fbpx

ଅଧିକ ଜୁଆଁଣି ସେବନ କରୁଥିଲେ ହୋଇଯାଆନ୍ତୁ ସତର୍କ; କିଡନୀ ଖରାପ ହେବା ସହ ଦେଖାଦେଇଥାଏ ଏହି ସବୁ ସମସ୍ୟା

Advertisement

ଭରତୀୟମାନଙ୍କ ରୋଷେଇ ଘରେ ବିଭିନ୍ନ ପ୍ରକାର ମସଲା ସାମଗ୍ରୀ ରହିଥାଏ । ଯେଉଁଥିରେ ଜୁଆଁଣି ମଧ୍ୟ ସାମିଲ ଅଛି । ତେବେ ଏହି ଜୁଆଁଣୀର ରୋଷେଇରେ ଗରମ ମସଲା ଭାବରେ ବ୍ୟବହାର କରାଯାଉଥିବା ବେଳେ ପେଟ ଜନିତ ସମସ୍ୟା ପାଇଁ ମଧ୍ୟ ଏହାକୁ ବ୍ୟବହାର କରାଯାଏ । ଖାସ୍ କରି ପେଟ ଦରଜ କିମ୍ବା ଗ୍ୟାସ୍ ସମସ୍ୟା ଥିଲେ ଘରୋଇ ଉପଚାର ଭାବରେ ଜୁଆଁଣି ସେବନ କରିବାକୁ ବୟସ୍କ ଏବଂ ଅଭିଜ୍ଞ ଲୋକେ ପରାମର୍ଶ ଦେଇଥାନ୍ତି । ଏଥିସହିତ ଆୟୁର୍ବେଦରେ ମଧ୍ୟ ହୋ ବ୍ୟବହାର କରାଯାଏ । ଜୁଆଁଣି ସେବନ କରିବା ଦ୍ୱାରା ରକ୍ତଚାପ ଜନିତ ସମସ୍ୟା ଏବଂ ୟୁରିନ୍ ଇନଫେକସନ ଦୂର ହେବା ସହ ରୋଗପ୍ରତି ଶକ୍ତି ମଧ୍ୟ ବୃôଦ୍ଧି ପାଇଥାଏ । କିନ୍ତୁ ଆପଣ ଜାଣିଛନ୍ତି କି ଅଧିକ ମାତ୍ରାରେ ଜୁଆଁଣି ସେବନ ବିଭିନ୍ନ ପ୍ରକାର ସମସ୍ୟାର ମୁଖ୍ୟ କାରଣ ହୋଇପାରେ । ଏତତ୍ ବ୍ୟତୀତ ଗର୍ଭଧାରଣ ସମୟରେ ମଧ୍ୟ ସମସ୍ୟା ଆଣିପାରେ । ବର୍ତ୍ତମାନ ଆସନ୍ତୁ ଜାଣିବା ଜୁଆଁଣି ସେବନ କରିବା ଦ୍ୱାରା କେଉଁସବୁ ସମସ୍ୟା ଦେଖାଦେଇଥାଏ ।

ଜୁଆଁଣି ସେବନ କରିବା କରିବା ଦ୍ୱାରା ଦେଖାଦେଇଥାଏ ଏହି ସମସ୍ୟା:

କିଡନୀ ସମସ୍ୟା: ୱରୀୱେଲହେଲ୍ଥ ରିପୋର୍ଟ ରିପୋର୍ଟ ଅନୁଯାୟୀ, ବର୍ତ୍ତମାନ ପର୍ଯ୍ୟନ୍ତ ଅନେକ ରିସର୍ଚ୍ଚରୁ ଏହା ଜଣାପଡିଛି ଯେ,ଆପଣ ଯଦି ଅନେକ ଦିନ ଧରି ଲଗାତାର ଭାବରେ ଜୁଆଁଣି ସେବନ କରୁଛନ୍ତି, ତେବେ ଏହା ସ୍ୱାସ୍ଥ୍ୟ ପାଇଁ ବହୁତ କ୍ଷତିକାରକ ହୋଇଥାଏ । ଖାସ କରି କିଡନୀ ଫୁଲିବା ପରି ସମସ୍ୟା ଦେଖାଦେଇଥାଏ । ତେଣୁ ଅଧିକ ଜୁଆଣି ସେବନ କରୁଥିଲେ ସାବଧାନ ହୋଇଯିବା ଆବଶ୍ୟକ ।

ସ୍କିନ ଇନଫେକସନ: ଯଦି କୌଣସି ବ୍ୟକ୍ତିର ଚର୍ମ ଜନିତ ସମସୟା ଥାଏ ତେବେ ଏହି ବ୍ୟକ୍ତିମାନେ ଅଧିକ ଜୁଆଁଣି ସେବନ କରିବା ଉଚିତ୍ ନୁହେଁ କାରଣ ଏହା ଚର୍ମ ଏବଂ ତ୍ୱଚା ଉପରେ ଅଧିକ ପ୍ରଭାବ ପକାଇଥାଏ । ଫଳରେ ସ୍କିନ ଫଳିଯିବା ସହ ଆନାଫାଇଲକ୍ସିସ୍ ମଧ୍ୟ ହୋଇପାରେ ।

ଗର୍ଭପାତ ହେବାର ସମ୍ଭାବନା: ଗର୍ଭବତୀ ମହିଳାମାନଙ୍କ ପାଇଁ ଜୁଆଁଣି ସେବନ କରିବା ବିପଜ୍ଜନକ ହୋଇଥାଏ । ସ୍ୱାସ୍ଥ୍ୟ ବିଶେଷଜ୍ଞମାନଙ୍କ କହିବା ଅନୁଯାୟୀ, ଜୁଆଁଣି ସେବନ କରିବା ଦ୍ୱାରା ଗର୍ଭାଶୟରେ ରକ୍ତସ୍ରାବ ଏବଂ ଘର୍ଭାଶୟ ସଂକୋଟନ ହୋଇପାରେ । ଏତତ୍ ବ୍ୟତୀତ ଏହି ଜୁଆଁଣି ସେବନ ଗର୍ଭପାତର କାରଣ ମଧ୍ୟ ହୋଇପାରେ । ତେଣୁ ଗର୍ଭବତୀ ମହିଳାମାନେ ଡାକ୍ତରଙ୍କ ବିନା ପରାମର୍ଶରେ ଏହି ଜୁଆଁଣି ସେବନ କରନ୍ତୁ ନାହିଁ ।

Get real time updates directly on you device, subscribe now.