fbpx
BSKY
BJD SHG SKY
BJD YOUTH SKY

Brain Strokeର ୮ଟି ଲକ୍ଷଣ: ମଣିଷର ମସ୍ତିଷ୍କ ଅକାମି ହୋଇପାରେ, ବିକଳାଙ୍ଗ ଓ ମୃତ୍ୟୁ ଆଶଙ୍କା ବଢ଼ିପାରେ

ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ବ୍ରେନ ଷ୍ଟ୍ରୋକ ଏକ ଭୟଙ୍କର ରୋଗ । ଗତ ୨୦୧୯ରେ ଏହି ରୋଗରେ ଭାରତରେ ପାଖାପାଖି ୭ ଲକ୍ଷ ଲୋକ ମୃତ୍ୟୁବରଣ କରିଥିଲେ । ଦେଶର ମୋଟ ମୃତ୍ୟୁସଂଖ୍ୟାର ୭ ପ୍ରତିଶତ କେବଳ ବ୍ରେନ ଷ୍ଟ୍ରୋକ କାରଣରୁ ହୋଇଥାଏ । ତେବେ ପାଖାପାଖି ୮୭ ପ୍ରତିଶତ ଲୋକ ଘରେ ଷ୍ଟ୍ରୋକର ଶିକାର ହେଉଥିବା ବେଳେ ୪୫ ପ୍ରତିଶତ ଲକ୍ଷଣ ଦେଖାଦେବାର ୩୦ ଦିନ ମଧ୍ୟରେ ଶିକାର ହେଇଥାନ୍ତି ।

ତେବେ ଅନେକ ଲୋକ ଶୋଇବା ସମୟରେ ଘୁଙ୍ଗୁଡ଼ି ମାରିଥାନ୍ତି । ଏହା ମଧ୍ୟ ଷ୍ଟ୍ରୋକର ଆଶଙ୍କାକୁ ବହୁଗୁଣରେ ବୃଦ୍ଧି କରିଥାଏ । ଯେତେବେଳେ ମସ୍ତିଷ୍କର କିଛି ଅଂଶରେ ରକ୍ତର ପ୍ରବାହ ବନ୍ଦ ହୋଇଯାଇଥାଏ, ସେତେବେଳେ ମସ୍ତିଷ୍କର ରକ୍ତବାହିକା ଫାଟି ଯାଇଥାଏ । ଷ୍ଟ୍ରୋକ ଆମର ବ୍ରେନକୁ ସବୁଦିନ ପାଇଁ ଡ୍ୟାମେଜ କରିଦେବା ସହିତ ବିକଳାଙ୍ଗ ଓ ମୃତ୍ୟୁର କାରଣ ସାଜିଥାଏ । ଏଭଳି ସ୍ଥିତିରେ ଷ୍ଟ୍ରୋକର ପୂର୍ବ ଲକ୍ଷଣକୁ ଆମେ ସତର୍କତାର ସହିତ ଅନୁଧ୍ୟାନ କରିବା ଆବଶ୍ୟକ ।

କିଛି ଲୋକଙ୍କ ଠାରେ ସ୍ଲିପ ଏନପିଆ ସମସ୍ୟା ଦେଖାଦେଇଥାଏ । ଏହା ନିଦ ସମ୍ବନ୍ଧିତ ଏକ ବିମାରୀ ହୋଇଥିବାଳେ ବେଳେ ଏହାଦ୍ୱାରା ଶୋଇଥିବା ସମୟରେ ଜଣଙ୍କର ଶ୍ୱାସକ୍ରିୟା ବନ୍ଦ ହୋଇଯାଇଥାଏ । ଏହି ରୋଗଗ୍ରସ୍ତ ବ୍ୟକ୍ତି ଏ ବାବଦରେ ନିଜେ କିଛି ଜାଣି ପାରିନଥାଏ । ଫଳରେ ଦୀର୍ଘଦିନ ଧରି ଏହି ସମସ୍ୟାରେ ପୀଡ଼ିତ ରହିବା ପରେ ତାହା ଷ୍ଟ୍ରୋକର କାରଣ ସାଜିଥାଏ । ଶୋଇବା ସମୟରେ ଘୁଙ୍ଗୁଡ଼ି ମାରିବା, ନିଦ୍ରା ସମୟରେ ଶ୍ୱାସକ୍ରିୟା ବନ୍ଦ ହେବା, ନିଦ୍ରାରେ ମୁହଁ ଶୁଖିଯିବା, ସକାଳୁ ମୁଣ୍ଡବ୍ୟଥା ହେବା, ଶୋଇବାରେ କଷ୍ଟ, ଦିନରେ ଅତ୍ୟଧିକ ନିଦ ଲାଗିବା, ଜାଗ୍ରତ ସମୟରେ ଧ୍ୟାନ ନ ଆସିବା, ଚିଡ଼ିଚିଡ଼ାପନ ଆଦି ହେଉଛି ଏହାର ମୁଖ୍ୟ ଲକ୍ଷଣ । ଏଥିସହିତ କହିବା ଓ ବୁଝିବାରେ କଷ୍ଟ, ମୁହଁ, ହାତ ଓ ପାଦରେ ଅସ୍ଥିରତା, ଦେଖିବାରେ କଷ୍ଟ, ଚାଲିବାରେ ସମସ୍ୟା ଦେଖାଦେଲେ ସଙ୍ଗେସଙ୍ଗେ ପରୀକ୍ଷା କରାଇନେବା ଉଚିତ ।

Get real time updates directly on you device, subscribe now.