ଫ୍ରିଜରେ ଚକଟା ଅଟା ରଖୁଥିଲେ ସାବଧାନ ! ସବୁବେଳେ ରହିବ ଗ୍ୟାସ ସମସ୍ୟା

News across the Earth, news close to your heart, Read Odisha Bhaskar English

ପ୍ରାୟତଃ ଅଧିକାଂଶ ମହିଳା ସମୟ ବଞ୍ଚାଇବା ପାଇଁ ସକାଳ ଓ ରାତି ପାଇଁ ଏକା ସାଥିରେ ଅଟା ଚକଟି ଦେଇଥାନ୍ତି। ଏହି ଚକଟା ଅଟାକୁ ଫ୍ରିଜ୍‌ରେ ରଖି ରୁଟି କରିଥାନ୍ତି। ହେଲେ ଏହା ଆପଣଙ୍କ ସ୍ବାସ୍ଥ୍ୟ ଉପରେ ଖରାପ ପ୍ରଭାବ ପକାଇଥାଏ। ଫ୍ରିଜ୍‌ରେ ଥିବା ଅଟା ଚକଟାରେ ପ୍ରସ୍ତୁତ ରୁଟି ଖାଇଲେ କ’ଣ ସମସ୍ୟା ସୃଷ୍ଟି ହୋଇଥାଏ, ଜାଣନ୍ତୁ ସେ ସମ୍ପର୍କରେ…

ବୈଜ୍ଞାନିକ ମତ ଅନୁଯାୟୀ, ଚକଟା ଅଟାକୁ ତୁରନ୍ତ ବ୍ୟବହାର କରିଦେବା ଭଲ। କାରଣ ଏହା ପାଣିରେ ପଡ଼ିବା ପରେ ଏଥିରେ ରାସାୟନିକ ପଦାର୍ଥ ପରିବର୍ତ୍ତନ ହୋଇଥାଏ, ଯାହା ସ୍ବାସ୍ଥ୍ୟପାଇଁ ହାନିକାରକ ହୋଇଥାଏ।

ଚକଟା ଅଟାକୁ ଫ୍ରିଜ୍‌ରେ ରଖିବା ଫଳରେ ଫିଜ୍‌ରେ ଥିବା ଜୀବାଣୁ ସେଥିରେ ପ୍ରବେଶ କରି ତାହାକୁ ଖରାପ କରିଥାଏ। ଏଥିରେ ପ୍ରସ୍ତୁତ ରୁଟି ଖାଇଲେ ନାନା ପ୍ରକାର ରୋଗ ହୋଇଥାଏ।

ଫିଜ୍‌ରେ ଥିବା ଚକଟା ଅଟାରୁ ତିଆରି ରୁଟି ଖାଇବା ଅନୁଚିତ ବୋଲି ଆୟୁର୍ବେଦରେ ମତ ପ୍ରକାଶ ପାଇଛି। ଏହାର ସ୍ବାଦ ତାଜା ଅଟାର ରୁଟିପରି ହୋଇ ନ ଥାଏ।
ଏହି ରୁଟି ଖାଉଥିବା ଲୋକଙ୍କଠାରେ ସର୍ବଦା ଗ୍ୟାସ ସମସ୍ୟା ଦେଖାଯାଇଥାଏ।

Get real time updates directly on you device, subscribe now.