fbpx
BSKY SKY
BSKY SKY

ଖବରକାଗଜରେ ବରା, ସିଙ୍ଗଡ଼ା ଖାଉଥିଲେ ସାବଧାନ! FSSAI ଏହାକୁ ନିଷେଧ କରିଛି, ରାସାୟନିକ ପଦାର୍ଥ ସାଜିପାରେ କ୍ୟାନସରର କାରଣ

BSKY

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଅନେକ ଲୋକ ଅଧିକାଂଶ ସମୟରେ ବରା, ସିଙ୍ଗଡ଼ା ଆଦି ଖାଦ୍ୟ ଖବରକାଗଜରେ ଖାଇଥାନ୍ତି । ତେବେ ଆପଣଙ୍କର ଯଦି ଏହି ଅଭ୍ୟାସ ରହିଥାଏ ତେବେ ସାବଧାନ ହୋଇଯାଆନ୍ତୁ । କାରଣ ଏହା ଆପଣଙ୍କର ଶରୀର ପାଇଁ ବହୁତ କ୍ଷତିକାରକ । ଖବରକାଗରେ ବ୍ୟବହୃତ ହେଉଥିବା କାଳିରେ ବିଭିନ୍ନ ପ୍ରକାରର ରାସାୟନିକ ପଦାର୍ଥ ବ୍ୟବହାର ହୋଇଥାଏ । ତେଣୁ ତାହା କ୍ୟାନସର ପରି ମାରାତ୍ମକ ରୋଗର କାରଣ ସାଜିବା ସହ ହଜମ ଶକ୍ତିକୁ ମଧ୍ୟ ହ୍ରାସ କରିପାରେ ।

ସବୁଠାରୁ ବଡ଼ କଥା ହେଉଛି ଭାରତୀୟ ଖାଦ୍ୟ ସୁରକ୍ଷା ଓ ମାନକ ପ୍ରାଧିକରଣ (ଏଫଏସଏସଏଆଇ) ଏହାକୁ ସମ୍ପୂର୍ଣ୍ଣ ଭାବେ ବାରଣ କରିଛି । ତେଣୁ ତାହା ଆମର ଶରୀର ପାଇଁ କେତେ କ୍ଷତିକାରକ ତାହା ଏଥିରୁ ସହଜେ ଅନୁମେୟ । ସାଧାରଣ କାଗଜରେ କୌଣସି ଖାଦ୍ୟ ଖାଇଲେ ତାହା ଯେତିକି କ୍ଷତିକାରକ, କାଳିଯୁକ୍ତ ଖବରକାଗଜରେ ଖାଇବା ତା’ଠାରୁ ବହୁ ଗୁଣରେ ଅଧିକ ।

ରାସ୍ତାକଡ଼ରେ ରହିଥିବା ବିଭିନ୍ନ ଜଳଖିଆ ଦୋକାନମାନଙ୍କରେ ଖବରକାଗଜରେ ଗ୍ରାହକଙ୍କୁ ବରା, ପିଆଜି ଖାଇବାକୁ ଦିଆଯାଇଥାଏ । ତେଣୁ ଏହା ସ୍ୱାସ୍ଥ୍ୟ ପ୍ରତି ହାନୀକାରକ ହୋଇଥିବାରୁ ଏଥିରେ ତୁରନ୍ତ ରୋକ ଲଗାଯିବାର ଆବଶ୍ୟକତା ରହିଛି । ସେଥିପାଇଁ ସମ୍ବଲପୁର ମ୍ୟୁନିସିପାଲ କର୍ପୋରେସନ ଏ ଦିଗରେ ସଚେତନତା ପଦକ୍ଷେପ ଗ୍ରହଣ କରିଥିବା ବେଳେ ରାଜ୍ୟର ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ମଧ୍ୟ ଏନେଇ ପଦକ୍ଷେପ ନିଆଯିବା ନିହାତି ଜରୁରୀ ।

ଏହା ଉପରେ ରୋଗ ଲଗାଇବାକୁ ଏଫଏସଏସଏଆଇ ସମସ୍ତ ରାଜ୍ୟକୁ ସଚେତନ କରିଛନ୍ତି । ତେବେ ଖବରକାଗଜରେ ତେଲ ଲାଗିବା ଫଳରେ ତାହା ପରବର୍ତ୍ତୀ ସମୟରେ ପାକିସ୍ଥଳୀ କର୍କଟ ଓ ହଜମ ସମସ୍ୟା ସୃଷ୍ଟି କରିଥାଏ ବୋଲି କ୍ୟାପିଟାଲ ହସ୍ପିଟାଲର ଜଣେ କର୍କଟ ବିଶେଷଜ୍ଞ କହିଛନ୍ତି । ତେବେ ଏନେଇ ନିୟମିତ ଭାବେ ବିଭିନ୍ନ ଦୋକାନରେ ସଚେତନତା କରାଯାଉଛି ବୋଲି ଖାଦ୍ୟ ସୁରକ୍ଷା ଅଧିକାରୀ କହିଛନ୍ତି ।

Get real time updates directly on you device, subscribe now.