fbpx
BJD SKY
BJD SKY

Live-In Relationରେ ରହି ପାରିବେନି ଏହି ମହିଳା… ‘ହରାମ’ ବୋଲି କହିଲେ ହାଇକୋର୍ଟ

BJD

ନୂଆଦିଲ୍ଲୀ: ଲିଭ୍ ଇନ୍ ରିଲେସନ୍ ରେ ରହୁଥିବା ମହିଳାମାନଙ୍କ ପାଇଁ ଏକ ବଡ଼ ରାୟ ଶୁଣାଇଛନ୍ତି ମାନ୍ୟବର ହାଇକୋର୍ଟ । ମୁସଲିମ ଆଇନ୍ ଅନୁସାରେ, ମୁସଲିମ ମହିଳା କୌଣସି ବ୍ୟକ୍ତିଙ୍କ ସହ ଲିଭ୍-ଇନ୍ ରିଲେସନରେ ରହିପାରିବେ ନାହିଁ । ଇସଲାମରେ ଏହି ଲିଭ୍-ଇନ୍ ରିଲେସନକୁ ‘ହରାମ’ ବୋଲି କୁହାଯାଇଥିବା କହିଛନ୍ତି ଆହ୍ଲାବାଦ ହାଇକୋର୍ଟର ବିଚାରପତି ରେଣୁ ଅଗ୍ରୱାଲ । ତେବେ ଏହି ସମ୍ପର୍କ ପାଇଁ ଜଣେ ମୁସଲିମ ମହିଳାଙ୍କୁ ସୁରକ୍ଷା ଦେବା ପାଇଁ ମଧ୍ୟ ମନା କରି ଦେଇଛନ୍ତି ହାଇକୋର୍ଟ । ଜୀବନ ପ୍ରତି ବିପଦ ଥିବା ଦର୍ଶାଇ କୋର୍ଟରେ ସୁରକ୍ଷା ପାଇଁ ମହିଳା ଅପିଲ କରିଥିଲେ ମଧ୍ୟ ଅଦାଲତ ଏହାକୁ ଖାରଜ କରିଛନ୍ତି ।

ସୂଚନା ଅନୁସାରେ, ଜଣେ ମୁସଲିମ ବିବାହିତ ମହିଳା ତାଙ୍କ ହିନ୍ଦୁ ଲିଭ୍-ଇନ୍ ପାର୍ଟନରଙ୍କ ସହ ମିଶି ନିଜ ପିତା ଏବଂ ଅନ୍ୟ ସମ୍ପର୍କୀୟଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି । ସେମାନଙ୍କ ଦ୍ୱାରା ତାଙ୍କ ଜୀବନ ପ୍ରତି ବିପଦ ଥିବା ନେଇ ସୁରକ୍ଷା ପାଇଁ ଆବେଦନ କରିଥିଲେ ସମ୍ପୃକ୍ତ ମହିଳା । କିନ୍ତୁ ଆହ୍ଲାବାଦ କୋର୍ଟର ନ୍ୟାୟମୂର୍ତ୍ତି ରେଣୁ ଅଗ୍ରୱାଲ ମହିଳାଙ୍କ ଆବେଦନ ଖାରଜ କରି କହିଛନ୍ତି ଯେ, ମହିଳାଙ୍କ ଅପରାଧିକ କାର୍ଯ୍ୟକଳାପକୁ ନ୍ୟାୟାଳୟ ଦ୍ୱାରା ସମର୍ଥନ କିମ୍ବା ସଂରକ୍ଷଣ କରାଯାଇ ପାରିବ ନାହିଁ । ମୁସଲିମ ଲ’ ଅନୁସାରେ, ଜଣେ ମୁସଲିମ ବିବାହିତ ମହିଳା ଅନ୍ୟ କୌଣସି ବ୍ୟକ୍ତିଙ୍କ ସହ ଲିଭ୍-ଇନ୍ ରେ ରହି ପାରିବେ ନାହିଁ । କାରଣ ଏହି ସମ୍ପର୍କକୁ ମୁସଲିମ ଲ’ରେ ହରାମ ବୋଲି କୁହାଯାଇଛି ।

ଆଇନ୍ ଅନୁସାରେ, ଜଣେ ବିବାହିତ ମହିଳାବାହାରକୁ ଯାଇ ବିବାହ କରି ପାରିବ ନାହିଁ । ତେବେ ମୁସଲିମ ମହିଳାଙ୍କର ଏପରି କାର୍ଯ୍ୟକୁ ‘ଜିନା ଏବଂ ହରାମ’ ଭାବରେ ପରିଭାଷିତ କରାଯାଇଛି । ତେବେ ଏହି ମାମଲାରେ ମୁସଲିମ କାନୁନକୁ ଉଲ୍ଲଙ୍ଘନ କରି ମହିଳା ବିବାହିତ ଜଣକ ଅନ୍ୟ ଜଣେ ବ୍ୟକ୍ତିଙ୍କ ସହ ଲିଭ୍-ଇନ୍ ରିଲେସନରେ ରହୁଥିଲେ । ଏଭଳି ସମ୍ପର୍କ ଲିଭ୍-ଇନ୍ ରିଲେସନ୍ କିମ୍ବା ବିବାହର ପ୍ରକୃତି ସମ୍ପର୍କକୁ ନଷ୍ଟ କରିଥାଏ । ତେଣୁ ମାମଲାର ସମ୍ପୂର୍ଣ୍ଣ ସତ୍ୟାସତ୍ୟ ଜାଣିବା ପରେ କୋର୍ଟ ମହିଳାଙ୍କୁ ସୁରକ୍ଷା ଦେବା ପାଇଁ ହୋଇଥିବା ଅପିଲକୁ ଖାରଜ କରିଛନ୍ତି ।

Get real time updates directly on you device, subscribe now.