fbpx
BSKY
BJD MC SKY
BJD YOUTH SKY

ଚାକିରି ନ ଖୋଜି ନିଯୁକ୍ତିଦାତା ହୁଅ: ଭେଙ୍କୟା

ଉକ୍ରଳ ବିଶ୍ୱବିଦ୍ୟାଳୟର ୫୦ତମ ସମାବର୍ତ୍ତନ ଉତ୍ସବରେ ଉପରାଷ୍ଟ୍ରପତିଙ୍କ ଦୀକ୍ଷାନ୍ତ ଭାଷଣ

ଭୁବନେଶ୍ୱର, ୩ା୪ (ଓଡିଶା ଭାସ୍କର): ଆଜି ଉକ୍ରଳ ବିଶ୍ୱବିଦ୍ୟାଳୟର ୫୦ତମ ସମାବର୍ତ୍ତନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଉପରାଷ୍ଟ୍ରପତି ଭେଙ୍କୟା ନାଇଡ଼ୁ ଯୋଗଦେଇଥିଲେ । ଏହି ଉତ୍ସବରେ ଉପରାଷ୍ଟ୍ରପତି ଓଡ଼ିଆ ଭାଷାରେ ଆରମ୍ଭ କରିଥିବା ଦୀକ୍ଷାନ୍ତ ଭାଷଣକୁ ଶହ ଶହ ଛାତ୍ରଛାତ୍ରୀ ଉତ୍ସୁକତାର ସହ ଚାହିଁ ରହିଥିଲେ ।

ଉପରାଷ୍ଟ୍ରପତି ଉତ୍ସବ ସ୍ଥଳରେ ଉପସ୍ଥିତ ସମସ୍ତ ଛାତ୍ରଛାତ୍ରୀଙ୍କୁ ଅଭିନନ୍ଦନ ଜଣାଇଥିଲେ । ସେ କହିଥିଲେ, ଶିକ୍ଷା ଚରିତ୍ର ଗଠନ ସହ ଜୀବନକୁ ଗଢ଼ିଥାଏ । ଛାତ୍ରଛାତ୍ରୀଙ୍କୁ ଶୃଙ୍ଖଳିତ ଓ ସଙ୍ଗଠିତ କରିଥାଏ ଶିକ୍ଷା । ଚାକିରି ନ ଖୋଜି ନିଯୁକ୍ତିଦାତା ହେବାକୁ, ପରିବର୍ତ୍ତନ ପାଇଁ ଆହ୍ୱାନକୁ ସ୍ୱୀକାର କରିବାକୁ ଓ ବିପର୍ଯ୍ୟୟ ପରିଚାଳନାକୁ ପାଠ୍ୟକ୍ରମରେ ସାମିଲ କରିବାକୁ ପରାମର୍ଶ ଦେଇଥିଲେ । ଶିକ୍ଷାର୍ଥୀମାନେ ସମାଜକୁ କ୍ଷୁଧା, ରୋଗ ଓ ଅଜ୍ଞାତାରୁ ମୁକ୍ତି ଦେବା ଦରକାର । ଏକାଗ୍ରତାର ସହ ଆଗେଇବା ସହ ପ୍ରକୃତି ଓ ସଂସ୍କୃତିର ସୁରକ୍ଷା କରିବାକୁ ଉପରାଷ୍ଟ୍ରପତି ଛାତ୍ର ସମାଜକୁ ପରାମର୍ଶ ଦେଇଥିଲେ । ଆଜିର ସମାବର୍ତ୍ତନ ଉତ୍ସବରେ ୫ ବିଶିଷ୍ଟ ବ୍ୟକ୍ତିଙ୍କୁ ସମ୍ମାନ ଜନକ ଡି.ଲିଟ ଉପାଧି, ୪୧ ଜଣଙ୍କୁ ପିଏଚଡି ଓ ୯୦ ଜଣଙ୍କୁ ସ୍ୱର୍ଣ୍ଣପଦକ ପ୍ରଦାନ କରାଯାଇଥିଲା ।

Get real time updates directly on you device, subscribe now.