fbpx
BSKY
BJD SHG SKY
BJD YOUTH SKY

କୋହଲି-ରୋହିତଙ୍କ ଛୁଟି ନା ରହିବେ: ସାମ୍ନାକୁ ଆସିଲା BCCIର ବୟାନ

ନୂଆଦିଲ୍ଲୀ: ଗତବର୍ଷ ଟି-୨୦ ବିଶ୍ୱକପରୁ ଭାରତ ଅତ୍ୟନ୍ତ ଲଜ୍ଜାଜନକ ଭାବେ ବିଦାୟ ନେଇଥିଲା । ତେବେ ଏହାପରେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଖେଳାଳି ଓ ମ୍ୟାନେଜମେଣ୍ଟ ଉପରେ କଠୋର ଆଭିମୁଖ୍ୟ ଗ୍ରହଣ କରିଥିଲା । ଟି-୨୦ ଅଧିନାୟକ ପଦରୁ ରୋହିତ ଶର୍ମା ଇସ୍ତଫା ଦେଇଥିବା ବେଳେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ନୂଆ ଅଧିନାୟକ ଭାବେ ନିଯୁକ୍ତ କରାଯାଇଥିଲା । ଏଥିସହିତ ଚୟନକର୍ତ୍ତା କମିଟିକୁ ଭାଙ୍ଗି ନୂଆ ସଦସ୍ୟଙ୍କୁ ମଧ୍ୟ ନିଯୁକ୍ତି ଦେଇଥିଲା ବିସିସିଆଇ ।

ନିକଟରେ ନିଜର କ୍ୟାରିୟରକୁ ନେଇ ରୋହିତ ଏକ ବଡ଼ ବୟାନ ଦେଇଥିଲେ । ସେ ଟି-୨୦ ଅନ୍ତର୍ଜାତୀୟ କ୍ୟାରିୟରରୁ ସନ୍ନ୍ୟାସ ନେେବେ ନାହିଁ ବୋଲି ଭାରତ-ଶ୍ରୀଲଙ୍କା ଦିନିକିଆ ସିରିଜ ଆରମ୍ଭରୁ କହିଥିଲେ । ଏଥିସହିତ ବିରାଟ କୋହିଲଙ୍କ ସହିତ ତାଙ୍କର ଟି-୨୦ରେ ଉପଲବ୍ଧତା ବିଷୟରେ କହିଥିଲେ ।

ତେବେ ଏହାପରେ ବିସିସିଆଇର ଏକ ବୟାନ ସାମ୍ନାକୁ ଆସିଛି । ବିସିସିଆଇର ଜଣେ ଅଧିକାରୀ କହିଛନ୍ତି, ଜଣେ ଖେଳାଳିଙ୍କୁ ନେଇ ନୁହେଁ, ବରଂ ଭାରତୀୟ କ୍ରିକେଟର ବିକାଶକୁ ଧ୍ୟାନରେ ରଖି ନିଷ୍ପତ୍ତି ନିଆଯିବ । ଆମେ ରୋହିତ ଓ କୋହଲିଙ୍କଠାରୁ ଆଗକୁ ବଢ଼ିବାକୁ ଚାହୁଁଛୁ । ଦଳର ଭବିଷ୍ୟତକୁ ଦେଖି ଏକ ଟିମ୍ ଗଠନ କରାଯିବ । ଅନ୍ତିମ ନିଷ୍ପତ୍ତି ଚୟନକର୍ତ୍ତା ହିଁ ନେବେ । ଏହି ଦୁଇ ସିନିୟର ଖେଳାଳିଙ୍କୁ ଆସନ୍ତା ନ୍ୟୁଜିଲାଣ୍ଡ ବିପକ୍ଷ ଟି-୨୦ ସିରିଜରେ ସ୍ଥାନ ମିଳିବ ନାହିଁ । ଯୁବ ଖେଳାଳିଙ୍କ ଉପରେ ଆମକୁ ଧ୍ୟାନ ଦେବାକୁ ପଡ଼ିବ । ରୋହିତ ଓ ବିରାଟଙ୍କ ଟି-୨୦ ଭବିଷ୍ୟତ ସ୍ଥିର କରିବା ନିଷ୍ପତ୍ତି ଚୟନକର୍ତ୍ତାଙ୍କ ଉପରେ ନ୍ୟସ୍ତ ରହିଛି । ସୂଚନାଯୋଗ୍ୟ ଯେ, ଗତ ବିଶ୍ୱକପରେ ନୈରାଶ୍ୟଜନକ ପ୍ରଦର୍ଶନ ପରେ ପରବର୍ତ୍ତୀ ବିଶ୍ୱକପରେ ଯୁବ ଖେଳାଳିଙ୍କୁ ସ୍ଥାନ ଦେବାକୁ ଯୋଜନା କରୁଛି ବିସିସିଆଇ ।

Get real time updates directly on you device, subscribe now.