fbpx

ବୁମ୍ରାଙ୍କ ସ୍ଥାନରେ ଶାମି: ଟି -୨୦ ବିଶ୍ୱକପ ପାଇଁ ୧୫ ଜଣିଆ ଦଳରେ ମହମ୍ମଦ ଶାମି ସାମିଲ

ମୁମ୍ବାଇ: ଟି -୨୦ ବିଶ୍ୱକପ ପାଇଁ ବିସିସିଆଇ ଜସପ୍ରୀତ ବୁମ୍ରାଙ୍କ ସ୍ଥାନରେ ୧୫ ଜଣିଆ ଭାରତୀୟ ଦଳରେ ମହମ୍ମଦ ଶାମିଙ୍କୁ ସାମିଲ କରିଛି। ବୁମ୍ରାଙ୍କ ପିଠିରେ ଆଘାତ ଲାଗିଥିବାରୁ ବୁମ୍ରା ଟି -୨୦ ବିଶ୍ୱକପରୁ ବାଦ୍ ପଡିଥିଲେ, ବିସିସିଆଇ ଏକ ପ୍ରେସ ବିଜ୍ଞପ୍ତି ଜାରି କରି ଏ ବିଷୟରେ ସୂଚନା ଦେଇଛି। ଭାରତୀୟ ଦଳରେ ଜସପ୍ରୀତ ବୁମ୍ରାଙ୍କ ସ୍ଥାନ ଶାମି ନେବେ।

ବିସିଆଇ କହିଛି ଯେ, ‘ଭାରତୀୟ ସିନିୟର ସିଲେକସନ କମିଟି ମହମ୍ମଦ ଶାମୀଙ୍କୁ ଆଇସିସି ପୁରୁଷ ଟି-୨୦ ବିଶ୍ୱକପ ପାଇଁ ଆହତ ଜସପ୍ରିତ ବୁମ୍ରାଙ୍କ ସ୍ଥାନରେ ବଦଳ ଖେଳାଳି ଭାବରେ ସାମିଲ କରିଛନ୍ତି। ସାମି ବର୍ତ୍ତମାନ ଅଷ୍ଟ୍ରେଲିଆରେ ପହଞ୍ଚି ସାରିଛନ୍ତି। ଅଭ୍ୟାସ ମ୍ୟାଚ୍ ପୁର୍ବରୁ ଭାରତୀୟ ଦଳ ସହିତ ଯୋଗ ଦେବେ। ମହମଦ ସାମି ଏବଂ ଶାର୍ଦ୍ଦୁଲ ଠାକୁରଙ୍କୁ ରିଜର୍ଭ ଖେଳାଳି ଭାବରେ ଦଳରେ ସାମିଲ କରାଯାଇଛି। ସେମାନେ ମଧ୍ୟ ଖୁବ ଶୀଘ୍ର ଅଷ୍ଟ୍ରେଲିଆ ଗସ୍ତ କରିବେ।’

୩୨ ବର୍ଷିୟ ମହମଦ ସାମି ପୁର୍ବରୁ ଷ୍ଟାଣ୍ଡବାଇ ଖେଳଳି ଭାବରେ ଦଳରେ ସାମିଲ ଥିଲେ। ତାଙ୍କୁ ଗତମାସରେ ଅଷ୍ଟ୍ରେଲିଆ ବିପକ୍ଷ ଘରୋଇ ସିରିଜ ପାଇଁ ଦଳରେ ସ୍ଥାନ ମିଳିଥିଲା। କିନ୍ତୁ କରୋନାରେ ଅକ୍ରାନ୍ତ ହେବା କାରଣରୁ ତାଙ୍କୁ ଦଳରୁ ବାହାର ହେବାକୁ ପଡିଥିଲା। ସେହିପରି ସମ୍ପୁର୍ଣ୍ଣ ଭାବରେ କରୋନାରୁ ମୁକୁଳି ନପାରିବାରୁ ଦକ୍ଷିଣ ଆଫ୍ରିକା ବିପକ୍ଷ ଟି-୨୦ ଏବଂ ଦିନିକିଆ ସିରିଜରୁ ମଧ୍ୟ ସେ ବାଦ୍ ପଡିଥିଲେ।

ଗତବର୍ଷ ୟୁଏଇରେ ଖେଳାଯାଇଥିବା ଟି-୨୦ ବିଶ୍ୱକପ ପରେ ଦଳରୁ ସାମି ଏକ ପ୍ରକାର ବାଦ୍ ପଡିଥିଲେ। ତେବେ ଚଳିତ ବର୍ଷ ଆଇପିଏଲରେ ସେ ଗୁଜରାଟ ତରଫରୁ ଖେଳି ନିଜ ପ୍ରଦର୍ଶନ ବଳରେ ଛାପ ଛାଡ଼ିଥିଲ। ଯେଉଁଥିପାଇଁ ଏବେ ସେ ସିଧା ସଳଖ ଟି-୨୦ ବିଶ୍ୱକପରେ ଭାରତୀୟ ଦଳକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି।

ଭାରତୀୟ ଟିମ୍: ରୋହିତ ଶର୍ମା (ଅଧିନାୟକ), କେ.ଏଲ୍ ରାହୁଲ (ଉପ-ଅଧିନାୟକ), ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ଦୀପକ ହୁଡା, ଋଷବ ପନ୍ତ (ଉଇକେଟ ରକ୍ଷକ), ଦୀନେଶ କାର୍ତ୍ତିକ (ଉଇକେଟ ରକ୍ଷକ), ହାର୍ଦ୍ଦିକ ପାଣ୍ଡ୍ୟା, ଆର ଅଶ୍ୱିନ, ୟୁଜବେନ୍ଦ୍ର ଚହଲ, ଅକ୍ଷର ପଟେଲ, ଭୁବନେଶ୍ୱର କୁମାର, ହର୍ଷଲ ପଟେଲ, ଅର୍ଶଦୀପ ସିଂ ଏବଂ ମହମ୍ମଦ ଶାମି।

Get real time updates directly on you device, subscribe now.