fbpx

ବିଜେପି ସପକ୍ଷରେ ୪ ରାଜ୍ୟର ଫଳାଫଳ: ପଞ୍ଜାବରେ ଆପ୍ ମୁଣ୍ଡରେ ସୁନାକଳସ

ଭୁବନେଶ୍ୱର: ଆସିଛି ଦେଶର ୫ ରାଜ୍ୟରେ ହୋଇଥିବା ବିଧାନସଭା ନିର୍ବାଚନ ଫଳଫଳ । ଏଥର କରୋନା କାଳରେ ହୋଇଛି ଏହି ପାଞ୍ଚ ରାଜ୍ୟରେ ନିର୍ବାଚନ । ଉତ୍ତର ପ୍ରଦେଶ, ଗୋଆ, ମଣିପୁର, ଉତ୍ତରାଖଣ୍ଡରେ ବିଜେପିକୁ ବହୁମତ ମିଳିଥିବା ବେଳେ ପଞ୍ଜାବରେ ବାଜି ମାରିଛି ଆପ୍ । ତେବେ ଆସନ୍ତୁ ଜାଣିବା ବର୍ତ୍ତମାନ ସୁଦ୍ଧା କେଉଁ ରାଜ୍ୟରେ କେଉଁ ଦଳ ଆଗରେ ରହିଛନ୍ତି ।

ଉତ୍ତର ପ୍ରଦେଶ ପୁଣି ଯୋଗୀଙ୍କ ରାଜ୍:

ଉତ୍ତର ପ୍ରଦେଶରେ ବିଜେପିକୁ ମିଳି ସାରିଛି ବହୁମତ  । ରାତି ୧୦ଟା ସୁଦ୍ଧା ମିଳିଥିବା ସୂଚନା ଅନୁଯାୟୀ ଏଠାରେ ବିଜେପି ୨୭୪ ଆସନରେ ଆଗୁଆ ରହିଛି  । ଅନ୍ୟ ପକ୍ଷରେ ସମାଜବାଦୀ ପାର୍ଟି ସମୁଦାୟ ୧୨୪ଟି ଆସନରେ ଆଗୁଆ ରହିଛି  । କଂଗ୍ରେସ ମାତ୍ର ୨ଟି ଆସନରେ ବିଜୟୀ ହୋଇଥିବା ବେଳେ ଅନ୍ୟାନ୍ୟ ଦଳ ଦୁଇଟି ଆସନରେ ବିଜୟୀ ହୋଇଛନ୍ତି  । ମାୟାବତୀଙ୍କ ବିଏସପି ଗୋଟିଏ ଆସନରେ ଆଗୁଆ ରହିଛି  ।

ପଞ୍ଜାବ ରେ ସରକାର ଗଢ଼ିବ ଆପ୍:

ପଞ୍ଜାବରେ ଆମ ଆଦମୀ ପାର୍ଟୀ(ଆପ୍)କୁ ମିଳିଛି ସଫଳତା । ଏଠାରେ ଦଳକୁ ମିଳିଛି ବହୁମତ । ରାତି ୧୦ ଟା ସୁଦ୍ଧା ମିଳିଥିବା ସୂଚନା ଅନୁଯାୟୀ ପଞ୍ଜାବରେ ସମୁଦାୟ ୧୧୭ ବିଧାନସଭା ସିଟ୍ ସହ ସବୁଠୁ ଆଗରେ ରହିଛି । ଏହାପରେ  କଂଗ୍ରେସ ୧୮ ସିଟ୍ ସହ ଦ୍ୱିତୀୟ ସ୍ଥାନରେ ରହିଛି । ଶିରୋମଣୀ ଅକାଳୀ ଦଳ ୩ ଭୋଟ ସହ ତୃତୀୟ ସ୍ଥାନରେ ରହିଛି । ରାଜ୍ୟରେ ବିଜେପି ୨ ଭୋଟ ସହ ଚତୁର୍ଥ ସ୍ଥାନରେ ରହିଛି ।

ମଣିପୁର:

ମଣିପୁରରେ ମଧ୍ୟ ଦେଖିବାକୁ ମିଳିଛି ବିଜେପି ଜାଦୁ । ରାଜ୍ୟରେ ବିଜେପିକୁ ମିଳିଛି ବହୁମତ, ଏଠାରେ ଦଳକୁ ସମୁଦାୟ ୬୦ ସିଟରୁ  ୩୨ ଟି ସିଟ ହାତେଇ ବହୁମତି ପାଇଛି । ସେହିଭଳି କଂଗ୍ରେସକୁ ମିଳିଛି ୫ ସିଟ୍ । ଏନିପିପିକୁ ୭ ଏବଂ ଅନ୍ୟାନ୍ୟ ୧୬ ସିଟରେ ଆଗରେ ରହିଛନ୍ତି ।

ଗୋଆ:

ଗୋଆର ସମୁଦାୟ ୪୦ ସିଟରୁ ବିଜେପିକୁ ୨୦ ସିଟ ସହ ଆଗରେ ରହିଛି । କଂଗ୍ରେସ ୧୧ ସିଟ୍ ଏବଂ ଅନ୍ୟାନ୍ୟ ୯ ଟି ସିଟରେ ଆଗରେ ରହିଛନ୍ତି ।

ଉତ୍ତରାଖଣ୍ଡ:

ଉତ୍ତରାଖଣ୍ଡରେ ମଧ୍ୟ ବିଜେପିର ଦବଦବା ଦେଖିବାକୁ ମିଳିଛି । ଉତ୍ତରାଖଣ୍ଡରେ ସମୁଦାୟ ୭୦ ବିଧାନସଭା ଆସନରୁ ୪୮ ସିଟ ସହିତ ବହୁମତ ହାସଲ କରିଛି ଭାରତୀୟ ଜନତା ପାର୍ଟି । ତେବେ କଂଗ୍ରେସ ୧୮ଟି ସିଟରେ ନିଜ କବଜା କରି ପାରିଛି  । ବିଏସପି ୨ ଟି ସିଟରେ ଆଗୁଆ ରହିଛନ୍ତି ।

 

 

Get real time updates directly on you device, subscribe now.