fbpx

IPLରେ ଇମ୍ପ୍ୟାକ୍ଟ ପ୍ଲେୟାର୍ସଙ୍କ ପାଇଁ BCCI ଲାଗୁ କରିବାକୁ ଯାଉଛି ନୂଆ ନିୟମ

Advertisement

ନୂଆଦିଲ୍ଲୀ: ଆଇପିଏଲ ୨୦୨୩ ସିଜନରେ କିଛି ଖେଳାଳିଙ୍କୁ ଲାଗିପାରେ ବଡ଼ ଝଟକା । ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଆଇପିଏଲ ଇମ୍ପ୍ୟାକ୍ଟ ପ୍ଲେୟାର୍ସଙ୍କ ପାଇଁ ନୂଆ ନିୟମ ପ୍ରସ୍ତୁତ କରୁଛି । ଇମ୍ପ୍ୟାକ୍ଟ ପ୍ଲେୟାର ଭାବେ କେବଳ ଭାରତୀୟ ଖେଳାଳିଙ୍କୁ ଚୟନ କରାଯିବ । ମାତ୍ର ଏକ ବିଶେଷ ପରିସ୍ଥିତିରେ ବିଦେଶୀ ଖେଳାଳଙ୍କୁ ମଧ୍ୟ ଇମ୍ପ୍ୟାକ୍ଟ ପ୍ଲେୟାର ଭାବେ ବଛାଯିବାର ସୁଯୋଗ ରହିଛି ।

ଏକ ସୂଚନା ମୁତାବକ, ଇମ୍ପ୍ୟାକ୍ଟ ପ୍ଲେୟାର କେବଳ ଭାରତୀୟ ଖେଳାଳି ବ୍ୟବହୃତ ହୋଇପାରିବେ ବୋଲି ବିସିସିଆଇ ଫ୍ରାଞ୍ଚାଇଜମାନଙ୍କୁ ସିଧାସଳଖ କହିଥିବା ଜଣାପଡ଼ିଛି । ଯେ ପର୍ଯ୍ୟନ୍ତ କୌଣସି ଫ୍ରାଞ୍ଚାଇଜ ଟିମରେ ୪ରୁ କମ ବିଦେଶୀ ଖେଳାଳିଙ୍କୁ ପ୍ଲେଇଂ-୧୧ରେ ସାମିଲ କରାଯାଇନାହିଁ ସେ ପର୍ଯ୍ୟନ୍ତ ଏହି ନିୟମ ଲାଗୁ ହେବ ।

ଆଇପିଏଲ ନିୟମ ମୁତାବକ, କୌଣସି ଫ୍ରାଞ୍ଚାଇଜରେ ପ୍ଲେଇଂ-୧୧ରେ ଅତିବେଶିରେ ୪ ବିଦେଶୀ ଖେଳାଳି ରହିପାରିବେ । ଯଦି କୌଣସି ଫ୍ରାଞ୍ଚାଇଜ ୪ରୁ କମ୍ ବିଦେଶୀ ଖେଳାଳି ସହିତ ପ୍ଲେଇଂ-୧୧ ଘୋଷଣା କରେ, ତେବେ ଇମ୍ପ୍ୟାକ୍ଟ ଖେଳାଳି ଭାବେ କୌଣସି ବିଦେଶୀ ଖେଳାଳିଙ୍କୁ ବଛା ଯାଇ ପାରିବ । ଏଭଳି ସ୍ଥିତିରେ ଆଇପିଏଲ ମୈଦାନରେ କୌଣସି ଟିମ ପାଇଁ ୪ରୁ ଅଧିକ ବିଦେଶୀ ଖେଳାଳି ଏକସଙ୍ଗେ ଖେଳି ପାରିବେ ନାହିଁ । ଟିମର ଅଧିନାୟକ ଇମ୍ପ୍ୟାକ୍ଟ ଖେଳାଳିଙ୍କ ନିଷ୍ପତ୍ତି ନେବେ । ଇମ୍ପ୍ୟାକ୍ଟ ଖେଳାଳିଙ୍କୁ ଇନିଂସ ଆରମ୍ଭ ପୂର୍ବରୁ ବା ପୁଣି ଏକ ଓଭର ସମାପ୍ତ ହେବା ପରେ ନିଆଯାଇ ପାରିବ । ଇମ୍ପାକ୍ଟ ପ୍ଲେୟାର ଟିମର କ୍ୟାପ୍ଟେନ ହୋଇପାରିବେ ନାହିଁ ।

Get real time updates directly on you device, subscribe now.