fbpx

ପିଜୁଳି ଖାଇବା ପୂର୍ବରୁ ସାବଧାନ ରୁହନ୍ତୁ ଏହି ଦିଗରେ

Advertisement

ଯଦି ଆପଣଙ୍କୁ ପିଜୁଳି ଖାଇବା ଭଲ ଲାଗୁଛି, ତେବେ କିଛି ଦିଗ ପ୍ରତି ଧ୍ୟାନ ଦେବା ନିହାତି ଜରୁରୀ । ଯେଉଁମାନଙ୍କୁ ଥଣ୍ଡା ଲାଗି ରହିଥାଏ, ସେମାନେ ଅଧିକ ପିଜୁଳି ଖାଇବା ଉଚିତ ନୁହେଁ।

– ଯେଉଁମାନଙ୍କର ଖାଦ୍ୟ ହଜମ ଜନିତ ସମସ୍ୟା ରହିଛି ସେମାନେ କମ ପରିମାଣର ମଞ୍ଜି ଥିବା ପିଜୁଳି ଖାଇପାରିବେ ।

– ନିୟମିତ ସକାଳ ସମୟରେ ୨୦୦ ରୁ ୩୦୦ ଗ୍ରାମ ପିଜୁଳି ଖାଇବା ଦ୍ୱାରା ଶରୀରରୁ ବହୁ ରୋଗ ଦୂର ହୋଇଥାଏ।

– ଯେଉଁ ମାନଙ୍କର ପେଟ ଯନ୍ତ୍ରଣା ଲାଗି ରହିଥାଏ, ସେମାନେ ପାଚିଲା ପିଜୁଳି ସହ କମ କଳାଲୁଣ ମିଶାଇ ଖାଇବା ଉଚିତ।

– ଯେଉଁମାନଙ୍କର କୋଷ୍ଠକାଠିନ୍ୟ ସମସ୍ୟ ରହିଛି, ସେମାନେ ପିଜୁଳିରେ କଳା ଲୁଣ, ଅଦା, ଗୋଲମରିଚ ମିଶାଇ ଖାଇବା ଦ୍ୱାରା କୋଷ୍ଠକାଠିନ୍ୟ ସହ ଗ୍ୟାସଟିକ ଦୂର ହୋଇଥାଏ। ଭୋକ ମଧ୍ୟ ସଠିକ ସମୟରେ ହୋଇଥାଏ।

– ଖାଦ୍ୟ ଖାଇବା ପରେ ପିଜୁଳି ଖାଇବା ଦ୍ୱାରା ଖାଦ୍ୟ ଭଲ ଭାବେ ହଜମ ହୋଇଥାଏ।

– ଏହାସହ ଭୋଜନ ପୂର୍ବରୁ ଏହାକୁ ଖାଇବା ମଧ୍ୟ ସ୍ୱାସ୍ଥ୍ୟ ପାଇଁ ବେଶ ଉପକାରୀ। ଗୋଲାପି, ଧଳା ମଞ୍ଜି, ବିନା ମଞ୍ଜି, ଅଳ୍ପ ଖଟାମିଠା, ମିଠା ଆଦି ପିଜୁଳି ସାଧାରଣତଃ ବଜାରରେ ଉପଲବ୍ଧ।

– ଯେଉଁମାନଙ୍କ ମୁଣ୍ଡ ବିନ୍ଧ୍ୟା (ଅର୍ଦ୍ଧ କପାଳୀ) ହେଉଥାଏ, ସେମାନେ କଞ୍ଚା ପିଜୁଳିକୁ ପେଷି ମଥାରେ ଲଗାଇଲେ ଏହି ସମସ୍ୟା ଦୂର ହୋଇଥାଏ। ପିଜୁଳିରେ ୮୯.୯ କାର୍ବୋହାଇଡ଼୍ରେଡ଼, ୧୪.୯ ପ୍ରୋଟିନ, ୧.୨ ଖଣିଜ ଲବଣ ଥାଏ। ଏହାସହ ଏଥିରେ ଭରପୁର ମାତ୍ରାରେ ଭିଟାମିନ ସି, କ୍ୟାଲସିୟମ, ଫସଫରସ, ଆଇରନ ରହିଛି।

 

Get real time updates directly on you device, subscribe now.