fbpx
BJD
BJD SKY
BJD SKY

ସାବଧାନ୍ ! ରାତିସାରା ମଦ ପିଇବା କାରଣରୁ ସକାଳେ ବାରମ୍ବାର ବାନ୍ତି, ହୃଦଘାତ ଯୋଗୁଁ ହଠାତ୍ ମୃତ୍ୟୁ

BJD

ନୂଆଦିଲ୍ଲୀ : ସାରାରାତି ସାଙ୍ଗସାଥୀ ସହ ପାର୍ଟି କରିବା, ମଦ ପିଇବା ଓ ସକାଳୁ ସକାଳୁ ହ୍ୟଙ୍ଗଓଭର ଯୋଗୁଁ ବାନ୍ତି ହେବା ଅତି ସାଧାରଣ ହୋଇଗଲାଣି । ଅନେକଙ୍କ କ୍ଷେତ୍ରରେ ଏପରି ଦେଖିବାକୁ ମିଳେ । କିନ୍ତୁ ମଦ ପିଇ ବାନ୍ତି କରିବା ଯୋଗୁଁ ଜୀବନ ମଧ୍ୟ ଚାଲିଯାଇପାରେ । ଏହାର କାରଣ କେବଳ ମଦ ବା ନିଶା ସେବନ କରିବା ।

ବଡ ସହରରେ ଅନେକ ବାର ଖୋଲା ଯାଉଛି । ଯେଉଁଠାରେ କକଟେଲ ବିତରଣ କରାଯାଉଛି । ଆଉ ଏହି କକଟେଲ ପିଇବା କାରଣରୁ ଜଣେ ଯୁବକଙ୍କ ମୃତ୍ୟୁ ଘଟଥିବା ଖବର ସାମ୍ନାକୁ ଆସୁଛି । ଗ୍ରେଟର ମଞ୍ଚେଷ୍ଟରର ରହୁଥିବା ୨୭ ବର୍ଷିୟ ଯୁବକ ନିୟମିତ ଭାବରେ ନିଶାସକ୍ତ ପଦାର୍ଥ ସେବନ କରୁଥିଳେ । କିନ୍ତୁ ଗତ ବର୍ଷ ଅକ୍ଟୋବରରେ ରାତିରେ ପାର୍ଟ ପରେ ସେ ସକାଳେ ଅସୁସ୍ଥ ଅନୁଭବ କଲେ ଏବଂ ବାରମ୍ବାର ବାନ୍ତି କଲେ । ଯେତେବେଳେ ସେ ଚିକିତ୍ସା ପାଇଁ ଡାକ୍ତରଙ୍କ ନିକଟକୁ ଯାଇଥିଲେ, ଡାକ୍ତରମାନେ ଏହାକୁ ହ୍ୟାଙ୍ଗଓଭର ଭାବି ନିଶା ଛାଡିବା ପରେ ଘରକୁ ପଠାଇ ଦେଇଥିଲେ । କିନ୍ତୁ କିଛି ଦିନ ମଧ୍ୟରେ ତାଙ୍କ ଅବସ୍ଥା ବିଗିଡି ଚାଲିଥିଲା। ଏକ ସପ୍ତାହ ପରେ ତାଙ୍କର ମୃତ୍ୟୁ ହୋଇଥିଲା। ଯେତେବେଳେ ଡାକ୍ତରମାନେ ତାଙ୍କ ସ୍ୱାସ୍ଥ୍ୟ ବିଷୟରେ ଯାଞ୍ଚ କଲେ, ସେତେବେଳେ ଜଣାପଡିଲଶ ଯେ ହାଇପରମେସିସ୍ ରୋଗରେ ପୀଡିତ ଥିଲେ। ହୃଦଘାତରେ ତାଙ୍କର ମୃତ୍ୟୁ ହୋଇଥିଲା ବୋଲି ଡାକ୍ତରମାନେ କହିଥିଲେ ।

ଅଧ୍ୟୟନରେ ଏହା ଜଣାପଡିଛି ଯେ କ୍ରମାଗତ ତମାଖୁ କିମ୍ବା ଗଞ୍ଜେଇ, ମଦ, ଧୂମ୍ରପାନ କରିବା ଦ୍ୱାରା କର୍କଟ ବା କ୍ୟାନସର ରୋଗ ହେବା ସହ ହୃଦଘାତ ରୋଗର ଆଶଙ୍କା ବଢିଯାଏ । ଯାହା ମୃତ୍ୟୁର କାରଣ ହୋଇଥାଏ । ତେଣୁ ବେଳହୁଁ ସାବଧାନ ରୁହନ୍ତୁ ଏବଂ ସତର୍କତା ଅବଲମ୍ବନ କରନ୍ତୁ ।

Get real time updates directly on you device, subscribe now.