fbpx

ଇନଷ୍ଟାଗ୍ରାମରେ ସ୍ୱାମୀଙ୍କୁ ‘ଅନଫଲୋ’ କଲେ ନୟନ ତାରା, ଲେଖିଲେ-ନିଜ ଆଖିରେ ଲୁହ ଥିଲେ ମଧ୍ୟ..

ନୂଆଦିଲ୍ଲୀ: ସାଉଥ ଲେଡି ସୁପରଷ୍ଟାର ନୟନତାରାଙ୍କୁ ନେଇ ବର୍ତ୍ତମାନ ଏକ ବଡ଼ ଖବର ସାମ୍ନାକୁ ଆସିଛି । ସେ ଇନଷ୍ଟାଗ୍ରାମରେ ତାଙ୍କ ସ୍ୱାମୀଙ୍କୁ ଅନଫଲୋ କରିଛନ୍ତି । ଅଭିନେତ୍ରୀଙ୍କ ବୈବାହିକ ଜୀବନରେ ଅଶାନ୍ତି ଦେଖାଯାଇଛି । ଏହା ନୟନତାରାଙ୍କ ପୋଷ୍ଟରୁ ଜଣାପଡିଛି ।

ନୟନତାରା ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ପୋଷ୍ଟ ସେୟାର କରିଛନ୍ତି । ଯେଉଁଥିରେ ଲେଖାଯାଇଛି ଯେ, ସେ ନିଜ ଆଖିରେ ଲୁହ ଆସିଲେ ସୁଦ୍ଧା ଏହା କହିବେ ଯେ, ‘ମୋତେ ଏହା ମିଳି ଯାଇଛି’ । ଅଭିନେତ୍ରୀ ଏଭଳି ପୋଷ୍ଟ କରି ଲୋକମାନଙ୍କ ମନରେ ଏହା ଭାବିବାକୁ ବାଧ୍ୟ କରିଛନ୍ତି ।

ନୟନତାରା ଫିଲ୍ମ ନିର୍ମାତା ବିଗ୍ନେଶ ଶିବନଙ୍କୁ ଇନଷ୍ଟାଗ୍ରାମରେ ଅନଫଲୋ କରିଦେଇଛନ୍ତି । ସେମାନଙ୍କର ଏଭଳି ଅଲଗା ହେବା ଖବର ଫ୍ୟାନ୍ସମାନଙ୍କୁ ଚିନ୍ତାରେ ପକାଇଦେଇଛନ୍ତି । ଏହି ଦୁଇଜଣଙ୍କ ବିବାହକୁ ମାତ୍ର ଦୁଇ ବର୍ଷ ହୋଇଛି । ସେମାନେ ୨୦୨୨ ମସିହାରେ ଖୁବ ଧୁମଧାମରେ ବିବାହ କରିଥିଲେ । ୨୦୧୫ ମସିହାରେ ଏହି ଦୁଇଜଣ ଫିଲ୍ମ ସୁଟିଂ ସେଟରେ ଦେଖା ହୋଇଥିଲେ । ପ୍ରାୟ ୬ ବର୍ଷ ଦୁହେଁ ଦୁହିଁଙ୍କୁ ଡେଟ କରିବା ପରେ ବିବାହ ପାଇଁ ନିଷ୍ପତ୍ତି ନେଇଥିଲେ ।

ଏହି ଷ୍ଟାର ଦମ୍ପତ୍ତି ବିବାହର ମାତ୍ର ୪ ମାସ ପରେ ସରୋଗେସୀ ସହାୟତାରେ ନିଜର ଦୁଇ ଜାଆଁଳା ପୁତ୍ରଙ୍କୁ ସ୍ୱାଗତ କରିଥିଲେ । ନୟନତାରା ଏବଂ ତାଙ୍କ ସ୍ୱାମୀ ସର୍ବଦା ସୋସିଆଲ ମିଡିଆରେ ନିଜର ଅନ୍ତରଙ୍ଗ ମୋମେଣ୍ଟ ସେୟାର କରନ୍ତି । ହେଲେ ଏଭଳି କିଛି ସ୍ପଷ୍ଟ ହୋଇନାହିଁ ଯେ, ନୟନତାରା ପୂର୍ବରୁ ତାଙ୍କ ସ୍ୱାମୀଙ୍କୁ ଫଲୋ କରିଥିଲେ କି ନାହିଁ ।

Get real time updates directly on you device, subscribe now.