fbpx

ହାତ ଓ ଗୁପ୍ତାଙ୍ଗ କାଟିଲେ ବିଚାରଧୀନ ବନ୍ଦୀ: ସ୍ତ୍ରୀ କୁ ନିର୍ଯାତନା ଅଭିଯୋଗରେ ଆସିଥିଲେ ଜେଲ

ଭଦ୍ରକ: ସ୍ତ୍ରୀ ଙ୍କୁ ମାନସିକ ଓ ଶାରୀରିକ ନିର୍ଯାତନା ଦେବା ଅଭିଯୋଗ ରେ କିଛି ଦିନ ତଳେ ଜେଲ ଆସିଥିଲେ । ଜେଲ ରେ ପାଇଖାନା ଯାଇଥିବା ବେଳେ ଧାରୁଆ ଅସ୍ତ୍ର ରେ ହାତ ଓ ଗୁପ୍ତାଙ୍ଗ କାଟିଥିବା ବେଳେ ଗୁରୁତର ହୋଇ ମେଡିକାଲ ରେ ଚିକିଶ୍ଚିତ ହେଉଛନ୍ତି ବିଚାରଧୀନ ବନ୍ଦୀ । ସୂଚନାଯୋଗ୍ୟ ଯେ ଭଦ୍ରକ ଜେଲ ରେ ଏମିତି ଅଭିଯୋଗ ଘଟିଛି । ଭଦ୍ରକ ଜିଲ୍ଲା ତିହିଡି ଥାନା ଅଧିନ କୋହ୍ଲ ଅଞ୍ଚଳ ର ସୁଶାନ୍ତ ମାଝୀ ଙ୍କା ନାଁ ରେ ତାଙ୍କ ସ୍ତ୍ରୀ ତିହିଡି ଥାନା ରେ ଅଭିଯୋଗ କରିଥିଲେ ।

ସ୍ତ୍ରୀ ଙ୍କୁ ଶାରୀରିକ ଓ ମାନସିକ ନିର୍ଯାତନା ଦେବା ଅଭିଯୋଗ ପରେ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିଲା । ତେବେ ଅପରାହ୍ନ ସମୟ ରେ ପାଇଖାନା ଯାଇଥିଲେ ସୁଶାନ୍ତ । ତେବେ ସେଠାରେ ଧାରୁଆ ଅସ୍ତ୍ର ରେ ନିଜ ହାତ। ଓ ଗୁପ୍ତାଙ୍ଗ କାଟିଥିବା ସୂଚନା ମିଳିବା ପରେ ଜେଲ କର୍ମଚାରୀ ମାନେ ତାଙ୍କୁ ଭଦ୍ରକ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ସେଠାରେ ଅସ୍ତ୍ରୋପଚାର ପରେ ମଧ୍ୟ ଅବସ୍ଥା ରେ ସୁଧାର ନ ଆସିବାରୁ ତାଙ୍କୁ କଟକ ବଡ଼ ମେଡିକାଲ କୁ ସ୍ଥାନାନ୍ତର କରାଯାଇଛି । ତେବେ କେଉଁ ଧାରୁଆ ଅସ୍ତ୍ର ରେ କାଟିଛନ୍ତି ସେ ନେଇ କୌଣସି ସ୍ପଷ୍ଠ ସୂଚନା ମିଳି ପାରିନାହିଁ । କିନ୍ତୁ ମଶା ଧୂପ ଷ୍ଟାଣ୍ଡ ରେ ହାତ ଓ ଗୁପ୍ତାଙ୍ଗ କାଟିଥିବା ସୂଚନା ମିଳିଛି । ଘଟଣା କୁ ନେଇ ଜେଲ କର୍ତ୍ତୃପକ୍ଷ ମଧ୍ୟ କୌଣସି ପ୍ରତିକ୍ରିୟା ଦେବା କୁ ମନା କରିଛନ୍ତି ।

Get real time updates directly on you device, subscribe now.