fbpx

ମଣିଷ ଶରୀରେ ରକ୍ତ ଜମାଟ ବାନ୍ଧୁଛି ଏହି କୋଭିଡ ଟିକା! ଯାହା ପାଇଁ ଜଣେ ମୃତ ; ଆପଣ ମଧ୍ୟ ନେଇ ନାହଁନ୍ତିତ ଏହି ଟିକାର ଡୋଜ ?

ନୂଆଦିଲ୍ଲୀ: କରୋନା କାୟାରେ ସାରା ବିଶ୍ୱ ରହିଥିବା ବେଳେ ସରକାର ଏହି ରୋଗରୁ ରକ୍ଷା ପାଇବା ପାଇଁ ଟୀକା ନେବାକୁ ପରାମର୍ଶ ଦେଉଛନ୍ତି। ବର୍ତ୍ତମାନ ସମୟରେ ଟୀକା ହେଉଛି ଏକ ମାତ୍ର ବିକଳ୍ପ । କିନ୍ତୁ ଏହି ଟୀକା ପାଇଁ ଯଦି ଆପଣଙ୍କ ଜୀବନ ଗଲା ତେବେ ଆପଣ କଣ କରିବେ ? ନ୍ୟୁୟର୍କ ଟାଇମ୍ସ ଲଣ୍ଡନରେ ଜଣେ କରୋନା ଦ୍ୱାରା ପ୍ରକାଶିତ ଏକ ରିପୋର୍ଟକୁ ଦର୍ଶାଇ ଆଷ୍ଟ୍ରାଜେନେକାଙ୍କ କୋଭିଡ୍ ଟିକା ର ସାଂଘାତିକ ପ୍ରଭାବ ବିଷୟରେ ସୂଚନା ଦେଇଛନ୍ତି । ଏଥିରେ,ଶରୀରରେ ରକ୍ତ ଜମାଟ ବାନ୍ଧିବା କାରଣରୁ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହେଇଛି । ଆଉ ବ୍ୟକ୍ତି ଜଣଙ୍କୁ ଆଷ୍ଟ୍ରାଜେନେକା କୋଭିଡ ଟିକା ଦିଆଯାଇଥିଲା। କୁହାଯାଇଛି ଯେ ତାଙ୍କ ପତ୍ନୀ ଟିକା ଉତ୍ପାଦନକାରୀ କମ୍ପାନୀଙ୍କ ବିରୋଧରେ ମକଦ୍ଦମା ଦାୟର କରିଛନ୍ତି ।

ଟିକାର ସାଂଘାତିକ ପ୍ରତିକ୍ରିୟାରେ , ୩୨ ବର୍ଷିୟ ମନୋବିଜ୍ଞାନୀ ଡକ୍ଟର ଷ୍ଟିଫେନ୍ ରାଇଟ୍ ଟୀକାକରଣର ପ୍ରଥମ ଡୋଜ ନେଇଥିଲେ। ଆଉ ଏହାର ୧୦ ଦିନ ପରେ ରକ୍ତ ଜମାଟ ବାନ୍ଧିବା ଆରମ୍ଭ କଲା । ୨୬ ଜାନୁୟାରୀ ୨୦୨୧ ରେ ତାଙ୍କର ଦେହାନ୍ତ ହୋଇଥିଲା। ମିଡିଆ ରିପୋର୍ଟ ଅନୁଯାୟୀ, ଡକ୍ଟର ଷ୍ଟିଫେନ୍ ରାଇଟଙ୍କ ପତ୍ନୀ ଚାର୍ଲୋଟ୍ ରାଇଟ୍ ତାଙ୍କ ସ୍ୱାମୀଙ୍କ ମୃତ୍ୟୁ ଘଟଣାର ତଦନ୍ତ ପାଇଁ ଅନୁରୋଧ କରିଥିଲେ। ଜାନୁଆରୀ ୨୦୨୧ ରେ ଟୀକାକରଣର ପରେ ତାଙ୍କ ରକ୍ତ ଅବସ୍ଥାରେଏଭଳି ପରିଣାମ ହେତୁ ତାଙ୍କ ସସ୍ୱାମୀଙ୍କ ମୃତ୍ୟୁ ହେଇଥିବା ଜଣାପଡିଛି।

କୁହାଯାଇଥିଲା ଯେ ପ୍ରଥମ ଡୋଜ ଗ୍ରହଣ କରିବାର ୧୦ଦିନ ପରେ, ଦୁଇ ସନ୍ତାନର ପିତାଙ୍କର ମସ୍ତିଷ୍କରେ ଷ୍ଟ୍ରୋକ୍ ଏବଂ ରକ୍ତସ୍ରାବ ହୋଇଥିଲା। ସେ ଟିକା ଦ୍ୱାରା ଥ୍ରୋମ୍ବୋସାଇଟୋପେନିଆ ସିଣ୍ଡ୍ରୋମ ବିକାଶ ହେଇଥିଲା । ଏକ ଅବସ୍ଥାରେ ରକ୍ତର ପ୍ଲେଟଲେଟ୍ ସ୍ତର ଅତି କମ୍ ଥାଏ। ଏହାପରେ ତାଙ୍କ ଅବସ୍ଥା ଦ୍ରୁତ ଗତିରେ ଖରାପ ହୋଇଯାଇଥିଲା।

ସ୍ୱାସ୍ଥ୍ୟ ବିଶେଷଜ୍ଞ ଏବଂ ଅଧ୍ୟୟନରୁ ଜଣାପଡିଛି ଯେ ଟୀକାକରଣ ପରେ ଥ୍ରୋମ୍ବୋସାଇଟୋପେନିଆ ସିଣ୍ଡ୍ରୋମ (TTS) ଏକ ବିରଳ ଘଟଣା। ୨୦୨୧ ମସିହାରେ ବ୍ରିଟେନ ୩୦ ବର୍ଷରୁ କମ୍ ବୟସ୍କମାନଙ୍କଠାରେ ଆଷ୍ଟ୍ରାଜେନେକାଙ୍କ ଟିକା ବ୍ୟବହାରକୁ ରୋକିବାକୁ ସ୍ଥିର କରିଥିଲା, ଯେଉଁଥିରେ ବିରଳ ରକ୍ତ ଜମାଟ ବାନ୍ଧିବାର ଆଶଙ୍କା ରହିଥିଲା। ଆମେରିକାରେ ବ୍ୟବହାର ପାଇଁ AstraZeneca ଅନୁମୋଦନ ମିଳିନାହିଁ ।

Get real time updates directly on you device, subscribe now.