fbpx

Mahashivratri 2024: ମହାଶିବରାତ୍ରୀରେ କେଉଁ ରାଶିର ଲୋକେ କିପରି କରିବେ ଅଭିଶେକ? ଜାଣନ୍ତୁ ଶୁଭ ମୂହୁର୍ତ୍ତ

ଓଡ଼ିଶା ଭାସ୍କର: ମହାଶିବରାତ୍ରୀ ହିନ୍ଦୁମାନଙ୍କ ପାଇଁ ପ୍ରମୁଖ ପର୍ବ । ଫାଲଗୁନ ମାସର କୃଷ୍ଣ ପକ୍ଷ ଚତୁର୍ଦଶୀରେ ମହାଶିବରାତ୍ରୀ ପାଳନ କରାଯାଏ । ଚଳିତ ବର୍ଷ ମହାଶିବରାତ୍ରୀ ୮ ମାର୍ଚ୍ଚରେ ପାଳନ କରାଯିବ । ଏହି ଦିନ ଶିବଭକ୍ତମାନେ ବ୍ରତ ରଖି ମହାଦେବଙ୍କ ବିଧି-ବିଧାନ ସହ ପୂଜା କରିଥାଆନ୍ତି ଏବଂ ଭଗବାନଙ୍କ ଠାରୁ ଆଶୀର୍ବାଦ ପ୍ରାପ୍ତ କରିଥାଆନ୍ତି ।

ଏହି ଦିନ ଶିବ ମନ୍ଦିରରେ ବହୁ ସଂଖ୍ୟାରେ ଭକ୍ତଙ୍କ ଭିଡ ଦେଖିବାକୁ ମିଳିଥାଏ । ଆସନ୍ତୁ ଜ୍ୟେତିଷଶାସ୍ତ୍ରୀଙ୍କ ଠାରୁ ଜାଣିବା ପୂଜାର ଶୁଭ ମୂହୁର୍ତ୍ତ ଏବଂ ରାଶି ଅନୁଯାୟୀ, କିଭଳି କରିବେ ଅଭିଶେକ ।

ମହାଶିବରାତ୍ରୀ ୨୦୨୪ ପୂଜା କରିବାର ଶୁଭ ମୂହୁର୍ତ୍ତ:

ଜ୍ୟେତିଷଶାସ୍ତ୍ରୀ କହିଛନ୍ତି ଯେ, ମହାଶିବରାତ୍ରୀ ଦିନ ଭଗବାନ ଶିବଙ୍କ ପୂଜା ଚାରୋଟି ପ୍ରହରରେ କରାଯାଇଥାଏ ।
ପ୍ରଥମ ପ୍ରହର-୮ମାର୍ଚ୍ଚ ସଂଧ୍ୟା ୦୬.୨୫ ମିନଟରୁ ରାତ୍ରୀ ୦୯.୨୮ ମିନିଟ ପର୍ଯ୍ୟନ୍ତ ।
ଦ୍ୱିତୀୟ ପ୍ରହର-ରାତ୍ରୀ ୦୯.୨୮ ମିନିଟରୁ ୯ ମାର୍ଚ୍ଚ ମଧ୍ୟ ରାତ୍ରୀ ୧୨.୩୧ ପର୍ଯ୍ୟନ୍ତ ।
ତୃତୀୟ ପ୍ରହର-୯ ମାର୍ଚ୍ଚ ମଧ୍ୟ ରାତ୍ରୀ ୧୨.୩୧ ମିନିଟରୁ ୦୩.୩୪ ମିନିଟ ପର୍ଯ୍ୟନ୍ତ ।
ଚତୁର୍ଥ ପ୍ରହର-୯ମାର୍ଚ୍ଚ ଭୋର ୩ଟା ୩୪ ମିନିଟରୁ ସକାଳ ୦୬.୩୭ ମିନିଟ ପର୍ଯ୍ୟନ୍ତ ।

କେଉଁ ରାଶି କିପରି କରିବେ ଅଭିଶେକ:
ମେଷ-ବେଲପତ୍ର ଅର୍ପଣ କରନ୍ତୁ ।
ବୃଷ-କ୍ଷୀର ମିଶ୍ରିତ ଜଳା ଚଢାନ୍ତୁ ।
ମିଥୁନ-ଦହି ମିଶ୍ରିତ ଜଳ ଅର୍ପଣ କରନ୍ତୁ ।
କର୍କଟ-ଚନ୍ଦନ ଅର୍ଗୁର ପ୍ରଦାନ କରନ୍ତୁ ।
ସିଂହ-ଘିଅର ଦୀପ ଜଳାନ୍ତୁ ।
କନ୍ୟା-କଳା ରାଶି ସହ ଜଳ ଅଭିଶେକ କରନ୍ତୁ ।
ତୁଳା-ଜଳରେ ଧଳା ଚନ୍ଦନ ମିଶାଇ ଅର୍ପଣ କରନ୍ତୁ ।
ବିଛା-ଜଳ ଏବଂ ବେଲପତ୍ର ଚଢାନ୍ତୁ ।
ଧନୁ-ଅଭିର ବା ଗୁଲାଲ ଚଢାନ୍ତୁ ।
ମକର-ଭାଙ୍ଗ ଏବଂ ଦୁଦୁରା ଚଢାନ୍ତୁ ।
କୁମ୍ଭ-ସୁଗନ୍ଧିତ ପୁଷ୍ପ ଚଢାନ୍ତୁ ।
ମୀନ-ଆଖୁ ରସ ସହ କେସର ମିଶାଇ ଅଭିଶେକ କରନ୍ତୁ ।

Get real time updates directly on you device, subscribe now.