fbpx

ଯୁବକଙ୍କୁ କଲେ ଅପହରଣ: ଟଙ୍କା ପାଇଁ ପରିବାରକୁ ଭିଡିଓ କଲ କରି ଯୁବକଙ୍କୁ ମାଡ଼ (See Video)

ଯୁବକଙ୍କ ମୁଣ୍ଡକୁ ଗୋଡରେ ଚାପି ଗଡ଼ାଇ ତଡ଼ାଇ ମାରିଲେ ମାଡ଼ । ଖାଲି ସେତିକି ନୁହେଁ ଉଲଗ୍ନ କରି ଭିଡିଓ କଲେ ଘର ଲୋକଙ୍କୁ ମଗାଯାଇଥିଲା ଟଙ୍କା । ଭୁବନେଶ୍ୱରରେ ଏଭଳି ଘଟଣା ଅନେକଙ୍କୁ ଆଶ୍ଚର୍ଯ୍ୟ କରିଛି । ଘଟଣାରେ ସମ୍ପୃକ୍ତ ସମସ୍ତ ୩ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି ପୋଲିସ ।

ଗତ ୩ ଦିନ ତଳେ ସମ୍ପୃକ୍ତ ଯୁବକ କେନ୍ଦ୍ରାପଡା ଜିଲ୍ଲା ପାଟକୁରାର ବିବେକାନନ୍ଦ ମଲିଆଙ୍କୁ କଟକରୁ କରାଯାଇଥିଲା ଅପହରଣ… ଅପହରଣ ପରେ ସମ୍ପୃକ୍ତ ଯୁବକଙ୍କୁ ଭୁବନେଶ୍ୱର ତମାଣ୍ଡୋ ଅଂଚଳର ଏକ ହୋଟେଲରେ ରଖି ମାଡ ମାରିଥିଲେ ୩ ଯୁବକ. ଏମିତି କି ପରିବାର ଲୋକଙ୍କୁ ଭିଡିଓ କଲ କରି ମାଡ ମାରିବା ଦୃଶ୍ୟ ଦେଖାଇବା ସହ ଟଙ୍କା ମାଗିଥିଲେ ଅପହରଣକାରୀ.. ପରିବାର ଲୋକଙ୍କ ଅଭିଯୋଗ ପରେ ଆକ୍ସନ ମୋଡକୁ ଆସିଥିଲା ପୋଲିସ.. ତମାଣ୍ଡୋ ଅଂଚଳରେ ଚଢାଉ କରି ସମ୍ପୃକ୍ତ ଯୁବକଙ୍କୁ ଉଦ୍ଧାର କରାଯାଇଛି… ଉଦ୍ଧାର ଯୁବକ କେନ୍ଦ୍ରାପଡା ଜିଲ୍ଲା ପାଟକୁରା ଅଂଚର ବିବେକାନନ୍ଦ ମାହାଲି ବୋଲି ଜଣାପଡିଛି  । ଏ ଘଟଣାରେ ସମ୍ପୃକ୍ତ ୩ ଅପହରଣକାରୀଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି । ଦେଖନ୍ତୁ ଭିଡିଓ…

Get real time updates directly on you device, subscribe now.