fbpx
BSKY SKY
BSKY SKY

ଭୟଙ୍କର ଗରମ ପୂର୍ବରୁ ହୋଇଯାଆନ୍ତୁ ସାବଧାନ: ନଚେତ ଆପଣ ମଧ୍ୟ ହୋଇପାରନ୍ତି ଏହିସବୁ ବେମାରୀର ଶିକାର

BSKY

ପାଣିପାଗ ସହିତ ବଦଳିଥାଏ ରୋଗ ଆଉ ବେମାରୀର ରୂପ । ସେହିପରି କିଛି ବେମାରୀ ଲୋକମାନଙ୍କ ଉପରେ ଗରମ ଦିନରେ ଖୁବ ବ୍ୟପିଥାଏ । ଦେଖାଗଲେ ଏହି ବେମାରୀ କୁବ ସାଧାରଣ । କିନ୍ତୁ ଠିକ ସମୟରେ ଚିକିତ୍ସା କରା ନଗଲେ ଏହା ଖୁବ ଭୟଙ୍କର ରୂପ ନେଇଥାଏ । ତେବେ ଆସ୍ତୁ ଜାଣିବା ଏମିତି କିଛି ରୋଗ ଏବଂ ଏହାର ଚିକିତ୍ସା ଯାହା ଘରେ ମଧ୍ୟ କରିପାରିବେ ।

ହାର୍ଟ ଷ୍ଟ୍ରୋକ:

Pre-summer blues: 1 dies of 'heat stroke' | undefined News - Times of India

ଗରମ ଦିନରେ ହୃଦଘାତ ଏକ ସାଧାରର ରୋଗ ଭାବରେ କୁହାଯାଇପାରେ । ଶରୀରରେ ଜଳୀୟଅଂଶ କମ ହେବାରୁ କୌଣସି ବ୍ୟକ୍ତିକୁ ନିଜ ବଶରେ କରି ନେଇଥାଏ । କିନତୁ ଯଦି ଏହାର ସଠିକ ସମୟରେ ଚିକିତ୍ସା କରାନଯାଏ । ଏହା ମଣିଷର ଜୀବନ ମଧ୍ୟ ନେଇପାରେ । ଏହା ଦ୍ୱାରା ରୋଗୀ ଶରୀରରେ ଫୁଡ ପଏଜନିଙ୍ଗ, ଜ୍ୱର, ପେଟ ଯନ୍ତ୍ରଣା ଏବଂ ବାନ୍ତି ଭଳି କିଛି ସମସ୍ୟା ଦେଖିବାକୁ ମିଳିଥାଏ । ଏଥିରୁ ବଞ୍ଚିବା ପାଇଁ ନିଜ ଖାଦ୍ୟପେୟର ଧ୍ୟାନ ରଖିବା ସହ ଅଧିକ ମାତ୍ରାରେ ପାରି ପିଅନ୍ତୁ । ଗରମ ଦିନରେ ଶରୀରକୁ ହାଇହ୍ରେଟ ରକିବା ନିହାତି ଜରୁରୀ ହୋଇପଡେ ।

ଏସିଡିଟି:

Heartburn, acid reflux, and GERD: What's the difference?

ଏହା ଗରମ ଦିନରେ ହେଉଥିବା ସବୁଠୁ ବଡ ସମସ୍ୟା । ଛାତିରେ ଜଳାପୋଡା, ବାନ୍ତି ଲାଗିବା ଭଳି ଅନେକ ସମସ୍ୟା ଏହି ରୋଗ ପାଇଁ ହୋଇଥାଏ । କିନ୍ତୁ ଏହି ଯନ୍ତ୍ରଣା ବଢିଲେ ବଡ ସମସ୍ୟାରେ ପରିଣତ ହୋଇପାରେ । ଏତିରୁ ଦୂରେଇ ରହିବା ପାଇଁ ତେଲଯୁକ୍ତ ଖାଦ୍ୟ କିମ୍ବା ମସାଲାଦାର ଖାଦ୍ୟରୁ ନିଜକୁ ଦୂରେଇ ରଖନ୍ତୁ । କାରଣ ଏହା ଏସିଡିଯିର ମୁଖ୍ୟ କାରଣ ପାଲଟିଥାଏ । ଏହାସହିତ ନିଜ ଖାଇବାର ସମୟ ଠିକ ରଖିବା ସହିତ କାଢା ପିଅନ୍ତୁ ।

ହାଡଫୁଟି:

Chickenpox in Babies: Symptoms, Treatment, Complications, Prevent

ଗରମ ଦିନରେ ଅଧିକାଂଶ ପିଲାଙ୍କୁ ହାଡଫୁଟି ହେଉଥିବାର ଦେଖିବାକୁ ମିଳିଥାଏ । ଶରୀରରେ ଲାଲ ଦାଗ ପଡିଯିବା ସହିତ ମୁଣ୍ଡବ୍ୟଥା, ଜ୍ୱର ଏବଂ ଗଳାରେ ଯନ୍ତ୍ରରା ହାଡପୁଟିର ଲକ୍ଷଣ ହୋଇଥାଏ । କାଶ କିମ୍ବ ଥଣ୍ଡା ହେବା ହାଡଫୁଟିର ସାଧାରଣ ଲକ୍ଷଣ ହୋଇଥାଏ । ଏହାଦ୍ୱାରା ଆପଣଙ୍କ ପାଖ ଲୋକଙ୍କୁ ମଧ୍ୟ ସଂକ୍ରମଣ ହେବାର ଯଥେଷ୍ଟ ସମ୍ଭାବନା ରହିଛି । ତେବେ ଏହାର ଉପଚାର ମଧ୍ୟ ରହିଛି । ହାଡଫୁଟି ପାଇଁ ଏବେ ଟୀକା ଉପଲବ୍ଧ ରହିଛି । ଏହାବ୍ୟତୀତ ସତର୍କତା ସହିତ ମଧ୍ୟ ଏଥିରୁ ବଞ୍ଚିପାରିବେ । ସତର୍କତା ଅବଲମ୍ବନ କରିବା ହେଉଛି ଏହାର ଏକମାତ୍ର ଉପାୟ । ବାହାରୁ ଆସିଲେ ଠିକ ଭାବରେ ଧୋଇ ହୋଇ ଆସନ୍ତୁ । ତେବେ ହାଡଫୁଟି ରୋଗୀଙ୍କୁ ଏକ ଅଲଗା ଘରେ ରଖିବା ଜରୁରୀ ହୋଇଥାଏ ।

Get real time updates directly on you device, subscribe now.