fbpx

୧.୨୫ ଲକ୍ଷ ପ୍ରାର୍ଥୀଙ୍କୁ ନିଯୁକ୍ତି ଦେବ TCS! ନୂଆବର୍ଷରେ ବଡ଼ ପ୍ଲାନ୍ କରୁଛି କମ୍ପାନୀ

ନୂଆଦିଲ୍ଲୀ: ଚାକିରି ଆଶାୟୀଙ୍କ ପାଇଁ ଏକ ବଡ଼ ଖବର । ପ୍ରତିଷ୍ଠିତ ଆଇଟି କମ୍ପାନୀ ଟିସିଏସ୍ ପକ୍ଷରୁ ଏକ ଖୁସି ଖବର ଆସିଛି । ଆର୍ଥିକ ବର୍ଷ ୨୦୨୩-୨୪ରେ କମ୍ପାନୀ ୧.୨୫ ଲକ୍ଷରୁ ଅଧିକ ଲୋକଙ୍କୁ ନିଯୁକ୍ତି ଦେବ । ନୂଆବର୍ଷରେ କମ୍ପାନୀ ଏକ ବଡ଼ ପ୍ଲାନିଂ କରୁଥିବା ଜଣାପଡ଼ିଛି । ଏ ବାବଦରେ ସୂଚନା ଦେଇଛନ୍ତି କମ୍ପାନୀର ଡାଇରେକ୍ଟର ଓ ମ୍ୟାନେଜିଂ ଡାଇରେକ୍ଟର ରାଜେଶ ଗୋପୀନାଥନ ।

ଚଳିତ ଆର୍ଥିକ ବର୍ଷ ୨୦୨୩-୨୪ର ଅକ୍ଟୋବର-ଡିସେମ୍ବର ତିନିମାସରେ କମ୍ପାନୀ ଶାନଦାର ପ୍ରଦର୍ଶନ କରିଛି । ଏହି ଅବଧି ମଧ୍ୟରେ କମ୍ପାନୀର ନେଟ୍ ପ୍ରଫିଟ ୧୦.୯୮ ପ୍ରତିଶତ ବୃଦ୍ଧି ପାଇଛି । ଏହି ତିନି ମାସରେ ଟିସିଏସ ୧୦,୮୮୩ କୋଟି ଟଙ୍କା ଲାଭ ପାଇଛି । ଏହି ଆର୍ଥିକ ବର୍ଷରେ କମ୍ପାନୀ ୧.୨୫ ଲକ୍ଷ ଲୋକଙ୍କୁ ଚାକିରି ଦେବାକୁ ପ୍ଲାନିଂ କରୁଥିବା ଏହି ଅବସରରେ ରାଜେଶ ସୂଚନା ଦେଇଥିଲେ ।

ଗତ ୨୦୨୨ର ଶେଷ ସମୟରେ ଆମାଜନ ଓ ଟ୍ୱିଟର ପରି କମ୍ପାନୀମାନେ ହଜାର ହଜାର ସଂଖ୍ୟାରେ କର୍ମଚାରୀଙ୍କୁ ଛଟେଇ କରିଥିଲେ । ଅନ୍ୟପକ୍ଷରେ ୨୦୨୩ ଅରମ୍ଭରୁ ବିଶ୍ୱର ସର୍ବବୃହତ ସଫ୍ଟୱେର ରପ୍ତାନୀକାରୀ କମ୍ପାନୀ ଟିସିଏସ ଆର୍ଥିକ ବର୍ଷରେ ୧.୨୫ ଲକ୍ଷରୁ ଅଧିକ ପ୍ରାର୍ଥୀଙ୍କୁ ଚାକିରି ଦେବାକୁ ଘୋଷଣା କରିଛି । ଅକ୍ଟୋବର-ଡିସେମ୍ବର ମଧ୍ୟରେ କମ୍ପାନୀର କର୍ମଚାରୀଙ୍କ ସଂଖ୍ୟା ୨,୧୯୭ ହ୍ରାସ ପାଇ ୬.୧୩ ଲକ୍ଷରେ ପହଞ୍ଚିଥିଲା । ତେବେ ମୋଟ କର୍ମଚାରୀଙ୍କ ସଂଖ୍ୟାରେ ହ୍ରାସ ପରେ ବି ଟିସିଏସ ପକ୍ଷରୁ ନୂଆ ନିଯୁକ୍ତି ଘୋଷଣା କରାଯିବା ଏକ ଆଶ୍ୱସ୍ତିକର ବିଷୟ ।

Get real time updates directly on you device, subscribe now.