fbpx

ଶୁକ୍ରବାର ନାଏବ ସରପଞ୍ଚ ନିର୍ବାଚନ: ଦିନ ୧ଟା ସୁଦ୍ଧା ହେବ ଫଳଫଳ ଘୋଷଣା

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ଆସନ୍ତାକାଲି ରାଜ୍ୟର ସବୁ ପଞ୍ଚାୟରେ ହେବ ନାଏବ ସରପଞ୍ଚ ନିର୍ବାଚନ । ଏଥିପାଇଁ ସକାଳ ୧୦ ଟାରୁ ୧୧ ଟା ଯାଏଁ ପ୍ରାର୍ଥୀମାନେ ନାମାଙ୍କନ କରିପାରିବେ । ୧୧ ଟାରୁ ୧୧ ଟା ୩୦ ପର୍ଯ୍ୟନ୍ତ ପ୍ରାର୍ଥୀପତ୍ର ଯାଞ୍ଚ ହେବ । ୧୨ ଟାରୁ ୧ ଟା ପର୍ଯ୍ୟନ୍ତ ନାଏବ ସରପଞ୍ଚ ପାଇଁ ହେବ ଭୋଟ ଗ୍ରହଣ । ଦିନ ୧ଟା ପରେ ଭୋଟ ଗଣତି ସରିବା ପରେ ଫଳାଫଳ ଘୋଷଣା କରାଯିବାକୁ ନିର୍ଦ୍ଦେଶ । ସବୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଲେ ରାଜ୍ୟ ନିର୍ବାଚନ କମିଶନ ।

ସୂଚନାଯୋଗ୍ୟ, ନିକଟରେ ରାଜ୍ୟରେ ସରିଛି ପଞ୍ଚାୟତ ନିର୍ବାଚନ । ପଞ୍ଚାୟତ ନିର୍ବାଚନରେ ବାଜିମାତ କରିଛି ବିଜେଡି ।

Get real time updates directly on you device, subscribe now.