fbpx
BJD SKY
BJD SKY

ଆଜି ନାଏବ ସରପଞ୍ଚ ନିର୍ବାଚନ, ୧୨ରେ ବ୍ଲକ ଅଧ୍ୟକ୍ଷ ପାଇଁ ମତଦାନ

BJD

ଭୁବନେଶ୍ୱର (ଓଡ଼ିଶା ଭାସ୍କର):  ଆଜି ରାଜ୍ୟର ସବୁ ପଞ୍ଚାୟରେ ହେବ ନାଏବ ସରପଞ୍ଚ ନିର୍ବାଚନ । ଏଥିପାଇଁ ସକାଳ ୧୦ ଟାରୁ ୧୧ ଟା ଯାଏଁ ପ୍ରାର୍ଥୀମାନେ ନାମାଙ୍କନ କରିପାରିବେ । ୧୧ ଟାରୁ ୧୧ ଟା ୩୦ ପର୍ଯ୍ୟନ୍ତ ପ୍ରାର୍ଥୀପତ୍ର ଯାଞ୍ଚ ହେବ । ୧୨ ଟାରୁ ୧ ଟା ପର୍ଯ୍ୟନ୍ତ ନାଏବ ସରପଞ୍ଚ ପାଇଁ ହେବ ଭୋଟ ଗ୍ରହଣ । ଦିନ ୧ଟା ପରେ ଭୋଟ ଗଣତି ସରିବା ପରେ ଫଳାଫଳ ଘୋଷଣା କରାଯିବ । ଏନେଇ ସବୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ନିର୍ବାଚନ କମିଶନ ।

ସେହିପରି ୧୨ରେ ବ୍ଲକ ଅଧ୍ୟକ୍ଷ ନିର୍ବାଚନ  ଓ ଉପାଧ୍ୟକ୍ଷ ପଦବି ନିର୍ବାଚନ ୨୩ ତାରିଖ ହେବ । ଆସନ୍ତା ୧୩ ତାରିଖ(ରବିବାର) ଜିଲ୍ଲା ପରିଷଦ ଅଧ୍ୟକ୍ଷ ଓ ୨୫ରେ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ପାଇଁ ଭୋଟ ହେବ ।

Get real time updates directly on you device, subscribe now.