fbpx

ବିସିସିଆଇ ଚୁକ୍ତି: ବାଦ ପଡ଼ିଲା ଧୋନିଙ୍କ ନାମ, ଜାଣନ୍ତୁ କେଉଁ ଗ୍ରେଡ଼ରେ କିଏ

ଭୁବନେଶ୍ୱର, ୧୬ା୧(ଓଡ଼ିଶା ଭାସ୍କର): ଆଜି ପ୍ରକାଶ ପାଇଛି ବିସିସିଆଇର ବାର୍ଷିକ ଖେଳାଳି ଚୁକ୍ତି ତାଲିକା ପ୍ରକାଶ ପାଇଛି । ଏପ୍ଲସ, ଏ, ବି ଓ ସି ଗ୍ରେଡ଼ ଖେଳାଳିଙ୍କ ତାଲିକା ଘୋଷଣା କରାଯାଇଛି । ଏ ପ୍ଲସ ଗ୍ରେଡ଼ରେ ବିରାଟ କୋହଲି, ରୋହିତ ଶର୍ମା ଓ ଯଶପ୍ରୀତ ବୁମରା । କୌଣସି ଗ୍ରେଡ଼ରେ ମହେନ୍ଦ୍ର ସିଂ ଧୋନିଙ୍କ ନାମ ନାହିଁ । ଏ ଗ୍ରେଡ଼ରେ ଅଶ୍ୱିନ, ଜାଡ଼େଜା, ଭୁବନେଶ୍ୱର, ପୂଜାରୀ, ରାହାଣେ, ଜେ.ଏଲ୍. ରାହୁଲ, ଧାୱନ, ସାମି, ଈଶାନ୍ତ, କୁଳଦୀପ ଓ ରଷଭ । ବି ଗ୍ରେଡ଼ରେ ରଦ୍ଧିମାନ ଶା. ଉମେଶ ଯାଦବ, ଚହଲ, ହାର୍ଦ୍ଦିକ, ମୟଙ୍କ । ସି ଗ୍ରେଡ଼ରେ କେଦାର ଯାଦବ, ନବଦୀପ ସାଇନି, ଦୀପକ ଚହର, ମନୀଷ ପାଣ୍ଡେ, ହନୁମା ବିହାରୀ, ଶାର୍ଦ୍ଦୁଳ ଠାକୁର, ଶ୍ରେୟସ ଆୟର, ୱାଶିଂଟନ । ଏପ୍ଲସ ଗ୍ରେଡ଼ ଖେଳାଳି ବାର୍ଷିକ ୭କୋଟି ଟଙ୍କା ପାଇବେ । ଏ ଗ୍ରେଡ଼କୁ ୫କୋଟି, ବି କୁ ୩କୋଟି ଓ ସି କୁ ୧କୋଟି ଟଙ୍କା ମିଳିବ ।

Get real time updates directly on you device, subscribe now.