fbpx
BSKY
BJD MC SKY
BJD YOUTH SKY

(Video) ବିଡିଏ କର୍ମଚାରୀ ଗିରଫ: ବିବାହର ପ୍ରତିଶ୍ରୁତି ଦେଇ ରଖୁଥିଲେ ଶାରୀରିକ ସମ୍ପର୍କ

ଭୁବନେଶ୍ୱର: ବିବାହ ପ୍ରତିଶ୍ରୁତି ଦେଇ ମହିଳାଙ୍କ ସହ ଶାରୀରିକ ସମ୍ପର୍କ ରଖିବା ଜଣେ ବିଡିଏ କର୍ମଚାରୀଙ୍କୁ ମହଙ୍ଗା ପଡିଛି । ଜଣେ ମହିଳାଙ୍କୁ ବାରମ୍ବାର ଦୁଷ୍କର୍ମ କରିବା ଅଭିଯୋଗରେ ବିଡିଏ କର୍ମଚାରୀଙ୍କୁ ଗିରଫ କରାଯାଇଛି । ଅଭିଯୁକ୍ତ ବିଡିଏ କର୍ମଚାରୀ ଜଣକ ହେଉଛନ୍ତି ମନୋରଞ୍ଜନ ଦାସ । ମନୋରଞ୍ଜନଙ୍କ ଘର ଚନ୍ଦକା ଅଞ୍ଚଳରେ ବୋଲି ଜଣାପଡିଛି ।

ତେବେ ବିବାହିତ ମହିଳାଙ୍କୁ ବିବାହ କରିବା ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖିଥିଲେ ମନୋରଞ୍ଜନ । ମହିଳା ଜଣଙ୍କ ପୂର୍ବରୁ ବିବାହିତା ହୋଇଥିବା ବେଳେ ବିବାହ ବିଚ୍ଛେଦ ପାଇଁ କୋର୍ଟରେ ଆବେଦନ କରିଛନ୍ତି । ବାରମ୍ବାର ଶାରୀରିକ ସମ୍ପର୍କ ରଖିବା ପରେ ମହିଳା ଜଣକ ବିବାହ ପାଇଁ ମହିଳା ଜିଦ୍ ଧରିଥିଲେ । କିନ୍ତୁ ବିବାହ କଥା ଶୁଣି ମନୋରଞ୍ଜନ ମହିଳାଙ୍କୁ ନିର୍ଯାତନା ଦେବା ସହ ଆଉ ଧରାଛୁଆଁ ଦେଇ ନଥିଲେ ।

ପରେ ମହିଳା ଜଣଙ୍କ ଲଷ୍ମୀସାଗର ଥାନାରେ ଅଭିଯୋଗ କରିଥିଲେ । ଯେଉଁ ଆଧାରରେ ଲଷ୍ମୀସାଗର ଥାନା ପୋଲିସ ତାଙ୍କୁ ଗିରଫ କରିଛି । ମନୋରଞ୍ଜନ ଦାସ ବିଡିଏର ଫିଲ୍ଡ ଅଫିସର ଥିବା ଜଣାପଡିଛି । ଗିରଫ ପରେ ତାଙ୍କର ଡାକ୍ତରୀ ମାଇନା କରାଯାଇଛି । ଏହା ପରେ ତାଙ୍କୁ କୋର୍ଟ ଚାଲାଣ କରାଯିବ ।

Get real time updates directly on you device, subscribe now.