fbpx
BJD SKY
BJD SKY

ସାବଧାନ! ମହିଳାଙ୍କୁ ‘ଡାର୍ଲିଙ୍ଗ’ ଡାକିଲେ ମିଳିବ ଜେଲଦଣ୍ଡ: ହାଇକୋର୍ଟ ଦେଲେ ବଡ଼ ନିଷ୍ପତ୍ତି

BJD

ନୂଆଦିଲ୍ଲୀ: ଅନେକ ସମୟରେ କଥା କଥାରେ ପୁଅମାନେ ଝିଅଙ୍କୁ ‘ଡାର୍ଲିଙ୍ଗ’ ବୋଲି ସମ୍ବୋଧନ କରିଥାନ୍ତି । କିନ୍ତୁ ଏବେ ଏହି ଅଭ୍ୟାସ ପୁରୁଷଙ୍କ ଉପରେ ଖୁବ ମହଙ୍ଗା ପଡ଼ିବ । କୌଣସି ମହିଳାଙ୍କୁ ‘ଡାର୍ଲିଙ୍ଗ’ ବୋଲି କହିବା ଦ୍ୱାରା ପୁରୁଷଙ୍କୁ ଜେଲ୍ ହୋଇପାରେ । ‘ଡାର୍ଲିଙ୍ଗ’ ବୋଲି ସମ୍ବୋଧନ କରିବା ମଧ୍ୟ ଏକ ଯୌନ ଉତ୍ପୀଡ଼ନ ମାମଲାରେ ଅପରାଧୀ ଭାବେ ଧରାଯିବ ବୋଲି କହିଛନ୍ତି ଉଚ୍ଚ ନ୍ୟାୟାଳୟ । ଏହାବ୍ୟତୀତ ସମ୍ପୃକ୍ତ ଯୁବକଙ୍କ ଉପରେ ମୋଟା ଅଙ୍କର ଜରିମାନା ମଧ୍ୟ ଲାଗୁ ହୋଇପାରେ । କୋଲକାତା ହାଇକୋର୍ଟରେ ପୋର୍ଟ ବ୍ଲେୟର ପୀଠର ବିଚାରପତି ଜୟ ସେନଗୁପ୍ତା ଏ ନେଇ ରାୟ ଶୁଣାଇଛନ୍ତି ।

ଜଷ୍ଟିସ ସେନଗୁପ୍ତା କହିଛନ୍ତି ଯେ, କୌଣସି ଯୁବକ ଯଦି ଅଜଣା ମହିଳାଙ୍କୁ ‘ଡାର୍ଲିଙ୍ଗ’ ବୋଲି ସାମ୍ବୋଧନ କରନ୍ତି, ତେବେ ତାଙ୍କୁ ଧାରା ୩୪୫ଏ ଅନୁସାରେ େଯୌନ ଉôତ୍ପୀଡ଼ନ ମାମଲାରେ ଦୋଷୀ ଭାବରେ ବିବେଚନା କରାଯିବ । ନିଶାଶକ୍ତ ଅବସ୍ଥାରେ ହେଉ କିମ୍ବା ଅନ୍ୟ କୌଣସି ସ୍ଥିତିରେ ଯଦି କୌଣସି ଯୁବକ ଏଭଳି କାଣ୍ଡ ଘଟାଇଥାନ୍ତି, ତାଙ୍କ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ନିଆଯିବ । କୌଣସି ବ୍ୟକ୍ତି ଜଣେ ଅଜଣା ମହିଳାଙ୍କ ପାଇଁ ‘ଡାର୍ଲିଙ୍ଗ’ ଶବ୍ଦ ବ୍ୟବହାର କରିପାରିବେ ନାହିଁ । ଏହା ସ୍ପଷ୍ଟ ଭାବରେ ଅପମାନଜନକ ଏବଂ ଏକ ଯୌନ ଉତ୍ପୀଡ଼ନ ମାମଲାରେ ବିବେଚନା କରାଯିବ ।

ରିପୋର୍ଟ ଅନୁସାରେ, ନିଶାଶକ୍ତ ଅବସ୍ଥାରେ ଜଣେ ମହିଳା ପୋଲିସ ଅଧିକାରୀଙ୍କୁ ଜନକ ରାମ୍ କହିଥିଲେ ଯେ, “କ’ଣ ଡାର୍ଲିଙ୍ଗ… ଚାଲାଣ କରିବାକୁ ଆସିଛନ୍ତି କି” ? ଏହି ମାମଲାରେ ଜଷ୍ଟିସ ସେନଗୁପ୍ତା ୩୪୫ଏ(ମହିଳାଙ୍କ ଗରିମାକୁ ଆଘାତ ଦେବା)ର ଉଲ୍ଲେଖ କରି କହିଛନ୍ତି ଯେ, ମହିଳା ପୋଲିସ ଅଧିକାରୀଙ୍କ ଉପରେ ହୋଇଥିବା ଏହି ବୟାନ୍ ଯୌନ ଉତ୍ପୀଡ଼ନ ମାମଲା ଅଧୀନରେ ରହିବ । ତେଣୁ ଅଭିଯୁକ୍ତଙ୍କୁ ଦୋଷୀଙ୍କ ଦଣ୍ଡ ଦିଆଯିବ ବୋଲି କହିଛନ୍ତି ହାଇକୋର୍ଟ । ଏହି ମାମଲାରେ ମଧ୍ୟ ଅଭିଯୁକ୍ତ ଜନକ ରାମଙ୍କ ଅପିଲକୁ ଖାରଜ କରି ତାଙ୍କ ଦଣ୍ଡବିଧାନକୁ ଅପରିବର୍ତ୍ତିତ ରଖିଛନ୍ତି ।

Get real time updates directly on you device, subscribe now.