directly on you device, subscribe now.